ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳୀଖୁଣ୍ଟି ବ୍ଲକ ପରେ ମୈଦଲପୁର ଅଞ୍ଚଳରେ ହାତୀ

ପାପଡାହାଣ୍ଡି,12/7, ମନିସ —- ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଅଂଚଳରେ ଜଙ୍ଗଲୀ ହାତୀ ତାର ଉପଦ୍ରଵ ଦେଖାଇବା ପରେ ମଙ୍ଗଳବାର ମଇଦଳପୁର ଅଂଚଳରେ ହାତୀ ଦେଖିବାକୁ ମିଳିଛି | ହାତୀଟି ଗାଦବା କତରା ପଂଚାୟତ ନିକଟରେ ଥିବା ଜଙ୍ଗଲ ରେ ଦେଖାଯାଇଛି | ଖବର ସଂଗ୍ରହ ପର୍ଯ୍ୟନ୍ତ ହାତୀ ଜଙ୍ଗଲ ଭିତରେ ବିଶ୍ରାମ ନେଉଥିବା ସୂଚନା ଦେଇଛନ୍ତି ମଇଦଳପୁର ବନବିଭାଗ ଅଧିକାରୀ ମଧୁସୂଦନ ପାତ୍ର | ଜଙ୍ଗଲ ପାଖରେ ଡାବୁଗାଁ ରେଞ୍ଜର ସେତୁରଞ୍ଜନୀ ଗମାଙ୍ଗ,ମଇଦଲପୁର ବନବିଭାଗ ର ସମସ୍ତ କର୍ମଚାରୀ ଏବଂ ୱାଇଲଡ ଲାଇଫ ର ସମସ୍ତ ଟିମ ଜଙ୍ଗଲରେ ହାତୀ କୁ ନଜର ରଖିଛନ୍ତି ଏବଂ ଗାଁ ଭିତରେ ହାତୀ ପ୍ରବେଶ ନ କରିବ ସେଥିପ୍ରତି ଧ୍ୟାନ ଦେଉଛନ୍ତି ଏବଂ ଲୋକଙ୍କୁ ମଧ୍ୟ ଜଙ୍ଗଲ ଭିତରକୁ ନ ଯିବା ପାଇଁ ପ୍ରୟାସ ଜାରି ରହିଛି | ହାତୀ ଉଠିଲା ପରେ ଅତି ଘଞ୍ଚଜଙ୍ଗଲ ଭିତରକୁ ଘଉଡ଼ାଇବା ବ୍ୟବସ୍ତା କରାଯିବ ବୋଲି ମଧ୍ୟ ସୂଚନା ମିଳିଛି | ରାତିରେ ହାତୀ ଯାନୀ ଗୁଡା ମଧ୍ୟରେ ଥୀବା କମଳ ଲୋଚନ ଯାନୀ ଙ୍କ ଧାନ ଚାଷ ଉପରେ ଚାଲିଥିବାରୁ ଧାନ ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି | ନିକଟସ୍ଥ ତେନ୍ତୁଳୀଖୁଣ୍ଟି ଗ୍ରାମରେ ଜଣକୁ ଉକ୍ତ ହାତୀ ଟି ମାରିଥିବା ସୂଚନା ପରେ ଏହି ଅଞ୍ଚଳରେ ମଧ୍ୟ ଭୟର ବାତାବରଣ ଖେଳିଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

masiha

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ାର ୨୩ ତମ ବାର୍ଷିକ ଉତ୍ସବ

Sunil Chandra Nayak

କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ,ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ୧୧୧ କୋଟି ସହାୟତା ଘୋଷଣା,ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କଲେ ରାଜ୍ୟସଭା ସାଂସଦ

Leave a Comment

error: Content is protected !!