ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଲlସ ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣ

ଜୁନାଗଡ଼୧୮/୩ (ନି.ପ୍ର) : ଜୁନାଗଡ଼ ବ୍ଲକ ପଳାସ ଗ୍ରାମ ପଞ୍ଚାୟତ ର ନୂତନଭାବେ ନିର୍ବାଚିତ ସରପଞ୍ଚ ପ୍ରଭାକର ସେଠୀ ଦାୟିତ୍ୱ ଗ୍ରହଣ କରି ତାଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି l ଏହି ଗ୍ରାମ ପଞ୍ଚାୟତ ର ସୁଧୀର ପଣ୍ଡା ପୂର୍ବରୁ ସରପଞ୍ଚ ରହିଥିଲେ l ଚଳିତ ପଞ୍ଚାୟତ ନିର୍ବାଚନରେ ସାମ୍ବାଦିକ ରୁ ସରପଞ୍ଚ ହୋଇଥିବା ଶ୍ରୀ ସେଠୀ ପୁର୍ବ ସରପଞ୍ଚ ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିବ ପ୍ରସାଦ ସାହୁ, ଜି ଅର ଏସ କୁସୁମ ମଞ୍ଜରୀ ମେହେର,ଚତୁର୍ଥ ଶ୍ରେଣୀ କର୍ମଚାରୀ ରାଜିବ ଲହଜଳ ପ୍ରମୁଖ ଉପସ୍ଥିତ ଥିଲେ l ଏହି ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁବେଳେ ଉଦ୍ୟମ କରିବି ବୋଲି ଦାୟିତ୍ୱ ଗ୍ରହଣ ଅବସରରେ ସରପଞ୍ଚ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି l ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ବିଦ୍ୟା ଧର ସାହୁ ଙ୍କ ଉପସ୍ଥାପନା ଆଜି ଦୀପାବଳି…

Sunil Chandra Nayak

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ଓ ମୌସୁମୀ ସାହିତ୍ୟ ଆସର

Sunil Chandra Nayak

ରାୟଗଡ଼ା ର ପ୍ରଥମ ଝିଅ ରଶ୍ମିତା କୁମାରୀ ଇଣ୍ଡୋ – ଚାଇନା ସୀମାରେ ଶତ୍ରୁ ସହ କରୁଛନ୍ତି ମୁକାବିଲା

Leave a Comment

error: Content is protected !!