ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ବାଲେଶ୍ଵର,୧୭/୭/୨୩- ବାଲେଶ୍ଵର ଜିଲ୍ଲା ଖଇରା ଜଳସେଚନ ଅଫିସ୍ ସମ୍ମୁଖରେ ଥିବା ଜନଜାଗରଣ ମଞ୍ଚ କାର୍ଯ୍ୟାଳୟ ପରିସରରେ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାମକୃଷ୍ଣ ଦାସମହାପାତ୍ର, କମଳଲୋଚନ ଜେନା, ବୁଧିରାମ ପାଣିଗ୍ରାହୀ, ଅଭିରାମ ମହାପାତ୍ର, ଚିନ୍ତାମଣି ସାହାଣୀ, ଦେବେନ୍ଦ୍ର ରାଉତ ପ୍ରମୁଖ ସଭ୍ୟ ମାନେ ଉପସ୍ଥିତ ଥିଲେ । ପ୍ରଥମେ ଓଁ କାର ଧ୍ବନି ପରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ସମସ୍ତଙ୍କୁ ଅମୃତବାଣୀ ଶୁଣାଇଥିଲେ । 

     ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ମଞ୍ଚ ସମ୍ପାଦକ ନିରଞ୍ଜନ ବେହେରା ଓ ସଭାପତି ଉମେଶ ଚନ୍ଦ୍ର ନାୟକ ବୈଠକ ପରିଚାଳନା କରିଥିଲେ । ଅଦ୍ଯ ତା ୧୭/୭/୨୦୨୩ ରିଖରେ ଖଇରା ଠାରେ ଅନୁଷ୍ଠିତ ମିଳିତ ଜନଶୁଣାଣୀରେ ଖଇରା ଅଞ୍ଚଳର ବିଭିନ୍ନ ସମସ୍ୟାର ବିଳମ୍ବ ସମାଧାନ ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ମଞ୍ଚ ତରଫରୁ ଅଭିଯୋଗ ପ୍ରଦାନ କରାଯାଇଥିଲା । ସମସ୍ୟା ଗୁଡିକ ମଧ୍ୟରେ ଖଇରା ବସ୍ ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ, ଖଇରା ବଜାରରେ ଡ୍ରେନେଜ ନିର୍ମାଣ, ସବ୍-ଟ୍ରେଜେରୀ ପ୍ରତିଷ୍ଠା, ଏନ ଏ ସି ଏବଂ କୋର୍ଟ ପ୍ରତିଷ୍ଠା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲା । ସମସ୍ୟା ବିଷୟରେ ଜିଲ୍ଲାପାଳ ଅବଗତ ହେବାପରେ ତୁରନ୍ତ ଖ ଇରା ବଜାରରେ ବସ୍ ଷ୍ଟାଣ୍ଡ ହେବ ବୋଲି ପ୍ରତିଶ୍ରୁତି ଦେଲେ । ଶେଷରେ କମଳଲୋଚନ ଜେନା ଧନ୍ୟବାଦ ଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ

masiha

ବସ୍ତା ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ 

masiha

ଶିକ୍ଷାବିତ୍ ଚନ୍ଦ୍ରମଣି ମିଶ୍ରଙ୍କ ପରଲୋକ

masiha

Leave a Comment

error: Content is protected !!