ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡ଼ି ଓ ବାଇକ ଧକ୍କା; ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର

ମୟୂରଭଞ୍ଜ -୭/୭ ( ମସିହା) ଗୁରୁବାର ଦିନ ଘୋର କାଳରାତ୍ରରେ ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ନାଉଯୋଡା ପୋଲ ପାଖରେ ଅଜଣା ଗାଡ଼ି ସହ ବାଇକ ଧକ୍କାରେ ବାଇକ ଆରୋହୀ ଜଣେ ମୃତ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯୋଗ୍ୟ ଅଜଣା ଗାଡି ଗୁରୁବାର ମଧ୍ୟ ରାତ୍ରରେ ବିଶୋଇ ଥାନା ଅନ୍ତର୍ଗତ କେଶରଗଡିଆ ଗ୍ରାମର ଲକ୍ଷ୍ମଣ ସୋରେନ ଯିଏକି ବିଶୋଇ ଥାନାର କାର୍ଯ୍ୟରତ ଗୃହରକ୍ଷୀ ତାଙ୍କ ପୁଅ ସାଗେନ ସୋରେନ (୨୨) ଏବଂ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଯୋଡା ପୋଖରୀ ଗ୍ରାମର ରଘୁବୀର ମୁର୍ମୁ (୧୮) ସାଙ୍ଗ ହୋଇ ମଟର ସାଇକେଲ OD O2AY 70003 ରେ ଯାଉଥିବାବେଳେ ଦୁର୍ଘଟଣାରେ ଶିକିର ହୋଇଥିଲେ । ଦୁଇଜଣଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା ।ସାଗେନ ସୋରେନ ଙ୍କୁ ମୃତ ଘୋଷଣା କରିଥିବାବେଳେ ରଘୁବୀରକୁ ଅଧିକ ଚିକିତ୍ସା ପାଇଁ ବାରିପଦା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିବା ପାଇଁ ଅନୁମତି ଦେଇଥିଲେ । ଶୁକ୍ରବାର ସେ ଦିନ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଦୁର୍ଘଟଣା ଜନିତ ମୃତ୍ୟୁ ନେଇ ଏକ ମାମଲା କେଶ ନମ୍ବର ୧୪୯/୨୩ ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ କରୁଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାତି ଅଧରେ ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ

ଦିବ୍ୟାଙ୍ଗ ମହିଳା ଙ୍କୁ ବଳାତ୍କାର ଉଦ୍ୟମ,  ଧର୍ଷଣକାରୀଙ୍କୁ ୮ ବର୍ଷ କାରାଦଣ୍ଡାଦେଶ

Sunil Chandra Nayak

ମହାଲୁଣ୍ଡା ଗ୍ରାମରେ ବାଲିମି ପୋଲିସ୍ ର ଚଢାଉ: ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!