ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବାଧ ଜଙ୍ଗଲ କାଟିବା ଅଭିଯୋଗରେ ଦୁଇ କୋର୍ଟ ଚାଲାଣ କଲା ଆମପାଣି ବନ ବିଭାଗ

କୋକସରା,୧୪/୦୭ // କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ରେଞ୍ଜ ଅଧୀନରେ ଥିବା ଆମପାଣି ଫରେଷ୍ଟ ସେକ୍ସନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରୁ ଅବାଧରେ ଜଙ୍ଗଲରୁ ଗଛ କାଟୁଥିବା ଅଭିଯୋଗ ହୋଇଛି । ଏନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ନିକଟରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ହସ୍ତଗତ ହେବାପରେ ଚଡାଉ କରି ଜଙ୍ଗଲ ମଧ୍ୟରୁ ସର୍ଗିପାନୀ ଗାଁ ର ହେକେନ୍ ସାନ୍ତା (୫୦) ଓ ପଡୋଶୀ ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳର ସୋମବାରୁ ସାନ୍ତା(୪୦) କୁ ଜଙ୍ଗଲ ମଧ୍ୟରୁ ଗଛ କାଟୁଥିବା ସମୟରେ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ସୂଚନା ଦେଇଛନ୍ତି। ହେଲେ ଶହ ଶହ ଏକର ଜଙ୍ଗଲ କାଟି ସଫା କରୁଥିବା ବେଳେ ଜଙ୍ଗଲ ବିଭାଗ ପ୍ରତି ସାଧାରଣରେ ଅସନ୍ତୋଷ ଦେଖା ଦେଉଛି । ଏଣୁ ଜଙ୍ଗଲ ବିଭାଗ ତତ୍ପରତା ଦେଖାଇ ମାଫିଆଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ମସିହା ନିୟୁଜ ସର୍ଭିସ୍ 

Related posts

ନିଖୋଜ ସୂଚନା 

masiha

ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ କନିଷ୍ଠ ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ 

ଶଶୁର ଘରେ ଜ୍ୱାଇଁର ସନ୍ଦେହ ଜନକ ମୃତ୍ୟୁ, ଥାନାରେ ଏତଲା

Sunil Chandra Nayak

Leave a Comment

error: Content is protected !!