ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉନ୍ମୋଚିତ ହେଲା ” ଗଛପାଇଁ ଗୀତଟିଏ ” ପୁସ୍ତକ 

ବାଲେଶ୍ଵର,୨୦/୭/୨୩- ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଠାରେ ପରିବେଶ ସୁରକ୍ଷା କ୍ଷେତ୍ରରେ କାଯ୍ୟ କରୁଥିବା ପ୍ରକୃତି ମିତ୍ର ଗ୍ରୀନ୍ କ୍ଲବ ତରଫରୁ ତିନିଦିନ ଧରି ପାଳିତ ହୋଇ ଆସୁଥିବା ଗ୍ରୀନ ଫେଷ୍ଟିଭାଲ-୨୦୨୩ ଅବସରରେ ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କ କବିତା ପୁସ୍ତକ ” ଗଛପାଇଁ ଗୀତଟିଏ ” ଉନ୍ମୋଚିତ ହୋଇ ଯାଇଛି। ହରିହରପୁର ଗ୍ରାମରେ ଥିବା ଖଳା ପୋଖରୀ ହୁଡ଼ାରେ ବୃକ୍ଷରୋପଣ ସ୍ଥଳରେ ଅତିଥି, କ୍ଲବର ସବୁଠାରୁ ବୟସ୍କ ସଦସ୍ୟ ମଦନ ପ୍ରଧାନ ଓ ଉତ୍ସାହୀ ମହିଳା ସଦସ୍ୟ ମାନଙ୍କ ହସ୍ତରେ ଏକ ନିଆରା ଢ଼ଙ୍ଗରେ ଏହି ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗ୍ରୀନ୍ କ୍ଲବର ସମ୍ପାଦକ କୁମାର ବରାଡ଼ଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାଯ୍ୟର୍କ୍ରମରେ ବିଶିଷ୍ଟ ପରିବେଶବିତ୍ ଡ.ସୁରେଶ ଚନ୍ଦ୍ର ବରାଡ଼ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ପ୍ରକୃତି ବନ୍ଧୁ ସନ୍ତୋଷ ନାୟକ ଯୋଗ ଦେଇ ସ୍ବହସ୍ତରେ ବୃକ୍ଷରୋପଣ କରି ସଭ୍ୟ/ସଭ୍ୟା ମାନଙ୍କୁ ଉତ୍ସାହିତ କରିଥିଲେ । ଡ. ବରାଡ଼ ” ଗଛ ପାଇଁ ହିଁ ପୃଥିବୀ ପୃଷ୍ଠରେ ଜୀବ ଜଗତ ବଞ୍ଚିଛି ” ବୋଲି ବକ୍ତବ୍ୟରେ କହିବା ସହିତ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ତାକୁ ବଞ୍ଚେଇବା ଦରକାର ବୋଲି ଆହ୍ଵାନ ଦେଇଥିଲେ । ଆଜି ସଭ୍ୟମାନେ ନଡ଼ିଆ, ଆମ୍ବ ଆଦି ୨୨୫ ରୁ ଅଧିକ ଚାରା ରୋପଣ କରିଥିଲେ । ୫୦ ରୁ ଅଧିକ ମହିଳା ସଦସ୍ୟଙ୍କ ସମେତ ୧୦୦ ରୁ ଅଧିକ ପରିବେଶ ପ୍ରେମୀ ବନ୍ଧୁ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ଯକୁ ସଫଳ କରିଥିଲେ । ଆଜିର କାଯ୍ୟର୍କ୍ରମରେ କ୍ଲବର ଉପଦେଷ୍ଟା ସୈାଦାଗର ନାୟକ, କୋଷାଧକ୍ଷ କୈଳାସ ମହାରଣା, ସଭ୍ୟ ଶିବ ଶଙ୍କର ମହାରଣା, ମଙ୍ଗଳା ନାୟକ, ଯୋଗଗୁରୁ ବୈକୁଣ୍ଠ ପ୍ରଧାନ, ଟୁଲୁ ମହାନ୍ତି, ଶରତ ଚନ୍ଦ୍ର ବରାଡ଼, ବାବୁ ସାହୁ, ହିମାଂଶୁ ମହାନ୍ତି, ସିଲୁ ମହାନ୍ତି, ବାବୁଲା ସ୍ବାଇଁ ଓ ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରା, ସଭ୍ୟା ସୁଶ୍ମିତା ନାୟକ, ପୂଜା ପ୍ରଧାନ, ସନ୍ଧ୍ୟାରାଣୀ ବରାଡ଼, ସୁଇଟି ସ୍ବାଇଁ, ରିନା ପ୍ରଧାନ, ଉମି ପ୍ରଧାନ, ପୁଷ୍ପାଞ୍ଜଳୀ ନାୟକ, ବବି ଜେନା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଯୋଗଗୁରୁ ବୈକୁଣ୍ଠ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧର୍ମଗଡ ଠାରେ ୭୭ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ: ଲୋକାର୍ପିତ ହେଲା ଏଆଇ (A) ଚାଟବଟ୍ ‘ଆମର ସହାୟକ’

Sunil Chandra Nayak

ଆଲୁମନି ଆସୋସିଏସନ୍ ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!