ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା, ୧ ଆହତ

ଡାବୁଗାଁ, ୨୧/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ମୁଖ୍ୟ ରାସ୍ତା ଅଙ୍ଗୀନଦୀ ପୋଲ ଉପରେ ଶୁକ୍ରବାର ରାତ୍ରି ୮ଘଣ୍ଟା ସମୟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ମୋଟର ସାଇକେଲ ଆରୋହି ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ଦେଶୀ ମଦ ଭାଟିରେ କାମ କରୁଥିବା ରାକେଶ ଯାଦବ (୩୮) ନାମକ ଯୁବକ କୌଣସି କାର୍ଯ୍ୟରେ ନବରଙ୍ଗପୁର ଯାଇଥିଲେ | ସେ ରାତ୍ର ପ୍ରାୟ ୮ ଘ. ସମୟରେ ନବରଙ୍ଗପୁର ଆଡୁ ମୋଟରସାଇକଲ ଯୋଗେ ନିଜ କାର୍ଯ୍ୟ ସ୍ଥଳୀ ଡାବୁଗାଁ ଦେଶୀ ମଦ ଭାଟି କୁ ଫେରିବା ବେଳେ ରାସ୍ତା ଉପରେ ଥିବା ବାଲି ଓ ପଥର କୁ ଧକା ଦେଇ ରାସ୍ତା କଡ଼କୁ ସେ ଛିଟିକି ପଡ଼ିଥିଲେ ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ଦଦନ୍ତ କରୁଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକରେ ନୂତନ ଭାବେ ୨୮୩ ଜଣଙ୍କୁ ମଧୁବାବୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ

masiha

କଳାହାଣ୍ଡି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଗୁରୁତ୍ବପୂର୍ଣ୍ଣ ବୈଠକ

masiha

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କବି ଭବାନୀ ଶଙ୍କର ନିଆଲ

masiha

Leave a Comment

error: Content is protected !!