ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆସନ୍ତା ୨୦ରେ

ରାଉରକେଲା/ ରାଜ୍ୟର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ” ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ”, ଅଗ୍ନିସ୍ଫୁଲିଙ୍ଗ, ରାଉରକେଲା ଏବଂ ଓଡିଶା ପୂଜ୍ୟପୂଜା ପରିଷଦ, ଭୂବନ ଆନୁକୂଲ୍ୟରେ ଆଗାମୀ ମାର୍ଚ୍ଚ ୨୦ତାରିଖ ଦିନ ଦିବସବ୍ୟାପୀ ରାଜ୍ୟସ୍ତରୀୟ କବି, ଲେଖକ, କଳାକାର ସମାରୋହ, କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ, ସାଧାରଣ ସଭା ଓ ସାରସ୍ବତ ସମ୍ବର୍ଦ୍ଧିନା ମହୋତ୍ସବ ୨୦୨୨ ବାଣୀପୀଠ କଟକସ୍ଥ କର୍ମବୀର ଗୌରୀଶଙ୍କର ଟାଉନ୍ ହଲ ଠାରେ ଅନୁଷ୍ଠିତ ହେବ। ଏଥିରେ ସର୍ବଭାରତୀୟ ସ୍ତରର କବି, ଲେଖକ, କଳାକାର ଯୋଗ ଦେବେ। ନୀଳଗିରି ର ମହାରାଜ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ମହାରାଣୀ ମନୋଜାମଞ୍ଜରୀ ଦେବୀ,ପଦ୍ମଶ୍ରୀ ରଜତ କୁମାର କର,ଡଃ ପ୍ରସନ୍ନ ପାଟ୍ଟଶାଣୀ, ଡଃ ହୁସେନ ରବି ଗାନ୍ଧୀ ,ପ୍ରଫେସର ମନୋରଞ୍ଜନ ଦାସ,ଡଃ ପୀତବାସ ମିଶ୍ର, ଅଧ୍ୟକ୍ଷ ପରୀକ୍ଷିତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ଏହି ଉତ୍ସବରେ ଭାରତର ସର୍ବବୃହତମ ସାରସ୍ବତ ସଂକଳନ ” ମନସ୍ବିନୀ” ଲୋକାର୍ପିତ ହେବ। ଏହି ଅବସରରେ ପ୍ରବନ୍ଧରେ ଡଃ ପ୍ରଶାନ୍ତ କୁମାର ମହାରଣା, କବିତାରେ ସୁଶାନ୍ତ ନାୟକ, ଗଳ୍ପରେ ଡଃ କଳ୍ପନା ମହାନ୍ତି, ଉପନ୍ୟାସରେ ଜୟନ୍ତୀ ଜେନା, ନାଟକରେ ଡା କୃପାସିନ୍ଧୁ ନାୟକ, ଅନୁବାଦରେ ନିରଞ୍ଜନ ଜେନା, ଶିଶୁ ସାହିତ୍ୟରେ ନବ କିଶୋର ବେହେରା, ସ୍ତମ୍ଭକାର ଭାବରେ ଡଃ ନରେନ୍ଦ୍ର ସେଠୀ ଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରମାଣିତ କରିଥିବା ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ଆର୍ତ୍ତତ୍ରାଣ ବାବୁ,ହରିଶ୍ଚନ୍ଦ୍ର ବେହେରା, ଗୋପୀନାଥ ପଟ୍ଟନାୟକ, ଡଃ ରବିନାରାୟଣ ପଣ୍ଡା, ଝସକେତନ ଗୁରୁ, ଶ୍ରେଷ୍ଠ ଛାତ୍ରଛାତ୍ରୀ, ନୃତ୍ୟଶିଳ୍ପୀ ,ଶିକ୍ଷାବିତ୍, ସମାଜସେବୀ, କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଯୋଗଦେଇ ସାଫଲ୍ଯ ମଣ୍ଡିତ କରିବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟି ର ବୈଠକ

Sunil Chandra Nayak

କମ୍ବିଂ ବେଳେ ମାଓକ୍ୟାମ୍ପ ରୁ ପୋଲିସ ଜବତ କଲା ମାଓବାଦୀ ବ୍ୟବହୃତ ବିଭିନ୍ନ ମାଓ ସାମଗ୍ରୀ

Sunil Chandra Nayak

ଜୟ ମା ଠାକୁରାଣୀ ୟାଇଏସସିସି କ୍ରିକେଟ ଟୁର୍ନାମେଣ୍ଟ ଉଜ୍ଜାପିତ

Sunil Chandra Nayak

Leave a Comment

error: Content is protected !!