ବଙ୍କେଲ ଗାଁ ସ୍ଥିତ ଆଦିବାସୀ କନ୍ଧ ମାନଙ୍କ ଇଷ୍ଟ ଦେବୀ ଧରଣୀପୀଠ ର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ରୁ ନିର୍ମାଣ କରାଯାଇଥିଲା l ନିର୍ମାଣ କାର୍ଯ୍ୟ ପରେ ଧରଣୀ ପୀଠ ର ପ୍ରତିଷ୍ଠା ପାଇଁ ଯାତ୍ରା କରାଯାଇଥିଲା l ଉକ୍ତ ଉତ୍ସବ କୁ ଫିତା କାଟି ଶୁଭ ଉଦଘାଟନ କରିଥିଲେ ସାଂସଦ ଶ୍ରୀ ବିଶି l ଆଦିବାସୀ ପରମ୍ପରା ଆଧାର ରେ ଦେବୀ ପୀଠ ର ଯାନୀ,ଝାଙ୍କର, ଏବଂ ଦେହେରୀ ପୂଜାବିଧି କାର୍ଯ୍ୟ କରିଥିଲେ l ଦେହେରୀ ଦେହରେ ଦେବୀ ସବାର ହୋଇ ଆଦିବାସୀ ଏବଂ ଗ୍ରାମବାସୀ ଙ୍କ ମଙ୍ଗଳ ପାଇଁ ମା ଜାଡେନ ସୁଭାଶିର୍ବାଦ ପ୍ରଦାନ କରିଥିଲେ l ଉକ୍ତ ଯାତ୍ରା ରେ ମୁରିବାହାଲ ବ୍ଲକ ଚେୟାରମ୍ୟାନ ହରି ବନ୍ଧୁ ମେହେର, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ନୂଆପଡା ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝି, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ର ଉପ ସଭାପତି ବିସିକେଶନ ଯାନୀ, ମୁରିବାହାଲ କାର୍ଯ୍ୟକାରୀ ସଭାପତି ରାଜୀବ କୁଅଁର,ପାର୍ଥ ପ୍ରଧାନୀ, ତପନ ପ୍ରଧାନୀ, ପତ୍ରଙ୍ଗି ମାଝି,ସଂକୀର୍ତ୍ତନ ଶିକା, ସାଂସଦ ପ୍ରତିନିଧି ଶ୍ରୀ ଦାଶ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ l
previous post