ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ବଦଳିଲା ସ୍କୁଲ୍‌ ୟୁନିଫର୍ମ… ନବମ-ଦଶମରେ ଚେକ୍‌ ସାର୍ଟ ଓ ଫୁଲ୍‌ ପ୍ୟାଣ୍ଟ୍‌ ପିନ୍ଧିବେ ଛାତ୍ରଛାତ୍ରୀ।ପୋଷାକରେ ରହିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଲୋଗୋ

 ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ ୟୁନିଫର୍ମ । ଏଣିକି ଆଉ ଧଳା-ନୀଳ ନୁହଁ ବରଂ ଚେକ୍‌ ସାର୍ଟ ଓ ଫୁଲ୍‌ ପ୍ୟାଣ୍ଟରେ ସ୍କୁଲ୍‌ ଆସିବେ । ସପ୍ତାହକୁ ଦିନେ ପିନ୍ଧିବେ ଟି ସାର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ । ଜୋତା ଓ ମୋଜା ପିନ୍ଧି ଆସିବେ ସ୍କୁଲ୍‌ । ଏଥିସହ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଲୋଗୋ ଥିବା ଟୋପି ମଧ୍ୟ ଦିଆଯିବ ।

ପୂରା ଘରୋଇ ସ୍କୁଲ ପିଲାଙ୍କ ପରି ୟୁନିଫର୍ମ ପ୍ରସ୍ତୁତ କରାଯାଉଛି । ଏସବୁ ପରିଧାନ ସାମଗ୍ରୀକୁ ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ରେ ବଣ୍ଟନ କରାଯିବ । ପ୍ରତି ପିଲା ପିଛା ୧ହଜାର ଟଙ୍କା ବହନ କରିବେ ରାଜ୍ୟ ସରକାର । ଆସନ୍ତା ଅଗଷ୍ଟ ୧୫ରେ ସ୍କୁଲ୍‌ରେ ନୂଆ ୟୁନିଫର୍ମ ବଣ୍ଟନ ହେବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମଧ୍ୟମ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀ ଏହି ୟୁନିଫର୍ମ ତିଆରି କରିବେ । ଆସନ୍ତା ଅଗଷ୍ଟ ୧୫ ଠାରୁ ନୂଆ ୟୁନିଫର୍ମ ପିନ୍ଧିବେ ହାଇସ୍କୁଲ୍‌ ଛାତ୍ରଛାତ୍ରୀ । ନୂଆ ଲୁକ୍‌ ଓ ନୂଆ ରଙ୍ଗର ପୋଷାକରେ ଆସିବେ ସ୍କୁଲ୍‌ ।

ଏବେ ଛାତ୍ରଛାତ୍ରୀମାନେ ଧଳା ରଙ୍ଗର ସାର୍ଟ ଓ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧି ସ୍କୁଲ୍‌ ଆସୁଛନ୍ତି । ୟୁନିଫର୍ମ ବଦଳିବା ପରେ ଏହାର ରଙ୍ଗ ମଧ୍ୟ ବଦଳାଯାଇଛି । ଏଥର ଛାତ୍ରମାନେ ହୋଲି ଗ୍ରୀନ୍‌ ଓ ଧଳା ରଙ୍ଗର ଚେକ୍‌ ସାର୍ଟ ଓ ହୋଲି ଗ୍ରୀନ୍‌ ରଙ୍ଗର ଫୁଲ୍‌ ପ୍ୟାଣ୍ଟ ପିନ୍ଧିବେ । ଛାତ୍ରୀମାନେ ହୋଲି ଗ୍ରୀନ୍‌ ଓ ଧଳା ରଙ୍ଗର ଚେକ୍‌ ସାଲ୍‌ୱାର୍‌ ସାଙ୍ଗକୁ ହୋଲି ଗ୍ରୀନ୍‌ ରଙ୍ଗର ଜ୍ୟାକେଟ୍‌ ଓ କାମିଜ୍‌ ପିନ୍ଧିବେ । ଏଥିସହ ସପ୍ତାହକୁ ଗୋଟିଏ ଦିନ ଉଭୟ ଛାତ୍ରଛାତ୍ରୀ ଟି ସାର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ ପିନ୍ଧି ସ୍କୁଲ୍‌ ଆସିବେ । ଏଥିପାଇଁ ୪ଟି ରଙ୍ଗ ରଖାଯାଇଛି । ନୀଳ, ନାଲି, ହଳଦିଆ, ସବୁଜ ରଙ୍ଗର ଟି ସାର୍ଟ ପ୍ରସ୍ତୁତ କରାଯିବ ।

ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଏହି ସମସ୍ତ ପୋଷାକ ବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ପିଲାଙ୍କୁ ପୋଷାକ ଦିଆଯିବ । ଏଥିପାଇଁ ସରକାର ଜଣେ ପିଲା ପିଛା ୧ ହଜାର ଟଙ୍କା ବହନ କରିବେ । ଏଥିରେ ଛାତ୍ରଛାତ୍ରୀଙ୍କୁ ୨ ହଳ ୟୁନିଫର୍ମ, ହଳେ ଟି ସାର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ, ହଳେ ଜୋତା, ୨ ହଳ ମୋଜା ସହ ଟୋପି ଦିଆଯିବ। ଦୁଇ ହଳ ୟୁନିଫର୍ମ ପାଇଁ ୫୫୦ଟଙ୍କା, ଗୋଟିଏ ହଳ ଜୋତା ଓ ୨ହଳ ମୋଜା ପାଇଁ ୨୦୦ଟଙ୍କା, ଟି ସାର୍ଟ ପାଇଁ ୧୨୫ ଟଙ୍କା, ଟ୍ରାକ୍‌ ପ୍ୟାଣ୍ଟ ପାଇଁ ୧୨୫ଟଙ୍କା ଖର୍ଚ୍ଚ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଓସେପା ଓ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ଅଗଷ୍ଟ ୧୫ ସୁଦ୍ଧା ପୋଷାକ ତିଆରି ହୋଇ ବଣ୍ଟନ କରାଯିବ । ଏନେଇ ଗତ ୪ ତାରିଖରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏସ୍‌ଏଚ୍‌ଜି ମହିଳା ମାନେ ୟୁନିଫର୍ମ ତିଆରି କରିବେ । ସ୍କୁଲ୍‌ କର୍ତ୍ତୁପକ୍ଷ ବିଭାଗରୁ ଟଙ୍କା ଆସିବା ପାଇଁ ଏକ ଜିରୋ ଆକାଉଣ୍ଟ ଖୋଲିବେ । ସ୍କୁଲ୍‌ ପ୍ରଧାନଶିକ୍ଷକ ବିଲ୍‌ ଦେଲେ ଟଙ୍କା ଆସିବ । ଏହାକୁ ପୋଷାକ ଯୋଗାଇଥିବା ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀ ତଥା ଏମ୍‌ଏସ୍‌ଇକୁ ଦିଆଯିବ । ସ୍କୁଲ୍‌ ୟୁନିଫର୍ମ ତିଆରି କରିବାକୁ ଇଚ୍ଛୁକ ଥିବା ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀ କିମ୍ବା ଏମ୍‌ଏସ୍‌ଇ ୟୁନିଟ୍‌ ମାନେ ଚଳିତମାସ ୨୦ ତାରିଖ ସୁଦ୍ଧା ଆବେଦନ ଦାଖଲ କରିବେ ।ସ୍କୁଲ୍‌ରେ ପିଲାଙ୍କ ବିଭିନ୍ନ ଆକ୍ଟିଭିଟି ପାଇଁ ହାଉସ କ୍ଲବ୍‌ କରାଯାଇଛି । ସପ୍ତାହର ଗୋଟିଏ ଦିନ ବିଭିନ୍ନ ଆକ୍ଟିଭିଟି କରାଯିବ । ଯେଉଁ ସ୍କୁଲ୍‌ରେ ନବମ ଓ ଦଶମ ଶ୍ରେଣୀରେ ୧୦୦ ତଳକୁ ଛାତ୍ରଛାତ୍ରୀ ରହିଛନ୍ତି ସେଠି ୨ଟି କ୍ଲବ୍‌ କରାଯିବ । ଯେଉଁଠି ୧୦୦ ଉପରକୁ ରହିଛନ୍ତି ସେଠି ୪ଟି କ୍ଲବ୍‌ କରାଯିବ । ତେବେ ରାଜ୍ୟର ଆଦର୍ଶ ବିଦ୍ୟାଳୟ ଗୁଡିକରେ ଆଗରୁ ଏହାକୁ ସରକାର ଲାଗୁ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ

Sunil Chandra Nayak

ପାହାଡପୁର ଠାରେ ମହାମହିମ ରାଷ୍ଟ୍ରପତି ଙ୍କ କରକମଳରେ ଏଲ ଏଣ୍ଡ ଟି ଦ୍ୱାରା ନିର୍ମିତ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

masiha

ଆସୁଛି ରଜ…..

Sunil Chandra Nayak

Leave a Comment

error: Content is protected !!