ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଗୋପାଳ ଗଉଡ ସମାଜ ଜିଲ୍ଲା ମହିଳା ସଂଗଠନର ବୈଠକ , ଗଉଡ ସମାଜର ମହିଳାଙ୍କ ବିକାଶ ଚାହୁଁ : ଜିଲ୍ଲା ସଭାନେତ୍ରୀ

ରାୟଗଡା:- ଉତ୍କଳ ଗୋପାଳ ଗଉଡ ସମାଜ ରାୟଗଡା ଜିଲ୍ଲା ଶାଖା ମହିଳା ସଂଗଠନର ଏକ ସାଧାରଣ ବୈଠକ ଆଜି କାଶୀପୁର ବ୍ଲକ ଖୁରୀଗାଁ ପଂଚାୟତ ଅନ୍ତର୍ଗତ ଦର୍ଶନୀୟ ସ୍ଥାନ ଚେରକଟା ଠାରେ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ସଭାପତି ସୁରତ ଗୋପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମହିଳା ସଂଗଠନର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମୋନାଲିସା ଗଉଡ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ କୁନ୍ତୀ ଗୌଡ଼ ଦୀପଧୂପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ରାୟଗଡା ଜିଲ୍ଲା ମହିଳା ସଂଗଠନର ସଭାନେତ୍ରୀ ମୋନାଲିସା ଏବଂ ସମ୍ପାଦିକା କୁନ୍ତିଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ କରାଯାଇଥିବାରୁ ଜିଲ୍ଲା କମିଟି ସଭାପତି ସୁରତ ଗୋପାଳ ଉଭୟଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ | ଜିଲ୍ଲାରେ ଗଉଡ ସମ୍ପ୍ରଦାୟର ମହିଳାମାନେ ଆଜି ବି ଅବହେଳିତ ହୋଇ ରହିଛନ୍ତି | ନିଜେ ସ୍ୱାବଲମ୍ବୀ ତଥା ସଶକ୍ତ ହୋଇପାରି ନାହାନ୍ତି | ସରକାରଙ୍କ ତରଫରୁ ମହିଳା ମାନଙ୍କୁ ସ୍ୱାବଲମ୍ବୀ କ୍ଷେତ୍ରରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉଥିବା ବେଳେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗଉଡ ସମ୍ପ୍ରଦାୟର ମହିଳା ମାନେ ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ ଥିବାରୁ ଆଜି ସେମାନେ ବହୁତ ପଛରେ ରହିଛନ୍ତି | ତେଣୁ ସେମାନଙ୍କ କିପରି ବିକାଶ ହୋଇ ପାରିବ ଏବଂ ସମାଜର ମୁଖ୍ୟ ସ୍ରୋତରେ ସେମାନେ ମଧ୍ୟ କାନ୍ଧକୁ କାନ୍ଧ ମିଶାଇ କିପରି ଚାଲି ପାରିବେ ସେ ନେଇ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲା ସଭାନେତ୍ରୀ ମୋନାଲିସା ଓ ଜିଲ୍ଲା ସମ୍ପାଦିକା କୁନ୍ତୀ ବୈଠକ ରେ ବକ୍ତବ୍ୟ ରଖିଥିଲେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ଗୋପାଳ ସଂଗଠନ ବିଷୟରେ ଆଲୋକପାତ କରିଥିବା ବେଳେ ଜିଲ୍ଲା ସମ୍ପାଦକ ଶିବ ନାରାୟଣ ଗଉଡ ସଂଯୋଜନା କରିଥିଲେ | ଉପ ସଭାପତି ଶରତ ଚନ୍ଦ୍ର ଗଉଡ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ | ଏହି ବୈଠକରେ ସଂଗଠନ କାର୍ଯ୍ୟକର୍ତା ଜିଲଧର ଗଉଡ, ଡମ୍ବୁରୁ ଗଉଡ, ଜୟଧନ ଗଉଡ, ବଳଦେବ ଗଉଡ, କୈଳାଶ ଗଉଡ, ନୀଳବତୀ ଗଉଡ, ଲଳିତା ଗଉଡ, ଅଳକା ଗଉଡ ଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ ମହିଳାମାନେ ଯୋଗ ଦେଇଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯୁବ ସାମ୍ବାଦିକ ପାଇଲେ ଯଶଶ୍ରୀ ଭାରତ ସମ୍ମାନ 

masiha

ଅନୁଶାସନ ର  ଅଭାବ ଯୋଗୁଁ ସ୍କୁଲର ଦୁଇ ଜଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗଳ , ଜଣେ ଗୁରୁତର

masiha

ରୋଗୀଙ୍କୁ ଫଳମୂଳ ଓ ଛତା ବାଣ୍ଟି ଜନ୍ମ ଦିନ ପାଳନ କଲେ ପ୍ରଫେସର

masiha

Leave a Comment

error: Content is protected !!