ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କପା ଔଷଧ ବିଶ ପିଇ ଆତ୍ମହତ୍ୟା

ବନ୍ଧୁଗାଁ ତା ୧୩/୭/୨୩  // ଆଜି ବନ୍ଧୁଗାଁ ବ୍ଲକ କେ ଯାଗୁଗୁଡା ପଞ୍ଚାୟତ କାମ୍ବେସୁ ଗ୍ରାମର ଜଣେ ବ୍ୟକ୍ତି କପା ଔଷଧ ବିଶ ପିଇ ଆତ୍ମହତ୍ୟା କରିଛନ୍ତି। ତା ୧୧/୭/୨୩ ରିଖ ଦିନ ଯୁଗୁ ମେଲେକା (ପୁ) ୫୫ ବର୍ଷ ନିଜ କୁଡ଼ିଆ ଘରେ ରଖିଥିବା କପା ଔଷଧ ଗୁଲଗୁଲୁ ଖାଇ ଥିଲେ। ଗାଁ ଓ ପରିବାର ସଦସ୍ୟଙ୍କ ତରଫରୁ ସଙ୍ଗେ ସଙ୍ଗେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସା ପାଇଁ ଅଣା ଯାଇଥିଲା। ଚିକିତ୍ସାଲୟ ଠାରେ ଡାକ୍ତର ଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ଆବଶ୍ୟକ ଥିବାରୁ ପରିବାର ତରଫରୁ ରାୟଗଡ଼ା ଜିଲ୍ଲା ମେଡ଼ିକାଲ କୁ ନିଆ ଯାଇଥିଲା। ଡାକ୍ତରଙ୍କ ଚେଷ୍ଠା ସ୍ଵତ୍ତ୍ପେ ଲୋକ ଟି ମୃତ୍ୟୁ ହୋଇଯାଇଛି। ଆଜି ସକାଳ ୧୧ ଘଣ୍ଟା ରେ ନିଜ ଭାଇ ଧର୍ମେୟା ମେଲେକା ପରିବାର ତରଫରୁ ବନ୍ଧୁଗାଁ ଥାନା ଠାରେ ଲିଖିତ ଅଭିଯୋଗ କରିଥିଲେ ।ପରେ ବନ୍ଧୁଗାଁ ପୋଲିସ ଥାନା ତରଫରୁ ରାୟଗଡ଼ା ମେଡ଼ିକାଲ ପହଞ୍ଚିବା ପରେ ମୃତ ବ୍ୟକ୍ତି ଙ୍କୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଆଜି ଗାଁ ରେ ଲୋକଙ୍କ ଉପସ୍ଥିତିରେ ଶବ ଦାହ କରାଯାଉଛି। ତାଙ୍କର ୩ ଜଣ ପୁଅ ବିବାହ କରିଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କର ୩ ଜଣ ପୁଅ ବହୂ ନାତି ନାତୁଣୀ ଓ ନିଜର ସ୍ତ୍ରୀ ପାଖରେ ରହିଥିଲେ।ଉକ୍ତ ଖବର ଶୁଣିବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁସ୍ମିତା ମେଲେକା, ବ୍ଲକ ସଭାପତି ବାଲା ନାଗ, ବରିଷ୍ଠ ବିଜେଡି କର୍ମୀ ଦୂର୍ୟ ନାଗ ଓ ଉତ୍ତମ ନାୟକ ଙ୍କ ସହିତ ଦୁଃଖିତ ପରିବାର ଙ୍କ ଗାଁକୁ ଯାଇ ଲୋକଙ୍କୁ ସାକ୍ଷାତ କରି ଫେରି ଆସିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବିଶ୍ବ ଜଳବାୟୁ ପରିବର୍ତ୍ତନ ଚିନ୍ତା ଜନକ , ଜୟନ୍ତପୁର ଠାରେ ବିଶ୍ବ ପରିବେଶ ଦିବସ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଶୀତ ବସ୍ତ୍ର ଓ ପୋଷାକ ବଣ୍ଟନ

masiha

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ ମାସିକ ସାହିତ୍ୟ ଆସର- ୨୦୨୬ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!