ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢୁଷଗୁଡ଼ା ରେତ୍ ନଦୀ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ

ଲାଞ୍ଜିଗଡ଼,(ମନିସ)-ନିଜର ସାଙ୍ଗସାଥୀ ସହିତ ବୁଲିବାକୁ ଯାଇଥିଲେ ! ତେବେ କିଏ ଜାଣିଥିଲା ସେଠାରେ ଏଭଳି ଅଘଟଣ ଘଟିବ ବୋଲି ! ଏପରି ଏକ ଅଭାବନୀୟ ଘଟଣା କ୍ରମରେ ଲାଞ୍ଜିଗଡ଼ ଓ ନର୍ଲା ବ୍ଲକ ସୀମାନ୍ତ ଢୁଷଗୁଡାସ୍ଥିତ ରେତ୍ ନଦୀ ଡ୍ୟାମ୍ ରେ ବୁଡ଼ି ଜଣେ କଲେଜ ଛାତ୍ର ନିଖୋଜ ଥିବା ସୂଚନା ମିଳିଛି ! ଏ ସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ନର୍ଲା ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ଡ୍ୟାମ୍ ପାଣି ଭିତରେ ଖୋଜାଖୋଜି କରୁଥିବା ଜଣାପଡ଼ିଛି ! ସେହିପରି ଘଟଣାସ୍ଥଳରେ ନର୍ଲା ଓ ଛତିକୁଡ଼ା ପୁଲିସ ମଧ୍ୟ ପହଞ୍ଚିଛନ୍ତି ! ଖବର ଅନୁଯାୟୀ, ଭବାନୀପାଟଣା ସହରର କିଛି କଲେଜ ଛାତ୍ରଛାତ୍ରୀ ଆଜି ଦିନବେଳେ ରେତ୍ ପ୍ରକଳ୍ପ ବୁଲିବାକୁ ଆସିଥିବାବେଳେ ଜଣେ ଛାତ୍ର ସାଲୁ ପଣ୍ଡା ଅସାବଧାନତାବଶତଃ ପାଣିରେ ବୁଡିଯାଇଥିଲେ ! ତାଙ୍କ ସାଙ୍ଗସାଥୀମାନେ ସାଲୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ପାଣିର ଗଭୀରତା ଯୋଗୁଁ ଉଦ୍ଧାର କରିପାରିନଥିଲେ ! ଏ ସଂପର୍କରେ ପୁଲିସ ଓ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିବା ଜଣାପଡ଼ିଛି ! ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଛାତ୍ରଜଣଙ୍କ ନିଖୋଜ ଥିବା ଜଣାପଡ଼ିଛି ।

ଲାଞ୍ଜିଗଡ଼ ବ୍ଲକ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଧର୍ମଗଡ ତେଲନଦୀ ପଠାରେ ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା କଲାହାଣ୍ଡି ୧୯୮୨ ଗ୍ରାଜୁଏଟ ଗ୍ରୁପ ର ବାର୍ଷିକ ସମାବେଶ 

masiha

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ବୈଠକ 

Sunil Chandra Nayak

ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଶୁଭାରମ୍ଭ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା

Sunil Chandra Nayak

Leave a Comment

error: Content is protected !!