ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ,  ବିଶ୍ଵ ଜନସଂଖ୍ୟା ଦିବସ ପାଳନ ଅବସରରେ ଧର୍ମଗଡର ଡ଼ାକ୍ତର ସଦାନନ୍ଦ ପାଣିଗ୍ରାହି ପୁଣି ସମ୍ବର୍ଦ୍ଧିତ

ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ପ୍ରେରଣା ପାଇଁ ଧର୍ମଗଡ ର ମହିଳା ସ୍ଵାସ୍ଥ୍ୟ କର୍ମୀ ଶ୍ରୀମତୀ ଦିବ୍ୟଲତା ଦୀପ ଙ୍କୁ ରାଜ୍ୟର ପ୍ରଥମ ଓ ବୋର୍ଡା ସ୍ଵାସ୍ଥ୍ୟ କେନ୍ଦ୍ର ର ସ୍ଵାସ୍ଥ୍ୟ କର୍ମୀ ଲିନା ସାହୁ ଙ୍କୁ ଦ୍ଵିତୀୟ ପୁରସ୍କାର।

ଆଜି ବିଶ୍ଵ ଜନସଂଖ୍ୟା ଦିବସ ପାଳନ ଅବସରରେ ମହିଳା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀଙ୍କୁ କ୍ରମାଗତ ଅଷ୍ଟମ ଥର ପାଇଁ ସମ୍ବର୍ଦ୍ଧିତ କରାଯାଇଛି।

ଆଜି ଭୁବନେଶ୍ୱର ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଙ୍କ ସମ୍ବିଳନୀ କକ୍ଷରେ ଆୟୋଜିତ ଏକ ସଭାରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ଡାକ୍ତର ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହି ଓ ଅନ୍ୟାନ୍ୟ ନିର୍ଦ୍ଦେଶକ ମାନେ ଉପସ୍ଥିତ ଥିଲେ। ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଦମ୍ପତିଙ୍କୁ ପ୍ରେରଣା ପାଇଁ ଧର୍ମଗଡର ମହିଳା ସ୍ଵାସ୍ଥ୍ୟ କର୍ମୀ ଶ୍ରୀମତୀ ଦିବ୍ୟଲତା ଦୀପ ଙ୍କୁ ପ୍ରଥମ ଓ ବୋର୍ଡା ସ୍ଵାସ୍ଥ୍ୟ କେନ୍ଦ୍ର ର ସ୍ଵାସ୍ଥ୍ୟ କର୍ମୀ ଲିନା ସାହୁ ଙ୍କୁ ଦ୍ଵିତୀୟ ପୁରସ୍କାର ମିଳିଛି। 

ଡାକ୍ତର ପାଣିଗ୍ରାହୀ ୧୯୯୭ ମସିହାରୁ ଏପର୍ଯ୍ୟନ୍ତ ୩୩ ହଜାର ୧୪୮ ଜଣ ମହିଳାଙ୍କୁ ସଫଳ ଭାବେ ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ରାଜ୍ୟରେ ଚଳିତ ବର୍ଷ ଦ୍ଵିତୀୟ ସ୍ଥାନ ଅଧିକାର କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି।

ଏହି ସେବା କାର୍ଯ୍ୟରେ ସଫଳତା ପାଇଁ ସେ ଥରେ ଜାତୀୟ ସ୍ତରରେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ରାଜ୍ୟ ସ୍ତରରେ ସାତଥର ଓ ଜିଲ୍ଲା ସ୍ତରରେ ଚାରିଥର ସମ୍ବର୍ଦ୍ଧିତ ହୋଇଛନ୍ତି।ତାଙ୍କର ଏହି ସେବା କାର୍ଯ୍ୟ ପାଇଁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।ଡାକ୍ତର ପାଣିଗ୍ରାହୀ।ଡାକ୍ତର ପାଣିଗ୍ରାହୀଙ୍କୁ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନେସେନାଲ ଫ୍ରେଣ୍ଡସିପ ସୋସାଇଟି ପକ୍ଷରୁ ଭାରତ ଜ୍ୟୋତି ସଂମ୍ମାନ ପ୍ରଦାନ କରାଯାଇଥିଲା। ମହାବୀର ସାଂସ୍କୃତିକ ଅନୁଷ୍ଠାନର ଭବାନୀପାଟଣାର ମହାବୀର ମହୋତ୍ସବ ରେ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ କୃତୀ ସନ୍ତାନ ଭାବେ ସମ୍ବର୍ଦ୍ଧିତ ହୋଇଥିଲେ।

ଏଠାରେ ସୁଚନା ଯୋଗ୍ୟ ଯେ,ଦୁଇଥର ତାଙ୍କ ନାମ “ଇଣ୍ଡିଆ ବୁକ ଅଫ ରେକର୍ଡସ୍”ରେ ସ୍ଥାନିତ ହୋଇ ସାରିଛି।

 କିଛିଦିନ ତଳେ ଡାକ୍ତର ପାଣିଗ୍ରାହୀ ନିଜେ ୨୪୬ଗୋଟି ଦେଶର ୨୨୩୯ ଗୋଟି ମୁଦ୍ରା ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏନେଇ “ଇଣ୍ଡିଆ ବୁକ ଅଫ ରେକର୍ଡସ୍”ରେ ତାଙ୍କ ନାମ ସ୍ଥାନିତ ହୋଇଅଛି।

ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ନିଜର ୨୬ ବର୍ଷ ଚାକିରୀ କାଳ ମଧ୍ୟରେ ୩୦ ହଜାର ମହିଳା ଙ୍କୁ ସଫଳ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ଏକ ଇତିହାସ ସୃଷ୍ଟି କରି ଥିବାରୁ ପୂର୍ବରୁ ତାଙ୍କ ନାମ “ଇଣ୍ଡିଆ ବୁକ ଅଫ ରେକର୍ଡସ୍” ରେ ଦର୍ଜ ହୋଇଛି।

ଡ଼ାକ୍ତର ସଦାନନ୍ଦ ପାଣିଗ୍ରାହି ଏବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରକାରୀ ଚିକିତ୍ସାଳୟରେ ମେଡିକାଲ୍ ଅଧିକାରୀ ଭାବରେ ଅବସ୍ଥାପିତ ଅଛନ୍ତି। ଡାକ୍ତର ପାଣିଗ୍ରାହୀ ଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜଳେଶ୍ୱର ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

Sunil Chandra Nayak

“କବିତା ଆପଣଙ୍କର – ସୁର ଓ ସ୍ଵର ମୋର” ପ୍ରତିଯୋଗିତା

Sunil Chandra Nayak

ରାହୁଲ ତାଣ୍ଡି ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ

masiha

Leave a Comment

error: Content is protected !!