ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିର୍ବାଚିତ ସରପଂଚ ସଂଘର କର୍ମକର୍ତ୍ତା ଚୟନ

ନର୍ଲା (ମପ୍ର) ନର୍ଲା ପଞ୍ଚାୟତ ସମିତି ଅନ୍ତର୍ଗତ ଗ୍ରାମପଞ୍ଚାୟତଗୁଡିକର ନବ ନିର୍ବାଚିତ ସରପଞ୍ଚ ମାନଙ୍କୁ ନେଇ ସରପଂଚ ସଂଘ ଗଠନ କରାଯାଇଛି। ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତିଙ୍କ ରୁପ୍ରାରୋଡ ଫାର୍ମ ହାଉସ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସରପଞ୍ଚ ମାନଙ୍କୁ ନେଇ ଏକ ସଂଘ ଗଠନ କରାଯାଇ ଥିଲା ।ସର୍ବ ପ୍ରଥମେ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶ କ୍ରମେ ଗୋବିନ୍ଦ ତାଣ୍ଡି ସଭା ପରିଚାଳନା କରିଥିଲେ ।ସମସ୍ତ ସରପଞ୍ଚ ମାନେ ନୂତନ ଭାବରେ ନିର୍ବାଚିତ ହୋଇଥିବା ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ନୂତନ ସରପଞ୍ଚ ମାନଙ୍କୁ ମନୋରମା ମହାନ୍ତି ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ସମସ୍ତଙ୍କ ମତ ଅନୁସାରେ ନର୍ଲା ସରପଞ୍ଚ ସଂଘର ସଭାପତି ଭାବରେ ଭାନପୁର ସରପଞ୍ଚ ଅନନ୍ତରାମ ମାଝୀଙ୍କୁ ଚୟନ କରାଯାଇଥିଲା। ଉପସଭାପତି ରଶ୍ମିତା ସାହୁ ଘୋଡାବନ୍ଦ ସରପଞ୍ଚ,ସମ୍ପାଦିକା ସୁଧାମୟେ କୁମାର ଗିଗିନା ସରପଞ୍ଚ,ସହ-ସମ୍ପାଦକ ଗୋପାଳ ହାତୀ ବାଗପୁର ସରପଞ୍ଚ,କୋଷାଧ୍ୟକ୍ଷ କବିତା ବାଗ ଗାଡେବନ୍ଧ ସରପଞ୍ଚ ,ମାଣ୍ଡେଲ ସରପଂଚ ପଦ୍ମ ଲୋଚନ ଜାଲ ଏବଂ ଘଣ୍ଟମାଳ ଗ୍ରାମପଞ୍ଚାୟତର ସରପଂଚ ଦେବେନ୍ଦ୍ର ସାଙ୍କୁ ଜିଲା କମିଟିର ମେମ୍ବର ଭାବରେ ଚୟନ କରାଯାଇଥିଲା। କର୍ମକର୍ତ୍ତା ଚୟନରେ ଉପସ୍ଥିତ ଥିଲେ ପୂର୍ବତନ ନର୍ଲା ବ୍ଳକ ଉପାଧ୍ୟକ୍ଷ ତଥା ତୁଲାପଡା ପଂଚାୟତ ସମିତି ସଭ୍ୟ ଦୁର୍ଗା ପ୍ରସାଦ ମହାନ୍ତି ଓ ସରପଞ୍ଚ ମାନଙ୍କ ପ୍ରତିନିଧିଗଣ।ସର୍ବ ଶେଷରେ ମାଣ୍ଡେଲ ସରପଞ୍ଚ ପଦ୍ମ ଲୋଚନ ଜାଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଚାଳନା ଦାୟିତ୍ବ କାହାର?

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!