ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତୁଆକୁ ନେଇ ଚାଲିଛି ନାଟକ

ବାଲେଶ୍ଵର,୨୦/୭/୨୩ – ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକରେ ଛତୁଆକୁ ନେଇ ଚାଲିଛି ନାଟକ । ବ୍ଲକକୁ ଦୀର୍ଘ ଦିନ ଧରି ଅନ୍ୟ ବ୍ଲକର ଏସଏଚଜି ଗ୍ରୁପ୍ ଦ୍ୱାରା ବ୍ଲକର ସମସ୍ତ ପଞ୍ଚାୟତ ଏବଂ ମୁନସିପାଲଟିକୁ ଛତୁଆ ଯୋଗାଇ ଦିଆ ଯାଉଥିବା ବେଳେ, ଗତ ତା ୦୧/୬/୨୦୨୨ ମସିହା ଠାରୁ ଜଳେଶ୍ୱର ମିଶନଶକ୍ତି ଦ୍ୱାରା ନଛିମପୁର ଗ୍ରାମର କଲ୍ୟାଣମୟୀ ଏସଏଚଜି ଗ୍ରୁପକୁ ଚୟନ କରାଯାଇ ଛତୁଆ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଥିଲା । ସରକାରୀ ନିର୍ଦ୍ଦେଶ ମୂଳେ କଲ୍ୟାଣୀ ଗ୍ରୁପକୁ ପ୍ରଥମ ପର୍ଯ୍ୟାୟରେ ୮ ଟି ଏବଂ ପରେ ୨୭ ଟି ପଞ୍ଚାୟତ ସହିତ ମ୍ୟୁନସିପାଲଟିର ସମସ୍ତ ୱାର୍ଡ କୁ ଛତୁଆ ଯୋଗାଇ ଦିଆ ଯାଉଥିଲା । ହେଲେ ହଠାତ୍ କୌଣସି ଖବର ଦିଆନଯାଇ ମାର୍ଚ୍ଚ ମାସରେ ସରକାରୀ ଗହମ ଯୋଗାଣ ବନ୍ଦ ହୋଇଯିବାରୁ ସଦସ୍ଯା ମାନେ ଡ଼ିଏସଡବ୍ଲୁ ବାଲେଶ୍ୱରଙ୍କୁ ଗହମ ଯୋଗାଇବା ନିମନ୍ତେ ଯୋଗାଯୋଗ କରିବା ପରେ ଡ଼ିଏସଡବ୍ଲୁ ଜିଲ୍ଲାପାଳଙ୍କ ନିକଟରେ ଫାଇଲ ଅଛି, ଖୁବଶୀଘ୍ର ଯୋଗାଇ ଦିଆ ଯିବ ବୋଲି କହି ଥିଲେ । ହେଲେ ଏପ୍ରିଲ ମାସରେ ବାରମ୍ବାର ସିଡିପିଓ ଜଳେଶ୍ୱର ଏବଂ ଡ଼ିଏସ ଡବ୍ଲୁ ବାଲେଶ୍ୱରଙ୍କୁ ସାକ୍ଷାତ କରିଥିଲେ ମଧ୍ୟ କେହି ମନା କରି ନ ଥିଲେ । ତେବେ ତା ୧୯/୭/୨୦୨୩ ରିଖ ଚାରିଟା ସମୟରେ ସିଡିପିଓଙ୍କ ଧମକ ପୂର୍ଣ୍ଣ କଥା ଶୁଣି ମହିଳା ମାନଙ୍କର ହୋସ ଉଡି ଯାଇଥିଲା । ଏବଂ ତୁରନ୍ତ ମା କମଳା ଏସଏଚ ଜି ଗ୍ରୁପ୍ ଖୁଆଡ଼କୁ ସମସ୍ତ ଜିନିଷ ପତ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । 

      ଏଠାରେ ପ୍ରକାଶ ଥାଉ କି କମଳା ଏସଏଚଜି ଗ୍ରୁପର କୌଣସି ମେସିନରୀ ଯନ୍ତ୍ରପାତି ନ ଥିବା ବେଳେ ଗତ ଏପ୍ରିଲ ମାସ ୨୩ ତାରିଖ ଠାରୁ ନେଇ ଭୋଗରାଇ ବ୍ଲକର କାଳିମାତା ଏସଏଚଜି ଦ୍ୱାରା ପ୍ରସ୍ତୁତ ଛତୁଆ ଉପରେ ମା କମଳା ଏସଏଚଜି ର ଷ୍ଟିକର ଲଗାଇ ଦିଆଯାଉଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଅମ୍ଲାନ ନାୟକ, ସିଡିପିଓ ଚମ୍ପା ବତୀ ମୁର୍ମୁ, ପୋଲିସ ଏ ଏସ ଆଇ ପ୍ରମୁଖ ଉପସ୍ଥିତ ରହି କଲ୍ୟାଣମୟୀ ଏସଏଚଜିର ସମସ୍ତ ସରକାରୀ ସାମଗ୍ରୀକୁ ମା କମଳା ଏସଏଚଜି ଖୁଆଡ଼କୁ ସ୍ଥାନାନ୍ତର କରିଥିଲେ । ଘଟଣା ସମ୍ପର୍କରେ ସିଡିପିଓ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗୋଳାମୁଣ୍ଡା ସଦର ମହକୁମା ର ଏକମାତ୍ର ATM ଦୀର୍ଘ ଦିନ ଧରି ଅଚଳ ଜନତା ଅସନ୍ତୋଷ

Sunil Chandra Nayak

ମେଦନାରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ 

masiha

କଟକ ଜିଲ୍ଲା ସାମ୍ବାଦିକ ସଂଘ ର ତୃତୀୟ ବାର୍ଷିକ ଉତ୍ସବ ପାଳିତ :ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ବ୍ରତ ବୋଲି ଭାବିବା ଦରକାର 

Sunil Chandra Nayak

Leave a Comment

error: Content is protected !!