ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ମଶା ବାହିତ ରୋଗ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ଅନ୍ତବିଭାଗୀୟ ସ୍ୱମନ୍ନୟ ବୈଠକ

ଭବାନୀପାଟଣା: ତା ୧୪.୭.୨୦୨୩:ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଡେଙ୍ଗୁ ମ୍ୟାଲେରିଆ ସଂପର୍କିତ ଜିଲ୍ଲାସ୍ତରୀୟ ଅନ୍ତବିଭାଗୀୟ ସ୍ଵମନ୍ନୟ ବୈଠକ ଅନୁଷ୍ଠିତ ହୋଇଛି।

ଉକ୍ତ ବୈଠକରେ ଜିଲ୍ଲାପାଳ , ଜିଲ୍ଲାରେ ଡେଙ୍ଗୁ, ମ୍ୟାଲେରିଆ, ହଇଜା ବ୍ୟାପିବା ସମ୍ବାବନା ଥିବା ଅଞ୍ଚଳରେ ଏହି ରୋଗ କୁ ରୋକିବା ପାଇଁ ବିଭିନ୍ନ ବିଭାଗର ପଦକ୍ଷେପ,ସଚେତନତା ସୃଷ୍ଟି ସମ୍ପର୍କରେ  ସମୀକ୍ଷା କରିଥିଲେ।ସମସ୍ତଙ୍କର ମିଳିତ ଉଦ୍ୟମରେ ହି ଡେଙ୍ଗୁ , ମ୍ୟାଲେରିଆ, ହଇଜା ନିରାକରଣ କରାଯାଇପାରିବ ଓ ଜିଲ୍ଲାରେ ବର୍ଷା ଋତୁରେ ସତର୍କ ହେଲେ ଉକ୍ତ ରୋଗ ଯେପରି ନ ହେବ ଏଥି ପାଇଁ , ସବୁସ୍ତର ରେ ଜନ ସଚେତନତା କରିବା ପାଇଁ ଆହ୍ବାନ କରାଗଲା।

ସଚେତନତା ହିଁ ସୁରକ୍ଷା।ସମସ୍ତେ ଡେଙ୍ଗୁ ରୁ ରକ୍ଷା ପାଇବା ପାଇଁ ଔଷଧଯୁକ୍ତ ମଶାରୀ ଟାଣିବା ବା ମଶା ନାଶକ ବତି ବ୍ୟବହାର କରି ଯେଭଳି କୌଣସି ସ୍ଥାନରେ ପାଣି ନ ଜମିବା ଉପରେ ଗୁରୁତ୍ବ ଦେଲେ ଡେଙ୍ଗୁକୁ ରୋକାଯାଇପାରିବ ।ଜିଲ୍ଲାପାଳ ବିଶେଷ କରି ଥୁଆମୂଲ ରାମପୁର, ଲାଞ୍ଜିଗଡ,ଏମ ରାମପୁର ଅଞ୍ଚଳରେ ସ୍ୱାସ୍ଥ୍ୟ ଅଧିକାରୀ , ଆଶା କର୍ମୀ, ଏ ଏନ୍ ଏମ ନିଜ ଦାୟିତ୍ଵ ଠିକ୍ ରୂପେ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଋତୁରେ ନଳକୂପ ବିଶୋଧନ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ସି ଡି ଏମ ଓ,ଡି ଡବ୍ଲୁ ଓ, ଡି ପି ଏମ (ଏନ୍ ଏଚ ଏମ), ଡି ଆଇ ପି ଆର୍ ଓ,ଏସ ଇ ଆର୍ ଡ ବ୍ଲୁ ଏସ ଏସ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ବେକାର ଯୁବକଙ୍କ ନିଯୁକ୍ତି ନେଇ ଗୋପାଳପୁର ପୋର୍ଟ ଫାଟକରେ ଗଣଧାରଣା 

Sunil Chandra Nayak

ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସେବା କାର୍ଯ୍ୟ 

Sunil Chandra Nayak

ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

Sunil Chandra Nayak

Leave a Comment

error: Content is protected !!