ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଟ ରେ ସଫଳ ଖାତିଗୁଡା ର ବିଦ୍ୟାର୍ଥୀ ସମ୍ମାନିତ

ତେନ୍ତୁଳିଖୁଣ୍ଟି / ୧୮/୦୭/୨୩ -ନିଟ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ କୃତକାର୍ଯ୍ୟ ହୋଇଥିବା ଅନନ୍ତ ନାୟକ ଙ୍କୁ ଟ୍ରଫି ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ସି ଡି ଓ ଅନନ୍ୟା ଦାସ ଓ ବିଡ଼ିଓମନୋଜ କୁମାର ପାଣିଗ୍ରାହୀ କିଛି ଆର୍ଥିକ ସହାୟତା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ଅନନ୍ୟା ଦାସ। ଏହି ଅବସରରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ। ଅନନ୍ତ ଙ୍କ ମା ମଧ୍ୟ ପୁଅ ସହ ଟ୍ରଫି ଗ୍ରହଣ କରିଥିଲେ। ନିଟ ପ୍ରବେଶିକା ପରୀକ୍ଷା ରେ 720 ରୁ 672 ନମ୍ବର ରଖିଛନ୍ତି ଅନନ୍ତ। ଗରୀବ ପରିବାର ରୁ ଆସି ନିଜ ସ୍ୱପ୍ନ ପୂରଣ କରିବା ସହ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ବର୍ତ୍ତମାନ ମେଡ଼ିକାଲ ପଢିବା ଆଗ୍ରହୀ ବିଦ୍ୟାର୍ଥୀ ଙ୍କ ପାଇଁ ଅନନ୍ତ ପ୍ରେରଣା ପାଲଟିଛନ୍ତି । ଛାତ୍ର ଛାତ୍ରୀ ସମେତ ଅଭିଭାବକ ଅନନ୍ତ ଙ୍କ ପାଖକୁ ଯାଇ ତାଙ୍କ ନିଟ ପରୀକ୍ଷା ପାଇଁ କିଭଳି ପ୍ରସ୍ତୁତି କରୁଥିଲେ ପଚାରି ବୁଝୁଥିବା ଦେଖାଯାଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମର ମହିଳା ଦିବସ ପାଳନ ,ସୁଶ୍ରୀ ବିଭାରଣୀଙ୍କୁ “ସୁନାଝିଅ ସମ୍ମାନ” 

masiha

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ରବି ଫସଲ ର ବିହନ ଠିକ ସମୟରେ ଯୋଗେଇ ଦେବା ନିମନ୍ତେ ମହିଳା ଜନସୁରକ୍ଷା ମଞ୍ଚ ପକ୍ଷରୁ ଦାବୀପତ୍ର

Sunil Chandra Nayak

Leave a Comment

error: Content is protected !!