ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ୍ ଏନ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କୋକସରା,୧୪/୦୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗରେ ନୂତନ ଭାବେ ଯୋଗ ଦେଇଥିବା ବିଇଓ ସୁଶ୍ରୀ ରଶ୍ମିତା ନେତମ ଙ୍କୁ ଶୁକ୍ରବାର କୋକସରା ବାଳିକା ଉଚ୍ଚ ବିଦ୍ୟାପୀଠ ଠାରେ ରାଜ୍ୟ ଏନ ପି ଏସ ଶିକ୍ଷକ ସଂଘ ସାଂଗଠାନିକ ସମ୍ପାଦକ ସତ୍ୟବାନ ପାଣିଗ୍ରାହୀଙ୍କ ସଭାପତିତ୍ବରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସଭାରେ କଳାହାଣ୍ଡି ଜିଲ୍ଲା ସମ୍ପାଦକ ତଥା ନୋଡାଲ ସିଆରସିସି ବୈକୁଣ୍ଠ ଜାଲ, ପ୍ରଧାନ ଶିକ୍ଷକ ସଞ୍ଜିବ କୁମାର ପାଢୀ, ସମ୍ପାଦକ ଚନ୍ଦ୍ରମୋହନ ପୁଝାରୀ , ବ୍ଲକ ସଭାପତି ଗଗନ ବିହାରୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଲେ ମୂଖ୍ୟବକ୍ତା ଭାବେ ବିଆରସିସି ତଥା ଏବିଇଓ ତୋଫାନ ମାଝୀ ଉପସ୍ଥିତ ଥିଲେ । ଶିକ୍ଷକ ସଂଘ ତରଫରୁ ବିଇଓଙ୍କୁ ଉପଢୌକନ ତଥା ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା । ଉକ୍ତ ସଭାକୁ ମିଡ଼ିଆ ସେଲ ପ୍ରଭାରୀ ଈଶ୍ବରୀ ପ୍ରସାଦ ଅଗସ୍ତି ପରିଚାଲନା କରିଥିବା ବେଲେ ଶିକ୍ଷୟତ୍ରୀ ଜୟଶ୍ରୀବାଲା ନାଏକ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଦେବିସିଂ ମାଝୀ, ବେଣୁଧର ନାଏକ, ବ୍ୟାପ୍ତି ନାଏକ, ରୁନି ନାଏକ , ଭାଗ୍ୟବାନ ବାଗ , ତ୍ରିନାଥ ନାଗ, କ୍ଷୀରୋଦ କୁମାର ପଣ୍ଡାଙ୍କ ସମେତ ସମସ୍ତ ବର୍ଗର ଶତାଧିକ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ଦୂର୍ନିତୀ ଅଭିଯୋଗରେ ତିରିଂ ଲ୍ୟାମ୍ପ ଘେରିଲେ ଚାଷି

Sunil Chandra Nayak

ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଜେପି ହସପିଟାଲ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!