ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗଡ଼ିଲା ପରିବାର ନିୟୋଜିତ ସଚେତନତା ରଥ

କୋକସରା,୧୫/୭ // ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ବିଶ୍ଵ ଜନସଂଖ୍ୟା ଦିବସ ସଚେତନତା ପକ୍ଷ ୧୧ ଜୁଲାଇ ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ସ୍ଥିରତା ପକ୍ଷ ପାଳନ ହେଉଛି । ଶନିବାର କୋକସରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଆନୁକୂଲ୍ୟରେ ପରିବାର ନିୟୋଜନ ଏକ ସାମାଜିକ ଦାୟିତ୍ୱ, ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ପରିବାର ନିୟୋଜନ ସଚେତନତା ପାଇଁ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ସବୁଜ ପତାକା ଦେଖାଇ ସଚେତନତା ରଥକୁ ଉଦଘାଟନ କରିଛନ୍ତି ଏହି ରଥ କୋକସରା ବ୍ଲକର ୨୨ ପଞ୍ଚାୟତ ପରିକ୍ରମା କରି ପରିବାର ନିୟୋଜନ ଉପରେ ଲୋକଙ୍କୁ ସଚେତନ କରାଇବ। ଏହି ଅବସରରେ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କେତନ ପାତ୍ର, ବିପିଏମ ସୁରଜିତ ସିଂ କୁମାର, ଫାର୍ମାସିଷ୍ଟ ସୁଧୀର ଧ. ମାଝୀ, ଭିବିଡିଟିଏସ ଦୁଷ୍ମନ୍ତ ରାଉତ, ସ୍ୱାସ୍ଥ୍ୟ ପରିଦର୍ଶକ ନିଲମଣି ଖମାରି, ମହିଳା ସ୍ଵାସ୍ଥ୍ୟ କର୍ମି ଆଶା କର୍ମି ମାନେ ଉପସ୍ଥିତ ଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବାଗତ ଉତ୍ସବ ‘ନବପଲ୍ଲବ’ 

Sunil Chandra Nayak

ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ନାଟକ ମହୋତ୍ସବରେ ଓଡିଆ ନାଟକ ଉନ୍ମୋଚିତ

Sunil Chandra Nayak

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!