ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ଆତ୍ମା କାର୍ଯ୍ୟାଳୟରେ ବିହନ ବିକ୍ରେତା ଙ୍କ ବୈଠକ ଓ ଷ୍ଟକ ରେଜିଷ୍ଟର ଯାଞ୍ଚ

ତେନ୍ତୁଳିଖୁଣ୍ଟି ୨୨/୦୭/୨୩ //ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଆତ୍ମା କାର୍ଯ୍ୟାଳୟରେ ବ୍ଲକ ର ସମସ୍ତ ରେଜିଷ୍ଟ୍ରିଭୁକ୍ତ ବିହନ ବିକ୍ରେତା ଙ୍କୁ ଷ୍ଟକ ରେଜିଷ୍ଟର ସହ ବୈଠକରେ ଯୋଗ ଦେବାକୁ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ଆହ୍ୱାନ କରିଥିଲେ। ସମୁଦାୟ ୨୧ ରେଜିଷ୍ଟ୍ରେଡ଼ ବିହନ ବିକ୍ରେତା ଙ୍କ ମଧ୍ୟରୁ ୧୬ ଜଣ ଉପସ୍ଥିତ ରହିଥିଲେ। ସେମାନଙ୍କ ଷ୍ଟକ ରେଜିଷ୍ଟ ର ଯାଞ୍ଚ କରାଯାଇଥିଲା। ଉଭୟ ମକା ଓ ଧାନ ବିହନ ଉନ୍ନତମାନର ବିହନ ରଖିବାକୁ କହିଥିଲେ। ଭେଜାଲ ବିହନ ରଖ ନାହିଁ ବୋଲି ଚେତାବନୀ ଦେଇଥିଲେ। ପ୍ରାୟ ବିକ୍ରେତା ସେମାନେ ଆଣିଥିବା ବିହନ ବିକ୍ରି ଶେଷ ପର୍ଯ୍ୟ।ୟରେ ବୋଲି କହିଥିଲେ। ପ୍ରାୟ ସମସ୍ତ ବିକ୍ରେତା ଚାଲୁ ବ୍ରାଣ୍ଡ ର ବିହନ ଆଣିଥିବା ଷ୍ଟକ ଖାତା ରୁ ଜଣା ପଡିଥିଲା। ଯାଞ୍ଚ ବେଳେ କୃଷି ଓଭରସିୟର ହରି ଶଙ୍କର ତ୍ରିପାଠୀ ,ଜିତେନ୍ଦ୍ର ଟାକ୍ରୀ ଏ ଟି ଏମ ବାଳ ଗୋବିନ୍ଦ ସାହୁ ,ଆଶିଷ ପରିଡା ଉପସ୍ଥିତ ଥିଲେ। ଯେଉଁ ବିକ୍ରେତା ଆଜି ଆସି ନାହାନ୍ତି ସେମାନେ ସପ୍ତାହ ମଧ୍ୟରେ ଷ୍ଟକ ଖାତା ସହ ଆସିବା କୁ ନିର୍ଦେଶ ଦିଆଯିବ ବୋଲି କହିଥିଲେ। ବିଭାଗ ବିଭାଗ ତରଫରୁ ବିକ୍ରୟ କେନ୍ଦ୍ର ଯାଞ୍ଚ ହେବ ବୋଲି ସହକାରୀ କୃଷି ଅଧିକାରୀ କହିଥିଲେ। ସାର ର ମଧ୍ୟ ଯାଞ୍ଚ ହେବ ରେଟ ଚାର୍ଟ ଝୁଲାଇବାକୁ ତାଗିଦ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଖତିଗୁଡା ରେ ସମବାୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଓ ଋଣ କର୍ମଶାଳା

Sunil Chandra Nayak

ଏକତ୍ର ର ସ୍ବାଗତ ସମ୍ବର୍ଦ୍ଧନା ଓ ବଂଧୁମିଳନ ଉତ୍ସବ

Sunil Chandra Nayak

ପୁରୀ ରାମ କୃଷ୍ଣ ମିଶନ ମହାରାଜ ଙ୍କ ଦ୍ଵାରା ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ରେନ୍ କୋଟ ବଣ୍ଟନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!