ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିସ ୟୁନିଭର୍ସ ଅଞ୍ଜୁ କୁମାରୀଙ୍କୁ ଗ୍ରାମବାସୀ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

ଖଡିଆଳ ସହରର ଅଞ୍ଜୁ କୁମାରୀ ବେହେରା ମିସ ୟୁନିଭର୍ସ ସମ୍ମାନରେ ସମ୍ମାନିତ ହେବା ପରେ ଆଜି ଗ୍ରାମବାସୀ ଓ ପରିବାର ସମ୍ପର୍କୀୟ ଖଡିଆଳ ଠାରେ ସ୍ବାଗତ ସମ୍ବନ୍ଧନା ଜ୍ଞାପନ କରିଛନ୍ତି । ଖଡିଆଳ ସହରର ସମଲେଶ୍ୱରୀ ମନ୍ଦିର ରୁ ବାହାରି ବ୍ଲକ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ପରେ ତାଙ୍କ ଘରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମୟରେ ଗ୍ରାମବାସୀ, ପରିବାର ଓ ସମ୍ପର୍କୀୟ ମାନେ ଯୋଗଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ମହାରାଷ୍ଟ୍ରର ପୁନେ ଠାରେ ଜୁଏଲ ଏଂଟରଟେମେଣ୍ଟ ଦ୍ଵାରା ଆୟୋଜିତ ଉତ୍ସବରେ ଅଞ୍ଜୁ କୁମାରୀ ମିସ ୟୁନିଭର୍ସି-୨୦୨୨ ମୁକୁଟ ପିନ୍ଧିଥିଲେ । ଏହି ସଫଳତା ପରେ ତାଙ୍କୁ ଆଜି ସ୍ୱାଗତ ସମ୍ବର୍ଜନା ଜ୍ଞାପନ କରାଯାଇଛି । ଏହାପୂର୍ବରୁ ମଧ୍ୟ ସେ ରାଉରକେଲାରେ ଓଡ଼ିଶା ବିଉଟି ଏକ୍ସପୋ-୨୦୨୦ ରେ ମିସ ବେଷ୍ଟ ୱାଲକ ବିଜେତା ଓ ରାୟପୁର ଠାରେ ମିସ ଟିଆରା କୁଇନ ଅଫ ଭାରତ-୨୦୨୧ ରେ ସମ୍ମାନୀତ ହୋଇ ସାରିଛନ୍ତି । ବାପା ସତ୍ୟ ନାରାୟଣ ବେହେରା ଓ ମାଁ ପ୍ରେମଶୀଳା ବେହେରାଙ୍କ ପ୍ରେରଣରେ ଅଞ୍ଜୁ ଏହି ସଫଳତା ପାଇଥିବା ପ୍ରକାଶ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗାନ୍ଧୀ ଜୟନ୍ତି ଅବସର ରେ ସବୁଠି ସ୍ୱଚ୍ଛତା ହିଁ ସେବା

Sunil Chandra Nayak

ବିଷମ କଟକ ଠାରେ ବହୁଭାଷୀ ଶିକ୍ଷଣ ପ୍ରକଷ୍ଟର ଉଦ୍ଘାଟନ ସହ ଶୁଭାରମ୍ଭ

Sunil Chandra Nayak

ଭଗ୍ନ ଅବସ୍ଥାରେ ବାବା ସୁବର୍ଣ୍ଣ ସମ୍ଭୁ ଙ୍କ ମନ୍ଦିର!ଦେବତ୍ତର ବିଭାଗ ସାଜିଛି ନିରବ ଦ୍ରଷ୍ଟା

Sunil Chandra Nayak

Leave a Comment

error: Content is protected !!