ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତେନ୍ତୁଳିଖୁଣ୍ଟି ବ୍ଲକ: ଅଣଦେଖା ନେଇ ବିଜୁ ଜନତା ଦଳ କର୍ମକର୍ତ୍ତା ଓ କର୍ମୀଙ୍କ ବୈଠକ

ତେନ୍ତୁଳିଖୁଣ୍ଟି ୧୯/୦୭/୨୩ //  ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମୃତ୍ୟୁଞ୍ଜୟ ସିଂ ଙ୍କ ଅଧ୍ୟକ୍ଷତାରେ ଆଜି ଗୌଡ଼ଗୁଡା ଠାରେ ବିଜୁ ଜନତା ଦଳ କର୍ମକର୍ତ୍ତା ଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭ ରେ ବିଜୁବାବୁଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ଦାନ ପରେ ଆଲୋଚନା ଆରମ୍ଭ ହୋଇଥିଲା। ରାଜ୍ୟରେ ଦଳର ସରକାର ଜିଲ୍ଲାରେ ଦଳର ଜିଲ୍ଲାପାରିଷଦ ଅଧ୍ଯକ୍ଷ ବିଧାନସଭା ସଭ୍ୟ ମଧ୍ୟ ବିଜୁ ଜନତା ଦଳର ହୋଇଥିବା ସତ୍ତ୍ୱେ ପୁରୁଣା ବିଜୁପ୍ରେମୀ ତଥା ପୁରୁଣା ବିଜୁ ଜନତା ଦଳ ସଦସ୍ୟ କିଛି ବର୍ଷ ହେଲା ଅଣଦେଖା ହେଉଥିବା ଅନୁଭବ କରୁଥିବା ବ୍ୟକ୍ତ କରିଥିଲେ। ଆମଦାନୀ ନେତା କର୍ମୀ ଅନ୍ୟ ଅର୍ଥରେ କହିବାକୁ ଗଲେ କଂଗ୍ରେସ ଦଳରୁ ଆସିଥିବା କିଛି ଙ୍କ ଦଳ ରେ ଦବଦବା ରହୁଛି। ସେମାନଙ୍କୁ ହିଁ ଦଳୀୟ ସ୍ତର ରେ ପ୍ରାଧାନ୍ୟ ମିଳୁଛି ଏପରିକି ବିଧାୟକ ପାଣ୍ଠି ର ସିଂହଭାଗ କାର୍ଯ୍ୟ ଆମଦାନୀ ନେତା କରୁଛନ୍ତି। ଗ୍ରାମାଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ସମାଧାନ ପାଇଁ ଦାବୀ ଉପସ୍ଥାପନ କରିବାକୁ ବିଧାୟକ ସଦାଶିବ ପ୍ରଧାନୀ ସମୟ ଦେଉ ନାହାଁନ୍ତି। ଯେତେବେଳେ ଉପଲବ୍ଧ ହେଉଛନ୍ତି ଆମଦାନୀ ନେତା ହିଁ ତାଙ୍କ ଚାରି ପଟେ ଥିବା ଦେଖାଯାଉଛି। ବ୍ଲକ ରେ ଦଳକୁ ବୁଥସ୍ତର ରୁ ସଂଗଠିତ କରିବାକୁ ବ୍ଲକ ସଭାପତି କୌଣସି କାର୍ଯ୍ୟକ୍ରମ କରୁ ନାହାଁନ୍ତି ,କେବଳ ବିଧାୟକ କିମ୍ବା ଏମପି ଆସିବା ବ୍ୟତୀତ ଅନ୍ୟ କେବେ ଦଳୀୟ ବୈଠକ ହେଉନି। ଛାତ୍ର , ଯୁବ ଓ ମହିଳା ସଂଗଠନ ନଥିବା ଭଳି ଅନୁଭୂତ ହେଉଛି। ଦଳୀୟ ନିର୍ଦେଶ ରେ ପଦଯାତ୍ରା କେବଳ ଗୋଟିଏ ସ୍ଥାନରେ କରି ଶେଷ କରିଦିଆଗଲା। ଏଭଳି ଅନେକ ଅଭିଯୋଗ ଅଣଦେଖା ନେଇ ଉପସ୍ଥିତ କର୍ମକର୍ତ୍ତା ବ୍ୟକ୍ତ କରିଥିଲେ। ଦଳ କ୍ଷମତା ରେ ନ ଥିବା ବେଳେ ଯେଉଁ କର୍ମୀ ଦଳ ପାଇଁ କାର୍ଯ୍ୟ କରୁଥିଲେ ସେମାନେ ଆଜି ଅବହେଳିତ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ବିଧାୟକ ଙ୍କ ଅଣଦେଖା ଓ ବ୍ଲକ ସଭାପତି ଙ୍କ ନିଷ୍କ୍ରିୟତା ନେଇ ଜିଲ୍ଲା ସଭାପତି ତଥା ଏମ ପି ରମେଶ ମାଝୀ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇ ଥିଲା। ବୈଠକ ରେସାଧାରଣ ସମ୍ପାଦକ ସୁବାଷ ଗରଡ଼ା ଜିଲ୍ଲା ବିଜେଡି ଯୁବ ସାଧାରଣ ସମ୍ପାଦକ କାହ୍ନୁ ସିଂ ସାଧୁ ସାଧାରଣ ସମ୍ପାଦକ ଲଚ୍ଛମନ ମାଝୀ ଜିଲ୍ଲା ଯୁବ ବିଜେଡି ଯୁଗ୍ମ ସମ୍ପାଦକ ବିକି ବିଶୋଇ ଅଶୋକ ଦାଶ (ଜିତୁ )ସୂର୍ଯ୍ୟ ରନ୍ଧାରୀ ତ୍ରିନାଥ ନାୟକ ବିକ୍ରମ ପ୍ରଧାନୀ ରଞ୍ଜନ ସିଂ କୁନୁ ସଗରିଆ ରମାକାନ୍ତ ବିଶୋଇ ଘାସୀ ହରିଜନ ମହେଶ୍ୱର ନାଗ ଦୀନବନ୍ଧୁ ହିଆଲ କ୍ରୀଷ୍ଟଦାନ ବାଗ ବସନ୍ତ ଯାନୀ ଉମେଶ ହିଆଲ ପୀତବାଶ ଗରଡ଼ା ଭବାନୀ ମିଶ୍ର ସୀମା ସିରା ଶଙ୍କର ସିରା ମହନ ହରିଜନ ସିଦ୍ଧାର୍ଥ ସୁନା ମିଥୁନ ଡଙ୍ଗରି ମହେଶ୍ୱର ଡଙ୍ଗରି ଶିବ ବିଶୋଇ ଡମୁ ମାଳି ହର୍ଷା ବାଗ ସମେତ ବହୁ ବିଜେଡି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଲେଶ୍ୱର ଜ଼ିଲ୍ଲା ରେମୁଣା ବ୍ଲକ ସୁତେଇ ପଞ୍ଚାୟତ ରେ ରାଜ୍ୟସଭା ସାଂସଦ ଙ୍କ ଭୋଟ ପ୍ରଚାର

masiha

ବାଲିଗୁଡାରେ ନିର୍ବାଚନକୁ ନେଇ ଚଳଚଞ୍ଚଳ :ବିଭିନ୍ନ ଦଳର ଅସନ୍ତୋଷ କର୍ମୀ ଓ ନେତାଙ୍କ ଉପରେ ସମସ୍ତଙ୍କ ନଜର 

masiha

ପେଟ୍ରୋଲ-ଡିଜେଲର ଦର ଵୃଦ୍ଧି ବାତିଲ ଓ ନିଟ୍ ପେପର ଲିକ ଦୁର୍ନୀତିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସିପିଏମର ପ୍ରତିବାଦ

Leave a Comment

error: Content is protected !!