ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଲ ପାଚିକା ପ୍ରସଙ୍ଗ –  ଶିକ୍ଷା କମିଟିର ଆଭ୍ୟନ୍ତରୀଣ ବ୍ୟାପାର , ବାହ୍ୟଶକ୍ତି ପ୍ରୟୋଗ ତଦନ୍ତକୁ ଭଣ୍ଡୁର କରିବା ଅପଚେଷ୍ଟା ବିଫଳ

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଛିଦିନ ତଳେ ଜଣେ ପାଚିକା ସହାୟିକାଙ୍କୁ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତି ଥିବା ଅଭିଯୋଗକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷା ପରିଚାଳନା କମିଟି ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟରୁ ନିବୃତ କରିଛନ୍ତି କିନ୍ତୁ ଉକ୍ତ ପାଚିକା ଜଣକ ଆକ୍ରୋଶ ମୂଳକ ଭାବରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆଣୁଛନ୍ତି ଅଭିଯୋଗକୁ ନେଇ ଗ୍ରାମର କିଛି କୁଚକ୍ରି ବ୍ୟକ୍ତି ଏବଂ ନିଜକୁ ଗୋଟିଏ ସଂଗଠନର ମୁଖ୍ୟ ବୋଲାଉଥିବା ଆତ୍ମଘୋଷିତ ସ୍ବାର୍ଥବାଦୀ ବ୍ୟକ୍ତିମାନେ ମିଛର ଆଶ୍ରୟ ନେଇ ଦୀର୍ଘ ଏକ ମାସ ଧରି ,ସ୍କୁଲର ପାଠପଢ଼ା ଓ ରୋଷେଇ କାର୍ଯ୍ୟରେ ଉଦ୍ଦେଶ୍ୟ ମୂଳକ ଭାବରେ ବାରମ୍ବାର ବାଧା ସୃଷ୍ଟି କରି ଆସୁଥିବା ଶିକ୍ଷା ପରିଚାଳନା କମିଟି ଅଭିଯୋଗ ଆଣିଛନ୍ତି।ଯାହା ଫଳରେ ସ୍କୁଲର ୭୦ ରୁ ଅଧିକ ବିଭିନ୍ନ ସମ୍ପ୍ରଦାୟର କୋମଲମତି ଛାତ୍ରଛାତ୍ରୀଙ୍କ ମାନସିକ ଓ ବୌଦ୍ଧିକ ସ୍ତରରେ ବ୍ୟାଘାତ ସୃଷ୍ଟି କରିଥିବା ସୂଚନା ଦେଇଛନ୍ତି ।ଉକ୍ତ ଦୁଇଜଣ ଗ୍ରାମ ବାହାରର ବ୍ୟକ୍ତି କେଉଁ ସ୍ୱାର୍ଥରେ କାହା ଅନୁମତିରେ କେଉଁ ଅଧିକାରୀଙ୍କ ଛତ୍ରଛାୟାରେ ତଦନ୍ତ ସମୟରେ ମିଛ ଅଭିଯୋଗ ସପକ୍ଷରେ ,ସତର ବାଟ ଉଗାଲି , ତଦନ୍ତକୁ ବାଟବଣା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିବା ଶିକ୍ଷା କମିଟି କହିଛନ୍ତି। ଘଟଣାଟି ସମ୍ପୂର୍ଣ୍ଣ ଭାବରେ ବିଦ୍ୟାଳୟ ଶିକ୍ଷା କମିଟି ଓ ତଦନ୍ତ କାରୀ ଅଧିକାରୀଙ୍କ ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ବୈଠକରେ ପଦାଧିକାରୀଙ୍କ ଉପସ୍ଥିତିରେ ଅସାମ୍ବିଧାନିକ ଭାବରେ ଉକ୍ତ ସଂଗଠନର ଦୁଇ ଭଡ଼ାଟିଆ ଅନୁପ୍ରବେଶକାରୀ ବୈଠକରେ ମର୍ଯ୍ୟାଦାହାନୀ କଲା ଭଳି ମନ୍ତବ୍ୟମାନ ପ୍ରଦାନ କରିଥିବାରୁ ଶିକ୍ଷା ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି।

ନର୍ଲା  ରୁ ଦୀପକ ଠାକୁର ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ୨୦୨୩ ପାଳନ

Sunil Chandra Nayak

ପୂଜ୍ୟ ପ୍ରପତିଙ୍କ ଜନ୍ମଶତ ବାର୍ଷିକୀ ଓ ଆଲୋଚନା ଚକ୍ର 

masiha

ରାଇରଙ୍ଗପୁର ମ୍ୟୁନିସିପାଲଟି ତରଫରୁ ମହାସମାରୋହରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!