ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜି ସି ଡି ହାଇସ୍କୁଲରେ ଭୋଟର ସାକ୍ଷରତା ଅଭିଯାନ

ରାୟଗଡ଼ା ତା ୧୪.୭.୨୦୨୩ //  ଜିଲ୍ଲା ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ଭୋଟର ସାକ୍ଷରତା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉପଜିଲ୍ଲାପାଳ, ରାୟଗଡ଼ା ଶ୍ରୀ ଭୀମସେନ ଶବର ଯୋଗଦେଇ ନିର୍ବାଚନ ନିମନ୍ତେ ଥିବା ସାମ୍ବିଧାନିକ ବ୍ୟବସ୍ଥା ବିଷୟରେ ପିଲାଙ୍କୁ ଅବଗତ କରାଇଥିଲେ । ଶିକ୍ଷକ ନିଳାଞ୍ଚଳ ମିଶ୍ର ଇଭିଏମ ର ବ୍ୟବହାର, ଭୋଟର ହେବା ନିମନ୍ତେ ଯୋଗ୍ୟତା, ଅନଲାଇନ ମାଧ୍ୟମରେ ଭୋଟର ତାଲିକାରେ ନାମ ଯୋଗ, ବାଦ ଓ ସଂଶୋଧନ ବିଷୟରେ ପିଲାଙ୍କୁ ଅବଗତ କରିଥିଲେ । ଜିଲ୍ଲା ହାଇସ୍କୁଲରେ ନବ ନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଧାନ ଯୋଗଦେଇ ସୁଦୃଢ଼ ଗଣତନ୍ତ୍ର ନିମନ୍ତେ ନିର୍ବାଚନୀ ସାକ୍ଷରତା ଜରୁରୀ ଏବଂ ନବମ ଓ ଦଶମ ଶ୍ରେଣୀର ଛାତ୍ର, ଛାତ୍ରୀ ଭୋଟର ସାକ୍ଷରତା କ୍ଳବର ସଦସ୍ୟ ହୋଇଥିବାରୁ ନିୟମିତ ଏହି ବିଷୟରେ ସେମାନଙ୍କୁ ଅବଗତ କରାଯିବା ବୋଲି କହିଥିଲେ । ଶିକ୍ଷକ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୋପବନ୍ଧୁ ପାଠାଗାର ଏବଂ ଗାୟତ୍ରୀ ଆର୍ଟ ଏଣ୍ଡ କ୍ରାଫ୍ଟର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ

masiha

Annaprasad Seva Event Brings Community Together in Saipriyanagar   

masiha

ବ୍ରାହ୍ମଣ ଛେଣ୍ଡିଆ ହାଇସ୍କୁଲ ଠାରେ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!