ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିରବ ଦ୍ରଷ୍ଟା ପ୍ରଶାସନ : ବର୍ଷା ହେଲେ ଯାତାୟତ ପାଇଁ ପଡାଲଗୁଡା ଗ୍ରାମବାସୀ ହେଉଛନ୍ତି ହନ୍ତସନ୍ତ

ତେନ୍ତୁଳିଖୁଣ୍ଟି ୨୨/୦୭/୨୩ ନରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗ୍ରାମ ପଞ୍ଚାୟତ ପଡାଲଗୁଡା ଗ୍ରାମର ମୂଖ୍ୟ ରାସ୍ତା ମରଣଯନ୍ତା ଭଳି ଶୋଚନୀୟ ହୋଇପଡ଼ିଛି। ଗ୍ରାମର ମୁଖ୍ୟ ରାସ୍ତା ରେ ବଡ ବଡ ଗାତ ହୋଇ ପଡ଼ିଛି ଯାହା ଫଳରେ କି ୪ ଚକିଆ ଯାନ ଏବଂ ୨ ଚକିଆ ଯାନ ଯାତାୟାତ କରିବା କଷ୍ଟକର ହୋଇପଡିଥିବା ବେଳେ ଗ୍ରାମବାସୀ ମାନେ ମଧ୍ୟ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡିଛି। ପଡାଲଗୁଡା ଗ୍ରାମ ନିକଟରେ ଥିବା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ସ୍କୁଲ ଯିବା ଆସିବା ସମୟରେ ନାହି ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଦୀର୍ଘ ଦିନ ଧରି ବର୍ଷା ଲାଗିଥିବାରୁ ଏହି ରାସ୍ତାର ଅବସ୍ଥା କହିଲେ ନ ସରେ। ରାସ୍ତାର ମଝିରେ ଏବଂ ଉଭୟ ପାର୍ଶ୍ବରେ ବଡ଼ ଗାତ ରହିଥିବା ହେତୁ ବର୍ଷାପାଣି ଭର୍ତ୍ତି ହୋଇ ପଡ଼ୁଛି। ପ୍ରବଳ ବର୍ଷା ହେଲେ ଏହି ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣିରେ ଲୋକେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି।ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜାମ୍ବୁଗୁଡା,ସିଉନୀ ତୋଣ୍ଡା, ପୁରୁଣା ପାଣିଗୁଡାର ଲୋକେ ସମେତ ତେନ୍ତୁଳିଖୁଣ୍ଟି ବ୍ଲକ୍ ଓ ପାପଡ଼ାହାଣ୍ଡି ବ୍ଲକ୍ ର ଲୋକେ ଏହି ପଡାଲଗୁଡା ଗ୍ରାମର ମୂଖ୍ୟ ରାସ୍ତା ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଏହି ରାସ୍ତା ସ୍ଥିତି ଯାହା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି କହିଛନ୍ତି। ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଏବଂ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମାଳ ମାଳ ଯୋଜନା ମାନ ରହିଥିଲେ ମଧ୍ୟ ଆଜି ଯାଏଁ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗ୍ରାମର ମୂଖ୍ୟ ରାସ୍ତା ମରାମତି କରାଯାଉନାହିଁ। ଏମିତି କି ଯଦି କୈାଣସି ଗ୍ରାମବାସୀ ଅସୁସ୍ଥ ହେଲେ ଆମ୍ବୁଲାନ୍ସ ମଧ୍ୟ ଆସିବା କଷ୍ଟକର ହୋଇପଡିଛି।ଏହିପରି ଭାବେ ଏହି ଗ୍ରାମର ମୂଖ୍ୟ ରାସ୍ତା ଶୋଚନୀୟ ଅବସ୍ଥା ହୋଇପଡ଼ିଛି। ଏହି ପଡାଲଗୁଡା ପଞ୍ଚାୟତ ଅଧିନରେ ଥିବା ପଡାଲଗୁଡା ଗ୍ରାମର ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଥିବା ବିଷୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟଙ୍କୁ ସ୍ଥାନୀୟ ବାସିନ୍ଦା ମାନେ ଜଣାଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରି କହିଛନ୍ତି। କିନ୍ତୁ କୈାଣସି ସୁଫଳ ମିଳୁନାହିଁ ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ନିରାଶ ହୋଇ କହିଛନ୍ତି। ତେବେ ଏହି ପଡାଲଗୁଡା ଗ୍ରାମ ରାସ୍ତା ଦେଇ ଅନେକ ଯାନବାହାନ ଚଳାଚଳ କରୁଛି ଏବଂ ଏହି ରାସ୍ତା ଦେଇ ପାଖ ଆଖି ଅଞ୍ଚଳର ଗ୍ରାମବାସୀ ମାନେ ମଧ୍ୟ ଯାତାୟାତ କରୁଛନ୍ତିି, ଯଦି ଏହି ମରଣଯନ୍ତା ରାସ୍ତା ପାଇଁ କୈାଣସି ଦୁର୍ଘଟଣା ଘଟିଲେ ଦାୟୀ କିଏ ରହିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେଚର୍ଚ୍ଚାର ବିଷୟ ପାଲଟିଛି। ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଏହି ପଡାଲଗୁଡା ଗ୍ରାମ। ସହରକୁ ଲାଗି ଏହି ପଡାଲଗୁଡା ପଞ୍ଚାୟତ ଏବଂ ପଡାଲଗୁଡା ଗ୍ରାମ ଅବସ୍ଥିତ। କିନ୍ତୁ ବ୍ଲକ ପ୍ରଶାସନ ଆଜି ଯାଏଁ କୈାଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁ ନ ଥିବା ଜଣାପଡିଛି। ତେବେ ବ୍ଲକ ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି। ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମ ବାସି ଦାବି କରିଛନ୍ତି “ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ” ଏହି ଭଳି ଭାବେ ଦୀର୍ଘ ନିଦ୍ରାରେ ବ୍ଲକ ପ୍ରଶାସନ ଶୋଇଥିବା ସ୍ଥାନୀୟ ଗ୍ରାମବାସୀ ମାନେ କହିଛନ୍ତି।ତେବେ କେବେ ଏହି ସରକାରୀ ବାବୁ ମାନଙ୍କ କୁମ୍ଭ କର୍ଣ୍ଣ ନିଦ୍ରା ଭାଙ୍ଗିବ, ଏବଂ କେବେ ଏହି ପଡାଲଗୁଡା ଗ୍ରାମର ମୁଖ୍ୟ ରାସ୍ତା ମରାମତି ହେବ ତାହା ଏବେ ଦେଖିବାକୁ ବାକି ରହିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସପନେଶ୍ୱର ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରେ ଓଡ଼ିଆ ଭାଷା ସମ୍ପର୍କ ରେ ଆଲୋଚନା ଚକ୍ର ଅନୁଷ୍ଠିତ

masiha

କଳାହାଣ୍ଡି ଲେଖିକା ସଂଘ ର ଶ୍ରାବଣୀ କାବ୍ୟୋତ୍ସବ

Sunil Chandra Nayak

ବିଦ୍ୟାଳୟରେ କଦଳୀ ଗଛ ଲଗାଇ ଦିଦି ଖାଇବାକୁ ଦେଲେ ଛାତ୍ର/ଛାତ୍ରୀ ମାନଙ୍କୁ ପାଚିଲା କଦଳୀ     

Sunil Chandra Nayak

Leave a Comment

error: Content is protected !!