ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ତେନ୍ତୁଳିଖୁଣ୍ଟି ଗସ୍ତ : ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଚାଲିଥିରେ କାର୍ଯ୍ୟ ର ସମୀକ୍ଷା

ତେନ୍ତୁଳିଖୁଣ୍ଟି ୨୧/୦୭/୨୩ // ଆଜି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ତେନ୍ତୁଳିଖୁଣ୍ଟି ବ୍ଲକ ରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରେ ଚାଲିଥିବା କାର୍ଯ୍ୟସ୍ଥଳୀ ଯାଇ ସମୀକ୍ଷା କରିଛନ୍ତି। ଏହି କ୍ରମରେ ତେନ୍ତୁଳିଖୁଣ୍ଟି ଚର୍ଚ୍ଚ ଯାଇ ଦେଖିଥିଲେ। ପରେ ଖାତିଗୁଡା ଆସି ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ରୂପାନ୍ତର ଯୋଜନାରେ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ଅଧ୍ୟକ୍ଷ ସମେତ ଷ୍ଟାଫ ଙ୍କ ସହ ଚର୍ଚ୍ଚା କରିଥିଲେ। ଉକ୍ତ କାର୍ଯ୍ୟ ଠିକ ରୂପେ ଠିକ ମାତ୍ରାରେ କରିବା ରେ ଧ୍ୟାନ ଦେଉଛନ୍ତିି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବୋଲି ଜାଣିବାକୁ ପାଇ ଖୁସି ବ୍ୟକ୍ତ କରିଥିଲେ। ସେମାନେ ପ୍ରତ୍ୟହ କାର୍ଯ୍ୟର ସମୀକ୍ଷା କରୁଥିବା ଜାଣି ବାକୁ ପାଇଥିଲେ ଜିଲ୍ଲାପାଳ। ଶ୍ରୀ ଶ୍ରୀ ଗୋପାଳ ଶ୍ରୀକ୍ଷେତ୍ରରେ ଉକ୍ତ ଯୋଜନା ରେ ଚାଲିଥିବା କମ୍ୟୁନିଟି ହଲ ନିର୍ମାଣ ଦେଖିଥିଲେ। ବ୍ଲକ ରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଚର୍ଚ୍ଚ ସମେତ ମନ୍ଦିର କୁ ଦିଆଯାଇଥିବା କାର୍ଯ୍ୟ ବୁଲି ଦେଖିଛନ୍ତି ଜିଲ୍ଲାପାଳ । କଂଗ୍ରା,ତେନ୍ତୁଳିଖୁଣ୍ଟି ବର୍ଚ୍ଚ ବୁଲି ଦେଖିଥିଲେ। ଜିଲ୍ଲାପାଳ ଙ୍କ ସହ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ର ଯନ୍ତ୍ରୀ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର 

Sunil Chandra Nayak

ମୋହନଗିରି ହାଇସ୍କୁଲ ରେ ଜୀବନ ଶିକ୍ଷା ଶିବିର

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଗାନ୍ଧିଜୀଙ୍କର ସହୀଦ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!