ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାହାଡ ମଣ୍ଡଳ ବିଜେପିର ମହା ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ 

ବାଲେଶ୍ଵର,୧୫/୭/୨୩ – ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସାହାଡ଼ା ମଣ୍ଡଳ ବିଜେପିର ମହା ଜନସମ୍ପର୍କ ଅଭିଯାନ ପୁଟୁରା ପଞ୍ଚାୟତର ଗୁହାଳିପଦା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ମହା ଜନସମ୍ପର୍କ ଯାତ୍ରାକୁ ମନେ ରଖିବାକୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ମହା ଜନସମ୍ପର୍କ ଅଭିଯାନ ବାସୁଦେବ ପଣ୍ଡାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଓ ବସ୍ତା ନିର୍ବାଚନ ମଣ୍ଡଳୀ ନେତା ରଘୁନାଥ ମହାନ୍ତି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସାଂସଦ ପ୍ରତିନିଧି ପ୍ରଦୀପ ପଣ୍ଡା, ସାହାଡ଼ା ମଣ୍ଡଳ ସଭାପତି ରାଧା ପଙ୍କଜ ମଣ୍ଡଳ, ଯୁବ ସମାଜ ସେବୀ ପରମାନନ୍ଦ ମହାପାତ୍ର, ଦୀପକ କୁମାର ପ୍ରଧାନ, ସିଂଲା ସରପଞ୍ଚ ବିପିନ ବିହାରୀ ବିଶ୍ୱାଳ, ପୁଟୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ରାଧାକୃଷ୍ଣ ବେହେରା, ସମିତି ସଦସ୍ୟ ସଞ୍ଜୟ କୁମାର ଜେନା, ଯୁବନେତା ଅଜୟ କୁମାର ସାହୁ, ରବିନ୍ଦ୍ର ଜୈନ ପ୍ରମୁଖ ଯୋଗଦେଇ ବିଜେପିର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ମାନ୍ୟବର ପ୍ରଧାନମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣର ଗୋଟି ଗୋଟି ଭାବରେ ଉପସ୍ଥିତି ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ମଣ୍ଡଳର ସାତଟି ପଂଚାୟତରୁ ହଜାର ହଜାର ଲୋକ ଏହି ଅଭିଯାନ ସଭାରେ ଉପସ୍ଥିତ ରହିଥିଲେ l ସଭାରେ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ପ୍ରଚାର ପତ୍ର ବଣ୍ଟା ଯାଇଥିଲା । ମୋଦି ସରକାରଙ୍କ ଆର୍ଶୀବାଦ, ଅନୁଦାନ ଏବଂ ସାଂସଦଙ୍କ ପରିଶ୍ରମରେ ବିଭିନ୍ନ ପ୍ରକଳ୍ପ ସାଂସଦଙ୍କ ଦ୍ୱାରା ହୋଇଥିବା ଜିଲ୍ଲା ସଭାପତି କହିଥିଲେ l ସାଂସଦ ଶ୍ରୀ ଷଡ଼ଙ୍ଗୀ ବିଶେଷ ଭାବରେ ବୋଥ କମିଟି, ମୋଦିଙ୍କ ଜନହିତକର ବିଭିନ୍ନ ଯୋଜନା ଗୋଡ଼ିକ ଲୋକଙ୍କ ପାଖରେ ପହଂଚାଇବା, ଘରେ ଘରେ କାର୍ଯ୍ୟକର୍ତ୍ତା ମାନେ ଲୋକପ୍ରିୟ ମୋଦିଙ୍କ ୯ ବର୍ଷର କାର୍ଯ୍ୟ ସହିତ ପାର୍ଟିର ସଂଗଠନକୁ ଗୁରୁତ୍ୱ ଦେଇଥିଲେ l ସଂଗଠନକୁ ସୁଦୃଢ କରିବା ପାଇଁ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲାରୁ ଆସୁଥିବା ବାର୍ତ୍ତା ବା ନିର୍ଦ୍ଦେଶକୁ ପାଥେଅ କରି ନେତା ଠାରୁ ସାଧାରଣ କର୍ମୀ ପର୍ଯ୍ୟନ୍ତ ଠିକ୍ ଭାବରେ କାର୍ଯ୍ୟକଲେ ଓଡିଶାରେ ବିଜେପି ସରକାର ଗଢିବ ହିଁ ଗଢିବ ବୋଲି ବରିଷ୍ଠ ବସ୍ତା ନେତା ରଘୁନାଥ ମହାନ୍ତି କହିଥିଲେ l ବରିଷ୍ଠ କର୍ମୀ ବ୍ରଜମୋହନ ମିଶ୍ର ମଞ୍ଚ ଆହ୍ବାନ କରିଥିବା ବେଳେ ପୁଟୁରା ସରପଞ୍ଚ ରାଧାକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଵାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଂଗ୍ରେସ ଦଳରେ ମିଶିଲେ କୋକସରା ବ୍ଲକ ମୂଷାପାଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ରଶ୍ମିରେଖା ରାଉତ

masiha

ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

Sunil Chandra Nayak

ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା

masiha

Leave a Comment

error: Content is protected !!