ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର, ପୋଲିସର ତଦନ୍ତ ଜାରି

କୋକସରା,୯/୭ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ଓ ଝରିଆଗୁଡ଼ା ରାସ୍ତାର ଜୁନାପଡା ନିକଟରେ ଥିବା ଏକ ଚାଷ ଜମିରେ ରେଙ୍ଗାଳପାଲି ଗ୍ରାମର ଯୁବକ ଜୟପତି ମାଝୀ (୪୫) ର ବେକରେ ଗାମୁଛା ଲଗାଇ ମୃତଦେହ ଗଛକୁ ଆଉଜି ରହିଥିବା ଲୋକମାନେ ଦେଖି ଥିଲେ । ଯୁବକଙ୍କ ଶରୀରରେ ଅନେକ କ୍ଷତ ସହ ରକ୍ତ ଛିଟା ରହିଛି । ଯାହାକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି। ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ପରେ ପରିବାର ହତ୍ୟା ଅଭିଯୋଗ ଅନୁସାରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିଛନ୍ତି। ସୂଚନା ଅନୁସାରେ ରେଙ୍ଗାଳପାଲି ଗ୍ରାମର ଜୟପତି ମାଝୀ ଶନିବାର ସକାଳୁ ଘରୁ ବାହାରି ନ ଫେରିବାରୁ ଗତକାଲି ସନ୍ଧ୍ୟା ଓ ରାତିରେ ପରିବାର ଲୋକେ ଖୋଜାଖୋଜି ପରେ ମଧ୍ୟ ସନ୍ଧାନ ପାଇ ନଥିଲେ। ରବିବାର ସକାଳୁ କିଛି ସ୍ଥାନୀୟ ଲୋକେ ଜୟପତିର ଶବ ଗଛ ତଳେ ଆଉଜି ହୋଇ ରହିଥିବା ଦେଖି ପରିବାରକୁ ଖବର ଦେଇଥିଲେ। ପୋଲିସ ଶବ ଜବତ କରି କୋକସରା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଛି। ଏନେଇ କୋକସରା ଥାନାରେ କେଶ ନମ୍ବର ୧୪/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଜୟପତି ରେଙ୍ଗାଳପାଲି ପଞ୍ଚାୟତରେ ଝାଡୁଦାର ଥିଲେ ଓ ମାଛ ବ୍ୟବସାୟ କରୁଥିବା ବେଳେ ଘରେ ସ୍ତ୍ରୀ ସହ ଦୁଇ ଝିଅ ଓ ଜଣେ ପୁଅ ରହିଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ଧର୍ମଗଡ ପୋଲିସ କୁ ସଫଳତା , ୧୩ ଚୋରି ବାଇକ୍ ଜବତ, ଜଣେ ଅଭିଯୁକ୍ତ ଗିରଫ

masiha

ଏକ୍ସ କ୍ୟାଡର ଶିକ୍ଷକଙ୍କ ଆତ୍ମହତ୍ୟା

masiha

ଭଞ୍ଜନଗରରେ ସେକ୍ସ ରାକେଟ ଠାବ, ରାଣୀମାଛି ସହ ୪ଗିରଫ 

Sunil Chandra Nayak

Leave a Comment

error: Content is protected !!