ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତ ଘଟି ୩ ମହିଳା ଆହତ

ଡାବୁଗାଁ, ୨୧/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଉମୁରାହାଣ୍ଡି ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ବଜ୍ରପାତ ଘଟି ୩ ମହିଳା ଆହତ ହୋଇଥିଲେ | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଉମୁରାହାଣ୍ଡି ଗ୍ରାମର ମହିଳା ମାନେ ଧାନ ଜମିରେ ଧାନ ତଳି ରୋପଣ କରି ସାରି ନିଜ ନିଜ ଘରକୁ ଫେରିବା ବେଳେ ରାସ୍ତାରେ ବଜ୍ରପାତ ଘଟିଥିଲା | ଫଳରେ ୩ ଜଣ ମହିଳା ଆହତ ହୋଇଥିଲେ | ଆହତ ମାନେ ହେଲେ ଲତା ମାଝି (୨୪), ରିତାଇ ମାଝି (୩୦) ଓ ସୁକଦେଇ ଭତ୍ରା (୪୦) | ସମସ୍ତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ଏମାନଙ୍କ ମଧ୍ୟରୁ ସୁକଦେଇ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସମସ୍ତ ଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ରାୟଗଡ ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ 

masiha

କବି ଭରତ ଚନ୍ଦ୍ର ଦାଶଙ୍କୁ ମିଳିଲା ” ଆମ ମାଟିର ଗୀତିକବି ସମ୍ମାନ “

masiha

କଳାହାଣ୍ଡି:ପୋଷ୍ୟ ସନ୍ତାନ ପାଳନ ମାସ ଓ ଶିଶୁ ଦିବସ ପାଳନ

masiha

Leave a Comment

error: Content is protected !!