ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢୁଷଗୁଡ଼ା ରେତ୍ ନଦୀ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ

ଲାଞ୍ଜିଗଡ଼,(ମନିସ)-ନିଜର ସାଙ୍ଗସାଥୀ ସହିତ ବୁଲିବାକୁ ଯାଇଥିଲେ ! ତେବେ କିଏ ଜାଣିଥିଲା ସେଠାରେ ଏଭଳି ଅଘଟଣ ଘଟିବ ବୋଲି ! ଏପରି ଏକ ଅଭାବନୀୟ ଘଟଣା କ୍ରମରେ ଲାଞ୍ଜିଗଡ଼ ଓ ନର୍ଲା ବ୍ଲକ ସୀମାନ୍ତ ଢୁଷଗୁଡାସ୍ଥିତ ରେତ୍ ନଦୀ ଡ୍ୟାମ୍ ରେ ବୁଡ଼ି ଜଣେ କଲେଜ ଛାତ୍ର ନିଖୋଜ ଥିବା ସୂଚନା ମିଳିଛି ! ଏ ସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ନର୍ଲା ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ଡ୍ୟାମ୍ ପାଣି ଭିତରେ ଖୋଜାଖୋଜି କରୁଥିବା ଜଣାପଡ଼ିଛି ! ସେହିପରି ଘଟଣାସ୍ଥଳରେ ନର୍ଲା ଓ ଛତିକୁଡ଼ା ପୁଲିସ ମଧ୍ୟ ପହଞ୍ଚିଛନ୍ତି ! ଖବର ଅନୁଯାୟୀ, ଭବାନୀପାଟଣା ସହରର କିଛି କଲେଜ ଛାତ୍ରଛାତ୍ରୀ ଆଜି ଦିନବେଳେ ରେତ୍ ପ୍ରକଳ୍ପ ବୁଲିବାକୁ ଆସିଥିବାବେଳେ ଜଣେ ଛାତ୍ର ସାଲୁ ପଣ୍ଡା ଅସାବଧାନତାବଶତଃ ପାଣିରେ ବୁଡିଯାଇଥିଲେ ! ତାଙ୍କ ସାଙ୍ଗସାଥୀମାନେ ସାଲୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ପାଣିର ଗଭୀରତା ଯୋଗୁଁ ଉଦ୍ଧାର କରିପାରିନଥିଲେ ! ଏ ସଂପର୍କରେ ପୁଲିସ ଓ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିବା ଜଣାପଡ଼ିଛି ! ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଛାତ୍ରଜଣଙ୍କ ନିଖୋଜ ଥିବା ଜଣାପଡ଼ିଛି ।

ଲାଞ୍ଜିଗଡ଼ ବ୍ଲକ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ବୁଦେଲ ପଦର ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳନ

masiha

ପରଲୋକରେ କମଳେଶ

masiha

Leave a Comment

error: Content is protected !!