ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେରକ ସଙ୍ଘ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବିପତ୍ର

କୋକସରା,୧୫/୭ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରେରକ ସଙ୍ଘ ପକ୍ଷରୁ ଶୁକ୍ରବାର ଗୋଷ୍ଠୀ ଶିକ୍ଷାଧିକାରିଣୀ ରଶ୍ମିତା ନେତମଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରେରକ ମାନେ ୨୦୧୧ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ସରକାରଙ୍କ “ସାକ୍ଷାର ଭାରତ ” କାର୍ଯ୍ୟକ୍ରମରେ ସାମିଲ ହୋଇ ୧୫ ବର୍ଷରୁ ଉର୍ଦ୍ଧ ଅଣସାକ୍ଷର ପୁରୁଷ ଓ ମହିଳାଙ୍କୁ ସାକ୍ଷର କରି ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ପଞ୍ଚାୟତର ବିପିଏଲ, ଏପିଏଲ ସର୍ଭେ, ଭତ୍ତା ବଣ୍ଟନ, ପିଡ଼ିଏସ ବଣ୍ଟନରେ ସହଯୋଗ କରୁଥିଲେ। ଜିଲ୍ଲାରେ ୫୪୭ ପ୍ରେରକ ନିୟୋଜିତ ଥିବାବେଳେ କୋକସରା ବ୍ଲକରେ ୨୦ଟି ପଞ୍ଚାୟତରୁ ଚାଳିଶ ଜଣ ପ୍ରେରକ ନିୟୋଜିତ ଥିଲେ। ମାସିକ ଦୁଇ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇ ପରିବାର ପ୍ରତିପୋଷଣ କରୁଥିଲେ। ସାକ୍ଷର ଭାରତ କାର୍ଯ୍ୟକ୍ରମ ବନ୍ଦ ହେବା ପରେ ବର୍ତ୍ତମାନ ପ୍ରେରକ ମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ଏବଂ ବିଭିନ୍ନ ସମୟରେ ସରକାରଙ୍କ ନୂତନ କାର୍ଯ୍ୟକ୍ରମ ପାଇଁ ଦାବୀ କରି ଆସୁଛନ୍ତି। ବର୍ତ୍ତମାନ ସରକାରଙ୍କ ନୂତନ ସାକ୍ଷର ଭାରତ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ଓ ଅଣସାକ୍ଷର ଚିହ୍ନଟ କରିବାକୁ ଚିଠି ହୋଇଛି ହେଲେ ପ୍ରେରକ ମାନଙ୍କୁ ପୁନଃନିଯୁକ୍ତି ପ୍ରଦାନ ପାଇଁ ଶୁକ୍ରବାର ଗୋଷ୍ଠୀ ଅଧିକାରିଣୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଜିଲ୍ଲା ସାକ୍ଷାରତା ମିଶନ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣେଇ ଆପଣଙ୍କ ଦାବୀ ପ୍ରେରଣ କରିବି ବୋଲି କହିଥିଲେ। ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ପ୍ରେରକ ଗାୟତ୍ରୀ ଠାକୁର, ଆଲୋକ ବିଶି, ବଳଦେବ ଦୁର୍ଗା, ଜଳେଶ୍ୱର ବାଗ, ଚନ୍ଦ୍ରମଣି ପାଣିଗ୍ରାହୀ, ଗୁପ୍ତେଶ୍ୱର ବାଗ, ଅରବିନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଜୁନାଗଡ଼ ଇଂଲିଶ ସ୍କୁଲ ଠାରେ ନେତାଜୀ ଜୟନ୍ତୀ ପାଳିତ

Sunil Chandra Nayak

ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ମହିଳା ରୋଗୀ

masiha

ବୋଡ଼େନ ବ୍ଲକ୍ ସୁନାପୁର ବିଜୁ ଏକ୍ସପ୍ରେସ ୱେ ରେ ଡିଜେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ, ୫ ଗୁରୁତର, ୧୫ ଆହତ 

masiha

Leave a Comment

error: Content is protected !!