ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମାଳପୁରା ଗ୍ରାମ ରାମ ମନ୍ଦିର ପରିସରରେ ଗରିବ କଲ୍ୟାଣ ସମାବେଶ ପାଳନ କରୁଛି ବିଜେପି

କାମାକ୍ଷାନଗର (ମନିସ )7/7/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ମାଳପୁରା ରାମ ମନ୍ଦିର ପରିସରରେ ଭାଜପାର ୯ ବର୍ଷ ପୂର୍ତ୍ତି ଅବସରରେ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବଡ ସୁଆଁଲୋ ମଣ୍ଡଳ ରବିଜେପି ମଣ୍ଡଳ ସଭାପତି ସଞ୍ଜୟ କୁମାର ରାଉତଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନରାଜ୍ୟ ସଭାସାଂସନ୍ଦ ରୁଦ୍ର ନାରାୟଣ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ଦେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକାଶର ଧାରା ତ୍ୱରାନ୍ବିତ ହୋଇଛି । ଗରିବ, ନିରୀହ ଲୋକଙ୍କ ପାଇଁ ଅନେକ ଜନ ହିତକର କାର୍ଯ୍ୟ କେନ୍ଦ୍ର ସରକାର ହାତକୁ ନେଇଛନ୍ତି । ଦେଶର ବିକାଶରେ ମୋଦିଙ୍କ ଅବଦାନ ଅତୁଳନୀୟ, ପ୍ରଶଂସନୀୟ । ଯାହା ମୋଦିଙ୍କ ହାତ ମୁଠାକୁ ଶକ୍ତ କରିବା ସହ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ହୋଇଥିବାଶ୍ରୀ ପାଣି କହିଛନ୍ତି । ଆଜିର ଏହି ସମାବେଶରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମ କର୍ତା ଓ ସଂଗଠକ ମାନେ ପ୍ରଧାନ ମନ୍ତ୍ରୀ ଙ୍କ୯ବର୍ଷ ର ସଫଳତା ସହ ବିଭିନ୍ନ ଯୋଜନା ସମ୍ପର୍କରେ ସେ ଆଲୋକପାତ କରିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ର ଅତୁଳନୀୟ ଅବଦାନକୁ ନେଇ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାରେ ଭାଜପାକୁ ସୁଦୃଢ କରିବାକୁଶ୍ରୀ ପାଣି, ସଂଯୋଜକ ପ୍ରେମାନନ୍ଦ ଜେନା ,ରାଜ୍ୟ କାର୍ୟ୍ଯ କାରିଣୀ ସଦସ୍ୟ ଶତ୍ରୁଙ୍ଘନ ଜେନା,ବରିଷ୍ଠ ବିଜେପି ନେତା ପବିତ୍ର ମୋହନ ବିଶ୍ୱାଳ,ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସୁଆଁଲୋ ମଣ୍ଡଳର ଶତାଧିକ ସଂଖ୍ୟକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପର୍ଯ୍ୟବେକ୍ଷକ ଧର୍ମାନନ୍ଦ ପରିଡା ହିନ୍ଦୋଳ ଏନ୍.ଏ.ସି ୮ ନମ୍ଵର ଓ୍ଵାର୍ଡରେ ଵିଜୁ ଜନତା ଦଳର ପ୍ରାର୍ଥୀ ଙ୍କ ପାଇଁ ଜାରି ରଖିଛନ୍ତି ଜୋରଦାର ଡୋର କ୍ୟାମ୍ପନ୍

Sunil Chandra Nayak

ସେମିଲିଗୁଡ଼ା ହେନା ଗାର୍ଡେନ ଠାରେ ବ୍ଲକ ସ୍ତରୀୟ ବିଜୁ ଯୁବ ଛାତ୍ର ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ଗୋଲାମୁଣ୍ଡା ମଣ୍ଡି ଠାରେ ମଣ୍ଡଳ ବିଜେପି ର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!