ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଅଭାବ ,ଗୋଟିଏ କୋଠରୀରେ ପ୍ରଥମ ରୁ ତୃତୀୟ ,ଛାତ ଫାଟି ଆଁ ସାଙ୍ଗକୁ ବର୍ଷାରେ ଝରୁଛି ପାଣି

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ଘୋର ସମସ୍ୟା ଦେଇ ଗତି କରୁଛି ।କହିବାକୁ ଗଲେ ଆଗରୁ ଏହି ବିଦ୍ୟାଳୟରେ ୧ ରୁ ୫ ଶ୍ରେଣୀ ଯାଏଁ ରହିଥିଲା ।ପରେ ବିଦ୍ୟାଳୟର ମିଶ୍ରଣ ପରେ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୩୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।କହିବାକୁ ଗଲେ ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ଯୋଗୁଁ ଗୋଟିଏ କୋଠରୀରେ ପ୍ରଥମରୁ ତୃତୀୟ ଓ ଆଉ ଗୋଟିଏ କୋଠରୀରେ ଚତୁର୍ଥ ଓ ପଞ୍ଚମ ଏବଂ ଆଉ ଗୋଟିଏ କୋଠରୀରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ।ଯାହା ଫଳରେ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ।ଏପରିକି ପ୍ରଥମ ,ଦୂତୀୟ ,ତୃତୀୟ ,ଚତୁର୍ଥ ଓ ପଞ୍ଚମ ଶ୍ରେଣୀ କୋଠରୀ ଗୁଡିକ ର ଛାତ ଫାଟି ଆ କରିଥିବା ବେଳେ ବର୍ଷାରେ ଛାତରୁ ପାଣି ଝରୁଥିବା ଦେଖିବାକୁ ମିଳିଛି ।ବିପଦ ସଂକୁଳ ଅବସ୍ଥାରେ ଥିବା ଶ୍ରେଣୀ ରେ ଛାତ୍ରଛାତ୍ରୀ ମାନେ ପାଠ ପଢୁ ଥିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ ଏଥି ପ୍ରତି ବ୍ଲକ ପ୍ରଶାସନ ଓ ଶିକ୍ଷା ବିଭ। ଗଗୁରୁତ୍ୱ ଦେବା ସ୍କୁଲ ଶିକ୍ଷା କମିଟିର ସଭାପତି ସଞ୍ଜୟ ସୁନାନୀ ,ନିରୂପମ। ନ।ଏକ ,ବାସନ୍ତୀ ନ।ଏକ ,ବଂଶୀଧର ସୁନାନୀ ,ପାର୍ବତୀ ଚଳାନ ,କମଳିନୀ ଦୁର୍ଗା ,ଧନଞ୍ଜୟ ମୁଣ୍ଡ ,ରଶ୍ମିତା ମାଝି ଏବଂ ପାର୍ବତୀ ରଣା ପ୍ରମୁଖ ଦାବି କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ କୋକସରା ବ୍ଲକ ଗସ୍ତ, ଉନ୍ନୟନ କାର୍ଯ୍ୟର ସମୀକ୍ଷା

masiha

ବନାଗ୍ନୀ ସଚେତନତା ସଭା

Sunil Chandra Nayak

ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!