ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଳି ଗୁଳି ରୁ ଟିକେ ଅସ୍ବସ୍ତି !

କୋଲନରା :- ୧୧/୭ :ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଆଜି ବର୍ଷା ହୋଇଥିବା ର ଦେଖିବାକୁ ମିଳିଛି | ଫଳରେ ଲୋକେ ମାନେ ଟିକେ ଆଶ୍ଵସ୍ଥ ଅନୁଭବ କରିଛନ୍ତି |ମୌସୁମୀ ଆସିବ ଆସିବ ବୋଲି ଅପେକ୍ଷା କରିଥିବା ବେଳେ ସାରା ରାଜ୍ୟରେ ପ୍ରବଳ ମାତ୍ରାରେ ଗୁଳୁ ଗୁଳି ଲହରୀ ଜାରି ରହିଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ଅନ୍ୟପଟେ ଗତ ସପ୍ତାହରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷାର ଦେଖା ମିଳି ନଥିଲା | ତେଣୁ ଚାଷୀ କୂଳ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା | କାହିଁକି ନା ଏହି ଶ୍ରାବଣ ମାସରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ଧାନ ତୋଳି ବୁଣା ଯାଇଥାନ୍ତା | କିନ୍ତୁ ବୃଷ୍ଟିପାତର ଅଭାବରୁ ଧାନ ତୋଳି ବୁଣିବା ତ ଦୂରର କଥା ଚାଷ ଜମିରେ ବିଭିନ୍ନ ପ୍ରକାର ର ବିହନ ମଧ୍ୟ ଲଗା ଯାଇ ପାରୁନାହିଁ | କିଛି ଚାଷୀ ଧାନ ବିହନ ବୁଣି ଦେଇଥିବା ବେଳେ ସୂର୍ଯ୍ୟ ଙ୍କ ର ପ୍ରଖର ଖରା ଏବଂ ପାଣିର ଅଭାବ ହେତୁ ଚାଷୀଙ୍କ ଧାନ ତୋଳି ମଧ୍ୟ ନଷ୍ଟ ହୋଇଯାଇଥିବା ଜଣାପଡିଛି | ତେବେ ଆଜିର ଏହି ବର୍ଷା ହେତୁ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିବାକ ଖୁସି ପ୍ରକାଶ କରିଥିବା ଜଣାପଡିଛି | ପାଖାପାଖି ୩୦ ମିନିଟ ଧରି ହାଲକା ରେ ବର୍ଷିଥିବା ଯୋଗୁଁ ଶୁଖିଲା ଚାଷ ଜମିରେ କିଛି ପାଣି ହୋଇଥିବା ଦେଖାଯାଇଛି | ଅନ୍ୟପଟେ ପ୍ରବଳ ଗୁଳି ଗୁଳି ଯୋଗୁଁ ଗରମରେ ଅତିଷ୍ଟ ଲୋକେ ଥଣ୍ଡା ଅନୁଭବ କରିଥିବା ଦେଖିବାକୁ ମିଳିଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

Hindalco Launched hands on training for first batch of local girls to make them work ready for Apparel Factory being set up at Phuljoba.  

masiha

ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ବୀମା ଙ୍କ କଳାହାଣ୍ଡି ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ 

masiha

୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ ରାଜଧାନୀର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତିଙ୍କ ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!