ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଡାଗଡ଼ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଆସିଥିବା ଦୁଇ କୋଟି ପଞ୍ଚାନବେ ଲକ୍ଷ୍ୟ ଟଙ୍କା ଅନୁଦାନର ବିନିଯୋଗ ଫର୍ଦ ପ୍ରସ୍ତୁତି ବୈଠକ

ନବରଙ୍ଗପୁର (ମସିହା) ଆଜି ତା 10/7/2023ରିଖ ରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ପୋଡାଗଡ଼ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଆସିଥିବା ଦୁଇ କୋଟି ପଞ୍ଚାନବେ ଲକ୍ଷ୍ୟ ଟଙ୍କା ଅନୁଦାନର ବିନିଯୋଗ ଫର୍ଦ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ପୋଡାଗଡ଼ ର ଉନ୍ନତି ନିମନ୍ତେ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରାଗଲା ପୋଡାଗଡ଼ ର ଦୁଇଟି ପାହାଡ଼ ଉପରକୁ ରାସ୍ତା ନିମନ୍ତେ ପାହାଚ ଓ ପାନୀୟଜଳ, ଅଳିକିକରଣ ଓ ବଣଭୋଜି କରିବାକୁ ଆସୁଥିବା ଲୋକଙ୍କ ପାଇଁ ଅତ୍ୟାବଶ୍ୟକୀୟ ପିଢ଼ି ନିର୍ମାଣ ଚା ଷ୍ଟଲ ବିଭିନ୍ନ ସୋୟଙ୍ଗ ସହାୟକ ଦଳକୁ ରୋଜଗାର ଯୋଗେଇଲାଭଳି କାଫେ ତିଆରି ହେବ ନିରାପଦ ଭାବରେ ପାହାଡ଼ ଟ୍ରାକିଙ୍ଗ କରିପାରିବେ ସାଇଡରେ ଷ୍ଟିଲ ରେଲିଙ୍ଗ ବ୍ୟବସ୍ଥା ହେବ ସୌର ଆଲୋକ ରେ ଆଲୋକିତ କରାଯିବ, ଯାହାଫଳରେ ରାତିରେ ମଧ୍ୟ ଯାତ୍ରୀମାନେ ଚଳପ୍ରଚଳ ହୋଇ ପାରିବେ ଆଜିର ଏହି ଚୂଡାନ୍ତ ବୈଠକରେ ପି ଡି ଡି ଆର ଡି ଏ ଓ ବିଡ଼ିଓ ହିମାଞ୍ଚଳ ମାଝୀ ବରିଷ୍ଠ ସହକାରୀ ଯନ୍ତ୍ରୀ ଶଙ୍କିତ ନାୟକ, କନିଷ୍ଠ ଯନ୍ତ୍ରୀ ଭି ଆର ପି ପାତ୍ର ଯୋଗଦେଇଥିଲେ l ପୋଡାଗଡ଼ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଉଦ୍ଧବ ଚରଣ ନାୟକ, ଉପ ସଭାପତି ଜଗଦୀଶ ନାୟକ,ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଭତ୍ରl, ସହ ସମ୍ପାଦକ ତୁଳସୀ ରାମ ଭତ୍ରl,କୋଷାଧ୍ୟକ୍ଷ ରତି ରାମ ଭତ୍ରl,ଉପଦେଷ୍ଟା ତଥା ସଂସ୍କୃତି ସଂରକ୍ଷକ କୈଳାଶ ଚନ୍ଦ୍ର ବେହେରା,ଆଇନ ପରାମର୍ଶଦାତା ରାମ ନାୟକ,ମିଡିଆ ସଂଯୋଜକ ରବି ନାରାୟଣ ମହାନ୍ତି,ଦଶରୁ ନାୟକ, ଜିତୃ କଲାର, ଜଳଧର ମାଝୀ, ଦେବୀସିଂ ମାଝୀ,କୃଷ୍ଣ ପୁଝାରୀ, ଦେବ ପୁଝାରୀ, ଦୟା ପୁଝାରୀ ପ୍ରମୂଖ ଅନ୍ୟମାନେ ଉପସ୍ଥିତ ରହି ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ତେରେସିଂହାରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ସୁନ୍ଦରଗଡ ଲେଖକ ସାମୁଖ୍ଯର ମାସିକ ସାହିତ୍ଯ ଆସର

Sunil Chandra Nayak

ସିଂହପୁରଠାରେ ହେମପ୍ରଭା ବୃଦ୍ଧାଶ୍ରମ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୪୨ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!