ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର ତା13,07,2023, (ମସିହା)ନବରଙ୍ଗପୁର ଜିଲ୍ଲା ସଦରମହକୁମା ବ୍ଲକ ତାରାଗାଁ ଗ୍ରାମ ପଞ୍ଚାୟତ ବାଇ ପାସ୍ ରୋଡ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୃଥିବୀ ପୃଷ୍ଠରେ ବୃଦ୍ଧି ପ୍ରାପ୍ତ ହେଉଥିବା ତାପ ମାତ୍ରାର ନିୟନ୍ତ୍ରଣ ସାଙ୍ଗକୁ ଆମ ପରିବେଶ ଗତ ବାୟୁ ମଣ୍ଡଳରେ ଅମ୍ଳ ଜାନର ଅଭିବୃଦ୍ଧି ସକାଶେ ରାସ୍ତା ପାଶ୍ୱ ରେ ଅଶ୍ୱତ୍ଥ ବୃକ୍ଷ ସମେତ ଅନ୍ୟାନ୍ୟ ବୃକ୍ଷ ରୋପଣ କରା ଯାଇଥିଲା।ଚଳିତ ବର୍ଷ ଅଗ୍ନିପୁର ପଞ୍ଚାୟତ ଅନ୍ତର୍ଗତ ଠିର୍ଲି ଆମ୍ବ ଗୁଡା ଛକ ଠାରୁ ପିଲିକା ଛକ ପର୍ଯ୍ୟନ୍ତ ଯାଇ ଥିବା ରାସ୍ତାରେ ତେଲଙ୍ଗାଗୁଡା ବା ଢେପଗୁଡା ଛକ ଠାରୁ ପିଲିକା ଛକ ପର୍ଯ୍ୟନ୍ତ ୨୬ଟି ଅଶ୍ୱତ୍ଥ ଚାରା ରୋପଣ କରା ଯାଇଥିଲା।ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଠାରୁ ଚାରା, ଗୋବର ଖତ, ରାସାୟନିକ ସାର ଓ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ଏକ ଗାଡ଼ିରେ ନେଇ ଦୁଇ ଦିନ ପୂର୍ବରୁ ଖୋଳା ଯାଇ ଥିବା ୨୬ ଗୋଟି ଗାତରେ ବିଭିନ୍ନ ସ୍ଥାନରେ ୧୦ ଟି ବର ଗଛ ଓ ୨୬ଟି ଅଶ୍ୱତ୍ଥ ଚାରା ଶ୍ରମିକ ଓ ଆଶ୍ରମ କର୍ମୀ ଗଣଙ୍କ ସହଯୋଗରେ ସମସ୍ତ ଚାରା ରୋପଣ କରାଯାଇଥିଲା।ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ତରଫରୁ ଏହି ସାମାଜିକ କାର୍ଯ୍ୟକ୍ରମ ଦୀର୍ଘ ୨୬ ବର୍ଷ ଧରି ପାଳନ ହୋଇ ଆସୁଅଛି । ଚଳିତ ବର୍ଷର ଏହି କାର୍ଯ୍ୟକ୍ରମଟିକୁ ରଶ୍ମୀ ରଞ୍ଜନ ସିଦ୍ଧାଶ୍ରମର ଅଧ୍ୟକ୍ଷ ଡ଼: ନୀଳ କଣ୍ଠ ପାଢ଼ୀ ଓ ପରିଚାଳନା ସମିତି ସମ୍ପାଦକ ସନ୍ତୋଷ କୁମାର ପୁଜାରୀ ଆଶ୍ରମର ପୂର୍ବତନ ସମିତି ସମ୍ପାଦକ ଦଶମୁ ପାତ୍ର ଓ ପିଲିକା ଗ୍ରାମ ବାସୀ ପ୍ରଶାନ୍ତ ସରାବୁଙ୍କ ମାର୍ଗଦର୍ଶନରେ ଯୁଗ୍ମ ଭାବେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ହିମାଂଶୁ ଶେଖର ଦାସ, ବିକାଶ ଚନ୍ଦ୍ର ସ୍ବାଇଁ,ଭି. ଶ୍ରୀନିବାସ, ଶ୍ରୀମତୀ ଇନ୍ଦୁମତୀ ପାଢ଼ୀ,ଡ଼: ବଳ ରାମ ପାତ୍ର,ଡ଼: ସଂଗୀତା ପାତ୍ର,କୈଳାସ ଜାନୀ,ଦେବେନ୍ଦ୍ର ଗାଦବା,ଧନପତି ଗୈ।ଡ, ତୁଳାବତୀ ଜାନୀ,ଦୀପା ପାତ୍ର, ଚନ୍ଦ୍ର ଶେଖର ମାଳୀ,ଗୋମତୀ ମାଳୀ,କୈଳାସ ଜାନୀ,କୃଷ୍ଣ ଚନ୍ଦ୍ର ମୁଦୁଲି ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଆଶ୍ରମ ସମେତ ଅନ୍ୟାନ୍ୟ ଅଞ୍ଚଳ ରେ ବି ବୃକ୍ଷ ରୋପଣ କରାଯିବ ବୋଲି ଆଶ୍ରମ ପରିଚାଳକ ଜଣାଇଛନ୍ତି। ଏଭଳି ମହତ କାର୍ଯ୍ୟ କରୁଥିବାରୁ ଆଶ୍ରମ ପରିଚାଳକ ଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ପୋଲିସ ର ଜବତ ଯାନ ବାହାନ ଫେରସ୍ତ କାର୍ଯ୍ୟକ୍ରମ ଆରମ୍ଭ

Sunil Chandra Nayak

ନର୍ଲା ଠାରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ

masiha

ନବରଙ୍ଗପୁର ଠାରେ ଦିଶା କମିଟି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!