ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ଡ୍ରାଇଭର ମହାସଂଘ ର ସଡକଦୁର୍ଘଟଣା ରେ ମୃତ ଡ୍ରାଇଭର ର ପରିବାର କୁ ସହାୟତା

 ତେନ୍ତୁଳିଖୁଣ୍ଟି ୦୮/୦୭/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଡ୍ରାଇଭର ମହାସଂଘ ର କର୍ମକର୍ତ୍ତା ନିଜ ମଧ୍ୟରେ ଅର୍ଥ ସଂଗ୍ରହ କରି 28 ତାରିଖରେ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା କଣ୍ଟା ଗାଁ ର ଡ୍ରାଇଭର ଜୟସିଂ ଗୌଡ଼ ପରିବାର କୁ ସହାୟତା ର ହାତ ବଢ଼ାଇଛନ୍ତି। ଆଜି ମୃତକ ଙ୍କ ଦଶାହ ଅବସରରେ ମୃତ ଡ୍ରାଇଭର ଙ୍କ ପତ୍ନୀ ତଥା ତାଙ୍କ ସନ୍ତାନ ଙ୍କ ପାଇଁ ନୂତନ ବସ୍ତ୍ର ଗୋଟିଏ ପ୍ୟାକେଟ ଚାଉଳ ଏବଂ ଡାଲି ସମେତ କିଛି ପରିବା ଦେଇଛନ୍ତି। ଯେଉଁ ପିକ ଅପ ଦୁର୍ଘଟଣା ର ଶିକାର ହୋଇଥିଲା ତାର ମାଲିକ ସହ କଥାବାର୍ତ୍ତା ହୋଇ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ରାଜି କରାଇ ଅଗ୍ରୀମ ଷାଠିଏ ହଜାର ଟଙ୍କା ଆଣି ପରିବାର କୁ ପ୍ରଦାନ କରାଯାଇଛି। 3 ଅଗଷ୍ଟ ରେ ବଳକା ଏକ ଲକ୍ଷ ଚାଳିଶ ହଜାର ଦେଵବୋଲି କହିଥିବା ପ୍ରକାଶ କରିଛନ୍ତି। ଡ୍ରାଇଭର ମହାସଂଘ ର ଏଭଳି ସହଯୋଗ ମନୋଭାବ କୁ ସାଧାରଣ ରେ ପ୍ରଶଂସା କରାଯାଉଛି। ରାଜ୍ୟ ଡ୍ରାଇଭର ମହାସଂଘ କୁ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ମୁତାବକ ମିଳିବାକୁ ଥିବା ସହାୟତା ମୃତକ ଡ୍ରାଇଭର ପରିବାର କୁ କିପରି ମିଳି ପାରିବ ସେଥିପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଚିଲିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ 

Sunil Chandra Nayak

ରାଇରଙ୍ଗପୁର ବସଷ୍ଟାଣ୍ଡ ପରିସର ରାସ୍ତା ଖାଲ ଖମାଲ ଯୋଗୁଁ ଵେହାଲ; ବସ ମାଲିକ,ଯାତ୍ରୀ ହନ୍ତସନ୍ତ; ପୌର‌ପ୍ରଶାସନ ଦୃଷ୍ଟି ଦେବାପାଇଁ ଦାବି

masiha

ଡାବୁଗାଁ ବିଧାୟକଙ୍କ ସମୀକ୍ଷା ବୈଠକ 

masiha

Leave a Comment

error: Content is protected !!