ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଚାଗାଁ ଏବଂ ସର୍ଗିଗୁଡ଼ାରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

ଜୟପାଟଣା:୮/୭/୨୩ // ସରକାରୀ ବିଦ୍ୟାଳୟରେ ଶିକ୍ଷାର ବିକାଶ ପାଇଁ ଅନେକ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ ହେଉଛି । ତନ୍ମଧ୍ୟରେ ପୋଷାକ ମଧ୍ୟ ଅନ୍ତର୍ଭୁକ୍ତ । ଚଳିତ ସପ୍ତାହରେ ଜୟପାଟଣା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ପୋଷାକ ବଣ୍ଟନଜି କାର୍ଯ୍ୟକ୍ରମ ଚାଲିଛି । ଆଜି ପ୍ରାତଃରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଚାଗାଁରେ ପୋଷାକ ବଣ୍ଟନ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ଜଗମୋହନ ପଟ୍ଟନାୟକ,ଜିଲ୍ଲା ପରିଷଦ ଅଙ୍ଗଦ ମାଝୀ,ସମାଜସେବୀ ଫକୀର ଚରଣ ଦାସ,ଭବାନୀ ନାଏକ,ଆସମାନ ନାଏକ,ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପାର୍ଥ ଚରଣ ଦାସ,ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ପୋଷାକ ବଣ୍ଟନ କରିଥିଲେ । ଜିଲ୍ଲା ପରିଷଦ ଅଙ୍ଗଦ ମାଝୀ ଏହି ଅବସରରେ ବିଦ୍ୟାଳୟର ଉନ୍ନତି କରଣ ପାଇଁ ଜିଲ୍ଲା ପରିଷଦ ଫଣ୍ଡରୁ କିଛି ଅର୍ଥରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ପଣ୍ଡାଙ୍କ ଆନ୍ତରିକ ଉଦ୍ୟମରେ ଏହି ଅବହେଳିତ ବିଦ୍ୟାଳୟର ରୂପରେଖ ପୂର୍ବାପେକ୍ଷା ବଦଳିବାରେ ଲାଗିଛି । ଅନ୍ୟ ଏକ କାର୍ଯ୍ୟକ୍ରମରେ ସର୍ଗିଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମଧ୍ୟ ସାମ୍ବାଦିକ ଜଗମୋହନ ପଟ୍ଟନାୟକ ଯୋଗଦେଇ ପୋଷାକ ବଣ୍ଟନର ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ଦୁର୍ଗା ଏବଂ ତାଙ୍କର ସମସ୍ତ ସହଯୋଗୀ ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହି ବଣ୍ଟନ ପ୍ରକ୍ରିୟାରେ ଭାଗ ନେଇଥିଲେ ।

ବରିଷ୍ଟ ପତ୍ରକାର ଜଗ ମୋହନ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବ୍ରତୋପନୟନ କାର୍ଯ୍ୟରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ 

masiha

ଜୁନାଗଡ଼ ରେ ରେଳ ବିକାଶ ନେଇ ରେଳଯାତ୍ରୀ ସଂଘର ଆଲୋଚନା

masiha

ଶେଷ ହେଲା ଖଡ଼ିଆଲ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!