ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡରା ମାଳି ସମାଜ ର ଜିଲ୍ଲାସ୍ତୀୟ ବୈଠକ

ଜୁନାଗଡ଼,୨୨/୭(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ପଣ୍ଡରା ମାଳି ସମାଜ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ନିୟନ୍ତ୍ରିତ ବଜାର ସଭାଗୃହ ଠାରେ ଜିଲ୍ଲା ସଭାପତି ଈଶ୍ୱର ପୁଝାରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ସମାଜ ର କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ଉପସଭାପତି ବିଦ୍ୟାଧର ନାଏକ, ସାଧାରଣ ସମ୍ପାଦକ ଅଚ୍ୟୁତ ନାଏକ, ସଂଗଠନ ସଂଯୋଜକ କୈଳାସ ଚନ୍ଦ୍ର ବଣିଆ, ସହସଂଯୋକ ବିଷ୍ଣୁ ପ୍ରସାଦ ନାଏକ ତଥା ଧର୍ମଗଡ, ଜୁନାଗଡ଼, କୋକସରା, ଗୋଲାମୁଣ୍ଡା, ଜୟପାଟଣା, କଲମପୁର ର ବ୍ଲକ ସଭାପତି ଓ ନିମନ୍ତ୍ରିତ ସଭ୍ୟ ଭାବେ ରାଘବ। ନନ୍ଦ ନାଏକ, କମଲ ଲୋଚନ ନାଏକ,ଗଜିନ୍ଦ୍ର ମାଝୀ, ଉମା ପୁଝାରୀ, କନ୍ଦର୍ପ ନାଏକ, ଦୁର୍ଯ୍ୟୋଧନ ନାଏକ, ପ୍ରମୁଖ ଯୋଗଦାନ କରିଥିଲେ। ଏହି ବୈଠକ ରେ ସାଂଗଠାନିକ ବିଷୟ ରେ ବିସ୍ତୃତ ଭାବେ ଆଲୋଚନା କରା ଯାଇଥିଲା। ଜୁନାଗଡ଼ ଏନ ଏ ସି ସଂଘଠକ ତଥା କାର୍ଯ୍ୟକାରିଣୀ ସଦସ୍ୟ ଅଜାମ୍ବିଲ ପୁଝାରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସଭା ଶେଷରେ କନ୍ଦର୍ପ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଆଦର୍ଶ ପାଠାଗାର ପ୍ରାୟୋଜିତ କୁମାର ପୂର୍ଣ୍ଣିମା ଉତ୍ସବ ଏବେ ସଂଶୟ ମଧ୍ୟରେ 

Sunil Chandra Nayak

ପ୍ରଶାସନ ଗାଉଁ କି ଔର ” ୨୦୨୪ ସୁଶାସନ ସପ୍ତାହ ପାଳନ ଅବସରରେ ଡ଼ାବୁଗାଁ ବ୍ଲକରେ କର୍ମଶାଳା 

masiha

ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା 

masiha

Leave a Comment

error: Content is protected !!