ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାଧୀନତାର ୭୬ ବର୍ଷ ପରେ ଦୁର୍ଗମ ଅଞ୍ଚଳକୁ ବିଜୁସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ଭିର୍ତ୍ତି ପ୍ରସ୍ତର ସ୍ଥାପନ

କନ୍ଧମାଳ,15/07.(ମନିସ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଅନେକ ଗାଁକୁ ରାସ୍ତା ନ ଥିବା ବେଳେ ଏକାଧିକ ଗ୍ରାମକୁ ନଦୀ, ନାଳ ପାର ହୋଇ ଯିବା ଆସିବାରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ବିଧାୟକ ସାଲୁଗା ପ୍ରଧାନ ରାଜ୍ୟ ସରକାରଙ୍କ ନିକଟରେ ସମସ୍ୟା ଜଣାଇଥିଲେ। ଫଳରେ ଗ୍ରାମାଞ୍ଚଳରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ସରକାର ଅନୁଦାନ ପ୍ରଦାନ କରିଛନ୍ତି। ସେହି କ୍ରମରେ ତିଲୋରୀ ପଞ୍ଚାୟତ ଗଇସବାନ୍ଦାଠାରୁ ଜାଗାଡି ଦେଇ ସୁଜାମାଜୁକୁ ସଂଯୋଗ ପାଇଁ ଦୁଇଟି ପୋଲ ନିର୍ମାଣ ପାଇଁ ଅନୁଦାନ ରହିଛି। ପୂର୍ବରୁ ଆଇଟିଡିଏ ପକ୍ଷରୁ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ଆଉ ଏକ ପୋଲ ସିରକାମାହା ନାଳ ଉପରେ ନିର୍ମାଣ ପାଇଁ ଭିର୍ତ୍ତି ପ୍ରସ୍ତର କରାଯାଇଛି। ଏଥିରେ ତତ୍କାଳ ତିଲୋରୀ ସମିତିସଭ୍ୟ ଇନ୍ଦ୍ରଜିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜିଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ଓଟିଡିସିସିଓଏଲ୍‌ର ରାଜ୍ୟ ଉପାଧ୍ୟକ୍ଷ ଦିଲୀପ କୁମାର ପ୍ରଧାନ, ତିଲୋରୀ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରମାକାନ୍ତ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ବାଧୀନତାର ଦୀର୍ଘ ୭୬ ବର୍ଷ ପରେ ଦୁର୍ଗମ ଗ୍ରାମ ଜାଗାଡିକୁ ସରକାରଙ୍କ ପକ୍ଷରୁ ୪ କୋଟି ୪୨ଲକ୍ଷ ଅନୁଦାନରେ ବିଜୁସେତୁ ଯୋଜନାରେ ପୋଲ ନିର୍ମାଣ କରାଯିବ। ଏହି ପୋଲ ନିର୍ମାଣ ହେଲେ ଅଞ୍ଚଳରେ ପ୍ରାୟ ୧୦ ଖଣ୍ଡ ଗ୍ରାମର ହଜାର ହଜାର ଲୋକ ଫାଇଦା ପାଇବେ ପୂର୍ବରୁ ପୋଲ ନ ଥିବା ବେଳେ ସବୁଦିନିଆ ଭଲ ରାସ୍ତାଟିଏ ମଧ୍ୟ ନ ଥିବାରୁ ରୋଗୀଙ୍କୁ ଦୋଳା ସାହାଯ୍ୟରେ ବୋହି ନଦୀ ପାର କରାଯାଉଥିଲା। ତେବେ ରାସ୍ତା ସମ୍ପ୍ରସାରଣ ପାଇଁ ସର୍ଭେ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ବିଜୁ ସେତୁ ଯୋଜନାରେ ପୋଲ ପାଇଁ ଅନୁଦାନ ଆସିଥିବା ବିଭାଗ ପକ୍ଷରୁ କୁହାଯାଇଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଲକ୍ଷ୍ମୀପୁର ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

ନାଗାର୍ଜୁନ ମକର ଯାତ୍ରା ନିମନ୍ତେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ବିଦ୍ୟାଳୟରେ କଦଳୀ ଗଛ ଲଗାଇ ଦିଦି ଖାଇବାକୁ ଦେଲେ ଛାତ୍ର/ଛାତ୍ରୀ ମାନଙ୍କୁ ପାଚିଲା କଦଳୀ     

Sunil Chandra Nayak

Leave a Comment

error: Content is protected !!