ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କେଲା ଡାକ୍ତରଖାନା ରେ ବିଦ୍ବୁତ ସମସ୍ୟା , କାମରେ ଲାଗୁନି ବହୁମୁଲ୍ୟ ଯନ୍ତ୍ରପାତି

ଉତ୍କେଲା,୧୬/୦୭,ନିପ୍ର:କେସିଙ୍ଗା ବ୍ଲକ ଉତ୍କେଲା ସରକାରି ଡାକ୍ତରଖାନା ରେ ଥ୍ରୀ ଫେଜ୍ ଲାଇନ ନ ଥିବା ଫଳରେ ଅତି ଆବଶ୍ୟକ ସେଡର,ଅଟୋକ୍ଲଭ,ଏନାଲାଇଜର,ଟ୍ରୋନାଟ ଭଳି ମେସିନ ଗୁଡାକ ଅଚଳ ହୋଇ ପଡିଥିବା ବେଲେ କାହିଁକି ଲାଇନ ସଂଯୋଗ କରାଯାଇ ନାହିଁ। ଏ ବିଷୟରେ ବିଦ୍ବୁତ ବିଭାଗ କନିଷ୍ଠ ଯନ୍ତ୍ରି ଅଜିତ ସାହୁ ଙ୍କୁ  ପଚାରିବାରୁ ସେ କହିଥିଲେ ସର୍ଭେ ସରିଯାଇଛି। ହସ୍ପିଟାଲ ପାଇଁ ଅଲଗା ଟ୍ରାନ୍ସଫରମର ଲାଗିବ ଏବଂ ତା ବାବଦରେ ମୋଟ ୧୧ ଲକ୍ଷ ୭୪ ହଜାର ୨୯୨ ଟଙ୍କା ୮୨ ପଇସା ଜମା କଲେ ତୁରନ୍ତ ସଂଯୋଗ ଦିଆଯିବ । ଟଙ୍କା ଜମା ନ ହେବାରୁ କାମ ଅଟକ ରଖାଯାଇଛି ବୋଲି ସୁଚନା ଦେଇଥିଲେ। ସରକାରି କଥା କେବେ ଟଙ୍କା ଜମା ହେବ ଓ ମେସିନ ଚାଲିବ ଏବଂ ରୋଗି ଉପକୃତ ହେବେ ଏ ବିଷୟରେ ସିଡିଏମୋ ସାରଙ୍ଖୁ ଙ୍କୁ ପଚାରିବାରୁ କୌଣସି ପ୍ରକାର ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ । ହଉ ଦେଖିବା କହି ଫୋନ କାଟି ଦେଇଥିଲେ।  ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ବିଦ୍ବୁତ ସଂଯୋଗ କରାଯାଇ ରୋଗି ଙ୍କ କାର୍ଯ୍ୟ ରେ ଲଗାଯାଉ।ନହେଲେ ସେମିତି ପଡି ରହି ଖତ ଖାଇଯିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ବଡ଼ଦାଣ୍ଡ ସାହି ବିଦ୍ୟାଳୟର ବାର୍ଷିକ ଉତ୍ସବ 

masiha

ରାଉରକେଲା ପୁଲିସ ଏବଂ ଏନ୍ଆଇଟି ରାଉରକେଲା ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

Sunil Chandra Nayak

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ମିଳିତ ଜାତିସଂଘ ଦିବସ -୨୦୨୫ ପାଳିତ

Sunil Chandra Nayak

Leave a Comment

error: Content is protected !!