ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କନ୍ୟାଶ୍ରମରେ ୭୪ ତମ ବନ ମହୋତ୍ସବ ପାଳିତ

 ମୟୂରଭଞ୍ଜ- ୧୫/୭ ( ମସିହା)ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଗ୍ରାମରେ ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ଓଡ଼ିଶାର ବିଶିଷ୍ଟ ଆଦିବାସୀ ନେତା ସ୍ବର୍ଗତ ସୁନାରାମ ସୋରେନଙ୍କ ସମୟରେ ଆଦିବାସୀ ଯୁବତୀଙ୍କ ଶିକ୍ଷା ଵିକାଶ ପାଇଁ ଓଡ଼ିଶାର ସର୍ବ ପ୍ରଥମେ ସ୍ଥାପିତ ହୋଇଥିବା ଓଡିଶା ସରକାରଙ୍କ ଅନୂସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ତଥା ସଂଖ୍ୟା ଲଘୁ ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମାଳୟା ସୋରେନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ୭୪ ତମ ବନ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ପରୀକ୍ଷିତ ଦାସ, ମୁଖ୍ୟ ବକ୍ତା କଥାଶିଳ୍ପୀ ତଥା ସାରସ୍ବତ ସାଧକ ଲଳିତ ମହାନ୍ତ, ସମ୍ମାନିତ ଅତିଥି ଭାବେ ଭାରାପ୍ରାପ୍ତ ବନ୍ୟାଞ୍ଚଳ ଅଧିକାରୀ ସତ୍ୟବ୍ରତ ପଟ୍ଟନାୟକ,ମଙ୍ଗଳ ସଂପ୍ରସାରଣ ଅଧିକାରୀ ସିପ୍ରା ରାଣୀ ମହାନ୍ତ,ଵନପାଳ ବିପିନ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚିରଞ୍ଜିବୀ ଵିରୁଆ ପ୍ରମୁଖ ଯୋଗ ଦେଇ ବନ ସୁରକ୍ଷା ଉପରେ ଗୁରୁତ୍ବ ଦେଇଥିଲେ । ଜଙ୍ଗଲ ହ୍ରାସ, ଜଙ୍ଗଲରେ ଖଣି ଖନନ, ଶିଳ୍ପାୟନ ,ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ କ୍ଷୟ ବୃଦ୍ଧି ହେଉଛି ।ଯାହାଫଳରେ ବିଶ୍ବ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ବୃଦ୍ଧି ପାଉଛି । ଚଳିତ ବର୍ଷ ଗରମ ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜୀବଜଗତ ନାହିଁ ନଥିବା କଷ୍ଟ ପାଇଥିଲେ । ମୌସୁମୀ ବାୟୁ ହଜି ଯାଉଛି ।ଋତୁ ପରିବର୍ତ୍ତନର ଠିକ ଠିକଣା ନାହିଁ ।ମରୁଡି ପ୍ରଭାବିତ ହେଉଛି ।ଖାଦ୍ୟ ଉତ୍ପାଦନ ହ୍ରାସ ପାଉଛି । ଯାହାକୁ ନେଇ ସାରା ବିଶ୍ଵବାସୀ, ପରିବେଶବିତ୍ ଚିନ୍ତିତ । ତେଣୁ ସମସ୍ତେ ବୃକ୍ଷରୋପଣ, ସୁରକ୍ଷା ଉପରେ ଗୁରୁତ୍ବ ଦେବା ଉଚିତ ବୋଲି ଉପସ୍ଥିତ ଛାତ୍ରୀମାନଙ୍କୁ ଅତିଥିଗଣ ପରାମର୍ଶ ଦେଇଥିଲେ ।ଏହି ଅବସରରେ ବିଦ୍ୟାଳୟରେ ଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଅତିଥିଗଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।ପରେ ବିଦ୍ୟାଳୟ ପରିସରରେ ଆମ୍ବ,ପଣସ, ପିଜୁଳି,ଅଁଳା,ଡାଳିମ୍ବ, ଲେମ୍ବୁ,ବିମ୍ବ,ଚନ୍ଦନ ପ୍ରଭୃତି ବୃକ୍ଷରୋପଣ କରାଯାଇଥିଲା ।ପ୍ରାରମ୍ଭରେ ଇକୋ କ୍ଳବ୍ ଦାୟିତ୍ଵରେ ଥିବା ଶିକ୍ଷୟତ୍ରୀ ସରସ୍ଵତୀ ମହଲା ଇକୋ କ୍ଳବ୍ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟତ୍ରୀ ହେମଲତା ମହାନ୍ତ,ରଶ୍ମଵତୀ ମୁର୍ମୁ, ପୁଷ୍ପିତା ରାଉତ,ଶଙ୍ଖମଣି ହେମ୍ବ୍ରମ, ଶିକ୍ଷକ ଗୁରୁପ୍ରସାଦ ମହାକୁଡ଼, ରାଜକିଶୋର ସୋରେନ, ଲଳିତ ବାରିକ, ହରପ୍ରସାଦ ମହାନ୍ତ,, ଗୌରଚନ୍ଦ୍ର ବାରିକ, ବନରକ୍ଷୀ ରଂଜିତା ମହାନ୍ତ,, ରାମଦାସ ମାଝୀ ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷୟତ୍ରୀ ସାଗରିକା ମହାପାତ୍ର ଏବଂ ଶାଶ୍ଵତ ମହାନ୍ତି ପ୍ରମୁଖ କୁଇଜ୍ ପ୍ରତିଯୋଗିତା କୁ ସଂଯୋଜନା ଶିକ୍ଷୟତ୍ରୀ ସୁବାସିନୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

 

Related posts

Rayagada Forest Fire: 1000 Hectares of Forest Land Affected in First 5 Months

masiha

ନାମ୍ପୋ ଉଚ୍ଚ ବିଦ୍ୟାଳୟର ୬୦ ଲକ୍ଷ ଟଙ୍କା ଅନୁଦାନ ଗଲା କୁଆଡ଼େ ?

ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଢିତୋଳିବାକୁ ଆଉ ଏକ ସ୍ବାଧୀନତା ଆନ୍ଦୋଳନର ଆବଶ୍ୟକତା ଅଛି..

Sunil Chandra Nayak

Leave a Comment

error: Content is protected !!