ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ତୃତୀୟ ବାର୍ଷିକ ଉତ୍ସବ ପାଳିତ

କଣ୍ଟାବାଞ୍ଜି, ୧୦/୦୭, : ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ତୃତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ରୟାଲ ଟୁଲିପ ହୋଟେଲ ପରିସର ଅନୁଷ୍ଠିତ ହେଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ଓ ସମନ୍ବୟ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ପୂର୍ବତନ ସୈନିକ ଓ ସମାଜସେବୀ ଗିରିରାଜ୍ ସିଂ ମାଝୀ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀ ଆଶିଷ ମିଶ୍ର ଓକିଲ ଓଡ଼ିଶା ହାଇକୋର୍ଟ ଯୋଗ ଦେଇଥିଲେ। ଏହି ଅବସର କଣ୍ଟାବାଞ୍ଜି ପ୍ରେସ କ୍ଳବ୍ ର ସ୍ମରନିକା ବିମୋଚନ କରାଗଲା। ଅଞ୍ଚଳର କିଛି ବୟସ୍କ ସାମ୍ବାଦିକ ମାନଙ୍କୁ ପ୍ରେଶ୍ କ୍ଳବ୍ ତରଫରୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଆଶିଷ ଖେତାନ୍, ସୁବାସ ବେହେରା, ଜୀବନ ମହାନ୍ତି, ଗୌରୀ ଶଙ୍କର ପଟ୍ଟନାୟକ, ଗୁରୁ ଦୟାଲ ହଂସ, ଦିନେଶ ଜୈନ, ଅଶୋକ ଖମାରୀ, ପ୍ରମୁଖ ଥିଲେ। ମୁଖ୍ୟ ଅତିଥି କଣ୍ଟାବାଞ୍ଜି ପ୍ରେସ କ୍ଳବ୍ ର ଜନ ମଙ୍ଗଳ କାର୍ଯ୍ୟ ପାଇଁ ପ୍ରେସ କ୍ଳବ୍ କୁ ଅନେକ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ହେବାକୁ ଥିବା ପ୍ରେସ କ୍ଳବ୍ ଭବନ ନିର୍ମାଣ ପାଇଁ ୧୦ ଲକ୍ଷ୍ୟ ଟଙ୍କା ତାଙ୍କ ତରଫରୁ ଦେବା ପାଇଁ କହିଥିଲେ।ସେହି ଭଳି ସାଂସଦ ନିରଞ୍ଜନ ବିଶି ଏବଂ ସାଂସଦ ସଙ୍ଗୀତ କୁମାରୀ ସିଂ ଦେଓ ମଧ୍ୟ ଭବନ ନିର୍ମାଣରେ ନିଜସ୍ଵ ପାଣ୍ଠିରୁ ସହଯୋଗ କରିବା ପାଇଁ କହିଥିଲେ। ଏହି ଉତ୍ସବ ପାଳନ ଅବସରରେ ସଭାପତି ପ୍ରଭାଜିତ୍ ସିଂହ ସାଲୁଜା, ସଂପାଦକ ଯୁଗଳ କିଶୋର ଶବର, କୋଷାଧ୍ୟକ୍ଷ ହନି ସିଂ, କାର୍ଯ୍ୟକାରୀ ସଭାପତି ସୁରଦାସ୍ ବାଗ, ଉପ ସଭାପତି ସୁବ୍ରତ ମହକୁର, ମନୋଜ ଶର୍ମା,ରଶ୍ମି ରଂଜନ ପଟେଲ,ତୁଳସୀ ରାମ ଜଗତ, ସହ ସମ୍ପାଦକ ରୋହନ ମହତ୍, ବିସିକେଶନ ମାଝୀ, ପରାମର୍ଶ ଦାତା ଆଶିଷ ଖେତାନ, ଦୁର୍ଗା ପ୍ରସାଦ ଗୁପ୍ତା, ଆନନ୍ଦ ମୋଟେ, ବରିଷ୍ଠ ସଦସ୍ୟ ଦୀପକ ଯାଦବ, ଅଙ୍କୁର ଅଗ୍ରୱାଲ, ସୁଶାନ୍ତ ବେହେରା, ଅନିଲ ତ୍ରିପାଠୀ, ଜଗମୋହନ ତାଣ୍ଡି,ଗଣେଶ ଦାସ, ବିକାଶ ଶର୍ମା, ବିକାଶ ମିତ୍ତଳ,ଦେବେଶ ସିଂହଳ, କମଳ ଶର୍ମା, ଅମିତ୍ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏକତ୍ର’ଆୟୋଜିତ ଏକକ ଅଭିନୟ ଉତ୍ସବ ଉଦ୍‌ଘାଟିତ

Sunil Chandra Nayak

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

୧- ରାଇଘର ବ୍ଲକରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର, ୨- ଭାରୀରୁ ଅତିଭାରୀ ବର୍ଷା ଓ ବଜ୍ରପାତ ଆଶଙ୍କା: ୨୪ ଅଗଷ୍ଟରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ବନ୍ଦ , ୩- ନବରଂଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬ ପାଇଁ ପ୍ରସ୍ତୁତି 

Sunil Chandra Nayak

Leave a Comment

error: Content is protected !!