ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକଙ୍କ ସେବାରେ ଯାତ୍ରୀ ବିଶ୍ରାମଗାର, ଆନନ୍ଦିତ ହେଉଛନ୍ତି ଯାତ୍ରୀ

ବାଲେଶ୍ଵର,୧୭/୭/୨୩- ଦୀର୍ଘ ଦିନର ଦାବି ପରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଛକରେ ଦଣ୍ଡାୟମାନ ହେଲା ଯାତ୍ରୀ ବିଶ୍ରାମଗାର । ପୂର୍ବରୁ ଏହି ଛକରେ ଯାତ୍ରୀ ମାନଙ୍କ ପାଇଁ ବିଶ୍ରାମଗାର ଟିଏ ନଥିଲା । ରାସ୍ତା ସମ୍ପ୍ରସାରଣ ପାଇଁ ଖଇରା ବଜାର ଦୋକାନ ଘର ଭଙ୍ଗା ହେବା ପରେ ଯାତ୍ରୀ ମାନେ ଏଠି ସେଠି ଛିଡା ହୋଇ ବଡ଼ ହଇରାଣରେ ଯାତ୍ରୀବାହୀ ଗାଡି ଅର୍ଥାତ୍ ବସକୁ ଅପେକ୍ଷା କରୁଥିଲେ । ବର୍ଷା ସମୟରେ ନାହିଁ ନଥିବା ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଥିଲେ । ଏଥିପାଇଁ ଆଳଦା ଗ୍ରାମବାସୀ ଓ ଖଇରାର ବିଭିନ୍ନ ମଞ୍ଚ ଏବଂ ସ୍ବେଚ୍ଛାସେବୀ ସଙ୍ଗଠନ ଖଇରା ଗ୍ରାମପଞ୍ଚାୟତ ସରପଞ୍ଚ, ବିଧାୟକ, ମନ୍ତ୍ରୀ, ସ୍ଥାନୀୟ ନେତା ଓ ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ । ସମସ୍ତ ଅଭିଯୋଗକୁ ଗ୍ରହଣ କରି ବିଶ୍ରାମଗାର ନିର୍ମାଣ ଜରୁରୀ ମନେକରି ସରପଞ୍ଚ ମାଳତୀ ସେଠୀ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ରାମଗାର ପାଇଁ ସରପଞ୍ଚ ଶ୍ରୀମତୀ ସେଠୀ ପଞ୍ଚାୟତ ଫଣ୍ଡରୁ ଅର୍ଥ ମଞ୍ଜୁରୀ ପ୍ରଦାନ କଲେ । ଯୁଦ୍ଧକାଳିନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଶେଷ ହେଲା । ଯାହା ଏବେ ଯାତ୍ରୀ ମାନଙ୍କ ଯାତାୟତ କାର୍ଯ୍ୟରେ ସହାୟକ ହେଉଛି । ଏହି ବିଶ୍ରାମଗାର ଖଇରା ଗ୍ରାମ ପଞ୍ଚାୟତର ଆଳଦା ଛକରେ ଅବସ୍ଥିତ । ଯାହାର ଶୁଭ ଉଦଘାଟନ ତା ୧୦/୫/୨୦୨୩ରିଖରେ ହୋଇଥିଲା । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଏହି ଶୁଭ ଉଦଘାଟନ ବେଳେ ସମ୍ମାନିତ ଅତିଥି ଭାବେ ୪ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର ଓ ଖଇରା ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ନର୍ମଦା ଦେଓ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୌରୋହିତ କରିଥିଲେ ଖଇରା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସେଠୀ । ପୂର୍ବତନ ସରପଞ୍ଚ ସୁଦର୍ଶନ ସେଠୀଙ୍କ ଉଦ୍ୟମରେ ଉଦଘାଟନ ପର୍ବ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା । ବିଶ୍ରାମଗାର ମଧ୍ୟରେ ଯାତ୍ରୀମାନେ ଯାତ୍ରୀବାହି ଗାଡ଼ିକୁ ଅପେକ୍ଷା କରି ବହୁ ଆନନ୍ଦ ଉପଲବ୍ଧି କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛନ୍ତି, ଯାହା ଆଜିର ଅପେକ୍ଷାରତ ଯାତ୍ରୀ ମାନଙ୍କ ଠାରୁ ଖବର ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ 

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

masiha

ମଧୁପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!