ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଲନରା ନବନିର୍ବାଚିତ ପଞ୍ଚାୟତ ସମିତି ଅଧ୍ଯକ୍ଷାଙ୍କ ଦାୟିତ୍ୱ ଗ୍ରହଣ

ରାୟଗଡା:୧୭/୩- ମ.ନି.ସ:- ରାୟଗଡା ଜିଲ୍ଲା କୋଲନରା ପଞ୍ଚାୟତ ସମିତିରେ ଆଜି ନବନିର୍ବାଚିତ ଅଧ୍ଯକ୍ଷା ସଂଯୁକ୍ତା କୁଲିସିକା କାର୍ଯ୍ଯାଳୟକୁ ଯାଇ ନିଜ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ଏହି ଦାୟିତ୍ୱ ଗ୍ରହଣ ସମୟରେ ମନ୍ତ୍ରୀ ଜଗନ୍ନାଥ ସାରକା,ଜିଲ୍ଲାପରିଷଦ ସଭ୍ଯ ଇପିଲି ଧବଳେଶ୍ବର ନାଇଡୁ,କୋଲନରା ବିଡିଓ ତାପସ ଭୋଇ,ଏବିଡିଓ ନୃସିଂହ ଚରଣ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ବେହେରା,ସମେତ୍ ଅନ୍ଯ ଅଫିସର ଓ କର୍ମଚାରୀ ମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଅନ୍ଯ ନିର୍ବାଚିତ ସମସ୍ତ ସମିତି ସଭ୍ଯ,ସରପଞ୍ଚ ଓ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ। ଅଧ୍ଯକ୍ଷା ନିଜ କାର୍ଯ୍ଯାଳୟରେ ପ୍ରବେଶ କରି ପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା ସହିତ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ଆସନ ଅଳଙ୍କୃତ କରିଥିଲେ।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ରାଉରକେଲା କଲେଜର ବିଦାୟ ସମ୍ବର୍ଦ୍ଧନା:ଏକ ପତ୍ରଝରା ଋତୁ ଆୟୋଜିତ

Sunil Chandra Nayak

ରାଜନୈତିକ ପଶାପାଲି ରେ ଚାପି ହୋଇଯାଇଛି ଧର୍ମଗଡ ଆଇଟିଆଇ

ରାଇଘର ପୋଲିସ ର କଡାକଡି ଯାଞ୍ଚ

Sunil Chandra Nayak

Leave a Comment

error: Content is protected !!