ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୋଗରପଶି ଗ୍ରାମରେ ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୪୨ ମେଣ୍ଡା ମୃତ ଘଟଣା ପରେ ଗ୍ରାମରେ ଜନସାଧାରଣ ଆନ୍ତଙ୍କିତ ରାଜ୍ୟ ବନ୍ୟଜନ୍ତୁ ସଂରକ୍ଷକ କଲେ ତଦନ୍ତ

କାମାକ୍ଷାନଗର (ମନିସ )15/7/23 // ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ସୋଗରପଶି ପଞ୍ଚାୟତର ଆରଦା ଗ୍ରାମରେ ଘଟିଛି ଅଘଟଣ ଖବର ନେବାରେ ଜଣାଯାଏ ଯେ ଗତ ବିଳମ୍ବିତ ରାତ୍ରରେ ଅଜଣା ବନ୍ୟଜନ୍ତୁ ମେଣ୍ଢା ଗୁହାଳରେ ପଶି ୪୨ ମେଣ୍ଢାଙ୍କୁ ଆକ୍ରମଣ କରି ମାରି ଦେଇଥିବା ଦେଖିବାକୁ ମିଳିଥିଲା,ଖବର ପାଇ ରାଜ୍ୟ ବନ୍ୟ ସଂରକ୍ଷକ ଉକ୍ତ ଗ୍ରାମରେ ପହଁଞ୍ଚି ତଦନ୍ତ ପକ୍ରିୟା ଆରମ୍ଭ କରିଛନ୍ତି। ଓ ଆଖପାଖ ଜଙ୍ଗଲରେ କର୍ମଚାରୀମାନଙ୍କ ସହ ଜନ୍ତୁର ଠାବ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କର ସଦର ରେଞ୍ଜ ଅଫିସର ବିଭୂଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାନଭିନ୍ ତଦନ୍ତ କରିଛନ୍ତି। ଅଜଣା ଜନ୍ତୁ ଆତଙ୍କ, ଆଜି ସକାଳୁ ଗୁହାଳ ଭିତରେ ୪୨ ସଂଖ୍ୟକ ଗୃହ ପାଳିତ ପଶୁ ଅର୍ଥାତ ମେଣ୍ଡାଙ୍କର ଜୀବନ ଚାଲିଯାଇଛି। କେଉଁଥି ପାଇଁ ଏଭଳି ଅଘଟଣ ଘଟିଛି ସେଥିପାଇଁ ବନ ବିଭାଗ ଏବଂ ପଶୁ ଚିକିତ୍ସକ ଦଳ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ। ସାଧୁ ଚରଣ ରାଉତ ଙ୍କର ୪୦ଟି ମେଣ୍ଢା ମାନଙ୍କ ମୃତ ଦେହ ପଡ଼ି ରହିଛି , ସାଧୁ ଚରଣ ରାଉତଙ୍କ ଗୁହାଳରୁ ବୋଲି ଜଣାପଡ଼ିଛ । ସୂଚନା ଅନୁଯାଇ ମେଣ୍ଢା ମାନଙ୍କର ବେକରେ କ୍ଷତ ଚିହ୍ନ ରହିଛି । କୌଣସି ଅଜଣା ଯନ୍ତ୍ରୁ ରକ୍ତ ଶୋଷି ମେଣ୍ଢା ମାନଙ୍କୁ ମାରି ଥିବା ଅନୁମାନ କରୁଛନ୍ତି ଗ୍ରାମ ବାସୀ । ଜିଲ୍ଲା ପ୍ରାଣୀ ଚିକତ୍ସା କେନ୍ଦ୍ର ପକ୍ଷରୁ ମୃତ୍ୟୁ ର କାରଣ ସମ୍ବନ୍ଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି l ଉକ୍ତ ଅଞ୍ଚଳ ରେ ଏଭଳି ଘଟଣା ଆଗରୁ କେବେ ହୋଇନଥିବାରୁ ଗାଁ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି l ସଦର ବନ ବିଭାଗ ଅଧିକାରୀ କହୁଛନ୍ତି କେଉଁ ପ୍ରକାର ଜଙ୍ଗଲୀ ଜନ୍ତୁ ଙ୍କ କାଣ୍ଡ ତାହା ଜଣାପଡ଼ୁନାହିଁ କାରଣ ବର୍ଷା ରେ ପାଦ ଚି଼ହ୍ନ ଲିଭି ଯାଇଛି l ସେପଟେ ଗ୍ରାମବାସୀ ଜଙ୍ଗଲ ବିଭାଗ ପକ୍ଷରୁ କ୍ଷତିପୂରଣ ଦାବି ସହିତ ପେଟ୍ରୋଲିଙ୍ଗ କରି ବାକୁ ଦାବି କରୁଛନ୍ତି l ପ୍ରାଣୀ ଚିକତ୍ସା ବିଭାଗ ପକ୍ଷରୁ ମୃତ ମେଣ୍ଢା ଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟତା ପଦାକୁ ଆସିବ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପୂର୍ବ କାଳରୁ ଦଖଲରେ ଥିବା ଜଗଂଲ ଜମି ରେ ଆଦିବାସୀ ମାନେ ଲାଲ ପତାକା ପୋତିଲେ 

masiha

ବିଦ୍ୟୁତ୍ ଆଘାତରେ ଶିଶୁ କନ୍ୟା ମୃତ୍ୟୁ, ମା ଓ ମlଇ ଗୁରୁତର

masiha

ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ମକଡ୍ରିଲ ପ୍ରଦର୍ଶିତ କଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!