ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମାଳପୁରା ଗ୍ରାମ ରାମ ମନ୍ଦିର ପରିସରରେ ଗରିବ କଲ୍ୟାଣ ସମାବେଶ ପାଳନ କରୁଛି ବିଜେପି

କାମାକ୍ଷାନଗର (ମନିସ )7/7/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ମାଳପୁରା ରାମ ମନ୍ଦିର ପରିସରରେ ଭାଜପାର ୯ ବର୍ଷ ପୂର୍ତ୍ତି ଅବସରରେ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବଡ ସୁଆଁଲୋ ମଣ୍ଡଳ ରବିଜେପି ମଣ୍ଡଳ ସଭାପତି ସଞ୍ଜୟ କୁମାର ରାଉତଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନରାଜ୍ୟ ସଭାସାଂସନ୍ଦ ରୁଦ୍ର ନାରାୟଣ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ଦେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକାଶର ଧାରା ତ୍ୱରାନ୍ବିତ ହୋଇଛି । ଗରିବ, ନିରୀହ ଲୋକଙ୍କ ପାଇଁ ଅନେକ ଜନ ହିତକର କାର୍ଯ୍ୟ କେନ୍ଦ୍ର ସରକାର ହାତକୁ ନେଇଛନ୍ତି । ଦେଶର ବିକାଶରେ ମୋଦିଙ୍କ ଅବଦାନ ଅତୁଳନୀୟ, ପ୍ରଶଂସନୀୟ । ଯାହା ମୋଦିଙ୍କ ହାତ ମୁଠାକୁ ଶକ୍ତ କରିବା ସହ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ହୋଇଥିବାଶ୍ରୀ ପାଣି କହିଛନ୍ତି । ଆଜିର ଏହି ସମାବେଶରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମ କର୍ତା ଓ ସଂଗଠକ ମାନେ ପ୍ରଧାନ ମନ୍ତ୍ରୀ ଙ୍କ୯ବର୍ଷ ର ସଫଳତା ସହ ବିଭିନ୍ନ ଯୋଜନା ସମ୍ପର୍କରେ ସେ ଆଲୋକପାତ କରିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ର ଅତୁଳନୀୟ ଅବଦାନକୁ ନେଇ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାରେ ଭାଜପାକୁ ସୁଦୃଢ କରିବାକୁଶ୍ରୀ ପାଣି, ସଂଯୋଜକ ପ୍ରେମାନନ୍ଦ ଜେନା ,ରାଜ୍ୟ କାର୍ୟ୍ଯ କାରିଣୀ ସଦସ୍ୟ ଶତ୍ରୁଙ୍ଘନ ଜେନା,ବରିଷ୍ଠ ବିଜେପି ନେତା ପବିତ୍ର ମୋହନ ବିଶ୍ୱାଳ,ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସୁଆଁଲୋ ମଣ୍ଡଳର ଶତାଧିକ ସଂଖ୍ୟକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କେନ୍ଦ୍ର କ୍ୟାବିନେଟର ୮୩୦୦ କୋଟି ଟଙ୍କା ବିନିମୟରେ ଉପକୁଳ ରାଜମାର୍ଗ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରସଙ୍ଗ ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବ: ମନମୋହନ ସାମଲ

ପଲାସା ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ ନେଇ ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗ ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ବଦଳରେ ଧୋକା ପ୍ରଦାନ କରୁଛି: ବିଜେଡି

ଦାସି ଗାଁ ମଣ୍ଡଳର ବିଭିନ୍ନ ଗ୍ରାମକୁ ବିଜେପିର ଜନ ସମ୍ପର୍କ ଅଭିଯାନ ଓ ମିଶ୍ରଣ ପର୍ବ

masiha

Leave a Comment

error: Content is protected !!