ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେଟ ଫୁଲୁଛି ଅସ୍ୱାଭାବିକ ଭାବେ:ଚିକିତ୍ସା ପାଇଁ ଅର୍ଥ ବାଧକ 

ନବରଂଗପୁର-(ମସିହା )-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ମହକୁମା ହାଟପଦା ସାହିର ସବିତା ହରିଜନ (୪୨)ବର୍ଷ ତାଙ୍କ ପେଟ ଅସ୍ୱାଭାବିକ ଭାବେ ପାଉଛି, ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ l ଏଥିଯୋଗୁଁ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ସବିତା l କୁଲି କଲେ ବହୁ କଷ୍ଟରେ ପରିବାର ଚଳୁଥିବା ବେଳେ ସବିତା ଙ୍କ ଚିକିତ୍ସା ପାଇଁ ଟଙ୍କା ନ ଥିବାରୁ ପରିବାର ଲୋକେ ଏବେ ଚିନ୍ତାରେ ପଡ଼ିଛନ୍ତି l ବାସହୀନ ସବିତା ସ୍ଵାମୀ,ମାଆ, ଝିଅ ଓ ନାତୁଣୀ ଙ୍କ ସହ ଡାବୁଗାଁ ହାଟପଦା ସାହିର ଦୈନିକ ବଜାର ପିଣ୍ଡିରେ ରହୁଛନ୍ତି l ସ୍ଵାମୀ ଲକିଚାନ୍ଦ କୁଲି କରୁଥିବା ବେଳେ ସବିତା ଦୈନିକ ବଜାରର ବ୍ୟବସାୟୀ ମାନଙ୍କ ଦୋକାନ ଅଗଣା ଝାଡୁ କରି କିଛିଅର୍ଥ ଯୋଗାଡ଼କରି ତେଲ ଲୁଣ ସଂସାର ଚଳାଇଥାନ୍ତି lଦମ୍ପତ୍ତିଙ୍କୁ ଏହି ରୋଜଗାର ରେ କଷ୍ଟେମଷ୍ଟେ ଚଳିବାଜୁ ପଡିଥାଏ l ତେବେ ଦୁଇ ମାସ ତଳେ ସବିତା ଙ୍କ ପେଟ ଅସ୍ୱାଭାବିକ ଭାବେ ଫୁଟିବାରୁ ସେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଯିବା ପରେ ଉନ୍ନତ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ଯିବାକୁ ଡାବୁଗାଁ ଡାକ୍ତର୍ ପରାମର୍ଶ ଦେଇଥିଲେ l ଗତ ୫ ଦିନ ତଳେ ପରିବାର ଖର୍ଚ୍ଚ ପାଇଁ ସଞ୍ଚୟ କରି ରଖିଥିବା ଟଙ୍କା ଧରି ନବରଙ୍ଗପୁର କୁ ଚିକିତ୍ସା ପାଇଁ ଯାଇ ଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ପେଟ ଅସ୍ତ୍ରୋପଚାର ପାଇଁ କୋରାପୁଟ ଏସ୍ ଏଲ୍ ଏନ୍ ବଡ ଡାକ୍ତରଖାନା ଯିବା ପାଇଁ ପରାମର୍ଶ ଦେଇଥିଲେ l ସବିତା ଙ୍କ ପେଟରେ ଟ୍ୟୁମର ହୋଇଥିବା କିମ୍ବା ପାଣି ଜମି ଯାଇଥିବା ଆଶଙ୍କା କରାଯାଉଥିବା ବେଳେ ଅର୍ଥ ଅଭାବରୁ ସବିତା କୋରାପୁଟ ଯାଇପାରୁ ନାହାନ୍ତି lଅନ୍ୟ ପଟେ ଦିନକୁ ଦିନ ସବିତା ଙ୍କ ପେଟର ଯନ୍ତ୍ରଣା ବଢ଼ୁଥିବାରୁ ପରିବାର ଲୋକେ ଚିନ୍ତାରେ ପଡି ଯାଇଛନ୍ତି l ସବିତାଙ୍କ ବୃଦ୍ଧା ମାଆ ଶାନ୍ତି ହରିଜନ ଝାଡ ମାଳି ଭାବେ ଦୈନିକ ବଜାର ଅଞ୍ଚଳରେ ପରିଚିତ ଥିବା ବେଳେ ପ୍ରଶାସନ କିମ୍ବା ବଦାନ୍ୟ ବ୍ୟକ୍ତି ଝିଅର ଚିକିତ୍ସା ନିମନ୍ତେ ସହାୟତା ଯୋଗାଇ ଦେବାକୁ ଗୁହାରି କରିଛନ୍ତି l ଏଭଳି ଏକ ଅସହାୟ ତଥା ଗରିବ ପରିବାରକୁ ଆବାସ ଯୋଜନାରେ ସାମିଲ କରିବା ସହିତ ସବିତାଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ହାଟପଦା ବାସୀ ଦୃଢ଼ ଦାବୀ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ରାଉରକେଲା ଫିଲ୍ମ ଫେଷ୍ଟିଭାଲ ଆସନ୍ତା ୧୫ ରେ…..

masiha

ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଅବ୍ୟବସ୍ଥା ନେଇ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହସ୍ପିଟାଲ ମ୍ୟାନେଜରଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ 

Sunil Chandra Nayak

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!