ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜାରରେ ବଡ଼ା ଛତୁର ଚାହିଦା ଥିବା ବେଳେ,କିଲୋ ହଜାରେ,ପରିବା ମୂଲ୍ୟ ଅମୁଲ ମୂଲ, ଖାଉଟି ଚିନ୍ତାରେ

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଦୈନିକ ବଜାରକୁ ଏବେ ଚଳିତ ବର୍ଷର ବଡ଼ା ଛତୁ ଆସିଛି l ଏହି ବଡ଼ା ଛତୁ ର ଚାହିଦା ଥିବା ବେଳେ କିଲୋ ଏକ ହଜାର ଟଙ୍କାରେ ବିକ୍ରି ହେଉଛି l ନିଆରା ସ୍ୱାଦ ଯୋଗୁଁ ଲୋକେ ଚଢା ଦରରେ କିଣିବାକୁ ବାଧ୍ଯ ହେଉଛନ୍ତି l ଏହି ଛତୁ ଅଳ୍ପ ପରିମାଣରେ ବଜାରରେ ଉପଲବ୍ଧ ହେଉଥିବାରୁ ଏହାର ମୂଲ୍ୟ ଛୁଇଁ ହେଉନାହିଁ l ଏହି ଛତୁ ସାଧାରଣତଃ ଆଷାଢ଼ ଓ ଶ୍ରାବଣ ମାସରେ ବଣ ଜଙ୍ଗଲରେ ମିଳିଥିବା ବେଳେ ଏଠିକାର ଆାଦିବାସୀ ଲୋକେ ଏଥିରୁ ବେଶ୍ ଦି ପଇସା ରୋଜଗାର କରିଥାନ୍ତି l ଆାଦିବାସୀଙ୍କର ଏହା ପ୍ରିୟ ଖାଦ୍ୟ ହୋଇଥିବା ବେଳେ ଏବେ ବଡବଡ଼ିଆଙ୍କ ରୋଷେଇ ଘରେ ମଧ୍ଯ ଏହାକୁ ଦେଖିବାକୁ ମିଳୁଛି l ଏପରିକି ବଡ ହୋଟେଲ ରେ ମଧ୍ଯ ଏହାର ବ୍ୟଞ୍ଜନ ପ୍ରସ୍ତୁତ ହେଉଛି l ରିତୁ ଅନୁଯାୟୀ ମାତ୍ର ଅଳ୍ପ ଦିନ ପାଇଁ ଏହି ଛତୁ ମିଳିଥାଏ l ପ୍ରାୟତଃ ଶାଳ ଜଙ୍ଗଲ ଭିତରେ ଏହି ଛତୁ ଫୁଟିଥାଏ l ରାତିରେ ଘଡ ଘଡି ସହ ବର୍ଷା ହେଲେ ସକାଳେ ଏହାକୁ ହାଲୁକା ମାଟି ଉପରେ ଦେଖିବାକୁ ମିଳେ ବୋଲି ସ୍ଥାନୀୟ ଲୋକେ କୁହନ୍ତି l ଆଦିବାସୀ ମହିଳା ମାନେ ବଡ଼ା ଛତୁ ସଂଗ୍ରହ କରିବାକୁ ଜଙ୍ଗଲ କୁ ବଡ଼ି ଭୋରରୁ ଚାଙ୍ଗୁଡି ଓ ଛୋଟ କାତି ଧରି ବାହାରି ପଡ଼ନ୍ତି l ହାଲୁକା ମାଟି ଉପରେ ଅଧା ବାହାରିଥିବା ଏହି ଛତୁ କୁ ସଂଗ୍ରହ କରି ଘରକୁ ଆଣିଥାନ୍ତି l ଏଥିରେ ଲାଗିଥିବା ମାଟି କୁ ଭଲଭାବରେ ଧୋଇ ସଫା କରି ଥାଆନ୍ତି l ପରେ ରୁଚି ମୁତାବକ ବ୍ୟଞ୍ଜନ ପ୍ରସ୍ତୁତ କରି ଥାନ୍ତି l ମହିଳାମାନେ ଏହାକୁ ବଜାର ଘାଟରେ ବିକ୍ରି କରି ଦି ପଇସା ରୋଜଗାର କରିଥାନ୍ତି l ଏବେ ଜଙ୍ଗଲ ରେ ବହୁଳ ମାତ୍ରାରେ ମିଳୁନଥିବାରୁ ଏହାର ଦର ଆକାଶଛୁଆଁ ହୋଇଯାଇଛି l ଏହି ଛତୁ ବଜାର ରେ ବହୁଳ ପରିମାଣରେ ମିଳିଲେ ଏହାର ମୂଲ୍ୟ ହ୍ରାସ ପାଇବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି l ଛତୁ ର ମୂଲ୍ୟ ଅମୁଲ ମୂଲ ହୋଇଥିବା ବେଳେ ପରିବା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିବା ଯୋଗୁଁ ଖାଉଟି ଏବେ ଚିନ୍ତାରେ ରହିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ପ୍ରତିମା ପାତ୍ର

Sunil Chandra Nayak

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ଜିଲ୍ଲା ସ୍ତରୀୟ ବିକାଶ ମେଳା

masiha

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଗୁରୁଜୀ ଓ ଗୁରୁମାତା ମାନଙ୍କୁ ନେଇ ନୂଆଁଖାଇ ଭେଟଘାଟ ସଭା ଓ ଏକ ଦିନିଆ ତାଲିମ ଶିବିର ଆୟୋଜିତ

Sunil Chandra Nayak

Leave a Comment

error: Content is protected !!