ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭ୍ରାମ୍ୟମାଣ ଚାରା ବିତରଣ ରଥ ଉଦଘାଟିତ

ଡାବୁଗାଁ, ୯/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ ପରିସରରେ ବନ ବିଭାଗ ତରଫରୁ ଭ୍ରାମ୍ୟମାଣ ଚାରା ବିତରଣ ରଥ ରବିବାର ଉଦଘାଟନ ହୋଇଯାଇଛି | ଏଥିରେ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ ସବୁଜ ପତାକା ଦେଖାଇ ରଥକୁ ଉଦଘାଟନ କରିଥିଲେ | ଏହି ରଥ ବନାଞ୍ଚଳ ଅଧୀନ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ସମସ୍ତ ସରକାରୀ କାର୍ଯ୍ୟ|ଳୟ କୁ ମାଗଣାରେ ଚାରା ବିତରଣ କରାଯିବ | ବ୍ୟକ୍ତିଗତ ଭାବେ କୌଣସି ବ୍ୟକ୍ତି ନେବାକୁ ହେଲେ ନିଜର ଆଧାର କାର୍ଡ ଓ ଜମି ପଟ୍ଟାର ଜେରକ୍ସ କପି ଦେବା ସହ ପ୍ରତି ଚାରା ପିଛା ୧ ଟଙ୍କା ଦାଖଲ କରି ଚାରା ନେଇପାରିବେ | ପ୍ରତି ବ୍ୟକ୍ତିଙ୍କୁ ୧୦ ଟି ଲେଖାଏଁ ଚାରା ପ୍ରଦାନ କରାଯିବ | ଏହି ଉଦଘାଟନ ସମୟରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ କାର୍ତ୍ତିକ ମାଝି, ପ୍ରକାଶ ସରକାର, ସରସ୍ଵତୀ ମେହେର ଓ ଲୋକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲୋକଙ୍କ ସେବାରେ ଯାତ୍ରୀ ବିଶ୍ରାମଗାର, ଆନନ୍ଦିତ ହେଉଛନ୍ତି ଯାତ୍ରୀ

Sunil Chandra Nayak

ବଜ୍ରପାତ ଜଣେ ମୃତ୍ୟୁ  

masiha

ପ୍ରତ୍ୟୁଷ କୁମାର ବାଣୁଆ ପାଇଲେ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ଯୁବ ପ୍ରତିଭା ପୁରସ୍କାର 

masiha

Leave a Comment

error: Content is protected !!