ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଧପନ୍ତରିଆ ଭାବରେ ୨ ଗୋଟି ଅଙ୍ଗନବାଡି କେନ୍ଦ୍ର

ପଲନା:୦୯/୦୭ – (ମନିସ):- ଗର୍ଭବତୀ ଓ ଜନ୍ମଜାତ ଶିଶୁର ସୁରକ୍ଷା ଓ ଯତ୍ନ ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଖର୍ଚ୍ଚା କରୁଛନ୍ତି। ପ୍ରସୂତୀ ଓ ଶିଶୁ ମୃତ୍ଯୁ ହାରକୁ ରୋକିବା ପାଇଁ ସମ୍ମନୀତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ଯକାରି ମଧ୍ୟ କରୁଅଛି। ଏହି ବିଭାଗ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଗ୍ରାମାଞ୍ଚଳରେ ଥିବା ଗରିବ ଲୋକମାନଙ୍କର ଛୁଆ ମାନଙ୍କର ଶାରୀରିକ ମାନସିକ ବୃଦ୍ଧି ପାଇଁ ପ୍ରାକ୍ ବିଦ୍ୟାଳୟରେ ଶିକ୍ଷା ଦାନ କରିବାକୁ ଗୋଟିଏ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଅଧିକାଂଶ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଆଜି ଯାଏଁ ନିର୍ମାଣ କାର୍ଯ୍ଯ ଶେଷ ହୋଇପାରୁନାହିଁ। ତେବେ ଶିଶୁଙ୍କ ଭବିଷ୍ୟତ ପାଇଁ ଆଙ୍ଗୁଳି ନିର୍ଦ୍ଦେଶ କରୁଅଛି। ଏଭଳି ଅନେକ ସ୍ଥାନରେ ଅଙ୍ଗନବାଡ଼ି କେନ୍ଦ୍ର ଅଧପନ୍ତିଆ ଭାବରେ ପଡିରହିଥିବା ଅଭିଯୋଗ ସାମ୍ମାକୁ ଆସିଛି। ଯାହାକି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ଅଧିନସ୍ଥ ପଲନା ଗ୍ରାମପଞ୍ଚାୟତ ଅଧିନରେ ଥିବା କନ୍ଦାଖାଲ ଗ୍ରାମ ସ୍ଥିତ ୨ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର କୋଠା ନିର୍ମାଣ କାର୍ଯ୍ଯ ଅଧପନ୍ତିଆ ଭାବରେ ପଡିରହିଥିବା ଜଣାପଡିଛି। ଏହାଫଳରେ ପ୍ରାକବିଦ୍ଯାଳୟ କେଉଁ ଭଳି ଚାଲୁଥିବ ତାହା ସହଯେ ଅନୁମାନ କରାଯାଏ। ଏହି ଅଙ୍ଗନବାଡି କେନ୍ଦ୍ର ରେ ବହୁତ ଗୁରୁତ୍ୱ ପୂର୍ଣ୍ଣ ବିଭାଗ ହେତୁ ଏହି କେନ୍ଦ୍ର ରେ ଗର୍ଭବତୀ ପ୍ରସୂତୀ ଶିଶୁଙ୍କ କିଶୋରୀ ଙ୍କ ବିଭିନ୍ନ କାମ ରହୁଛି ହେଲେ ବହୁ ଅସୁବିଧା ରେ ଗୋଟିଏ ଛୋଟିଆ କୋଠରୀରେ ଏହି ସବୁ କାମ ଅଙ୍ଗନବାଡ଼ି ଦିଦି ବହୂଅସୁବିଧାର ସହ କାର୍ଯ୍ଯ ସମ୍ପାଦନା କରୁଥିବା ସୂଚନାରୁ ଜଣାପଡେ। ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରତି ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଜାଣିଶୁଣି ଚୂପ ରହୁଛନ୍ତି। ଏନେଇ ଭବାନୀପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ଲେଖିତ ଜଣାଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳି ପାରୁନାହିଁ। ଏହି କିଛି ଦିନ ତଳେ ବିଡ଼ିଓ ଙ୍କୁ ଗ୍ରାମବାସୀ ଲେଖିତ ଜଣାଇବା ପରେ ବିଡ଼ିଓ ତାଙ୍କ ସହ କର୍ମୀ ଜେଇ ଙ୍କୁ ତଦନ୍ତ ପାଇଁ ପଠାଇବି ବୋଲି ପଲନା ପଞ୍ଚାୟତ ଠାରେ ପ୍ରକାଶ କରିଥିଲେ ହେଲେ ଦୀର୍ଘ ଦିନପରେ ମଧ୍ୟ ଏହାର କୌଣସି ତଦନ୍ତ ହୋଇପାରିଲା ନାହିଁ ତେଣୁ ଲୋକେ କ୍ଷୁବ୍ଧ ପ୍ରକାଶ କରିଛନ୍ତି। ଏଭଳି ବିଭାଗୀୟ ଅଧିକାରୀ ଙ୍କ ମନମୁତାବକ କାର୍ଯ୍ଯ କୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ତେଣୁ ଏହାକୁ ଜିଲ୍ଲାପାଳ ସ୍ଵତନ୍ତ୍ର ଭାବରେ ହସ୍ତକ୍ଷେପ କରି ତଦନ୍ତ କରିବା ପାଇଁ ସର୍ବସାଧାରଣଙ୍କ ମଧ୍ୟରେ ଦାବି ହେଉଛି।

ପଲନା ରୁ ଡମ୍ବରୁ ଧର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଵ୍ଳକ ପରିସରରେ ୧୨ ତମ ବିଶ୍ବ ଯୋଗ ଦିବସ ପାଳିତ

Sunil Chandra Nayak

ଉତ୍କଳ ଆଲୁମିନାରେ ‘ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ’ ଉପରେ ଦୃଷ୍ଟିନିବଦ୍ଧ ସହିତ ବିଶ୍ୱ ପୁଷ୍ଟିସାଧନ ସପ୍ତାହ ପାଳନ

masiha

କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ

Sunil Chandra Nayak

Leave a Comment

error: Content is protected !!